ଡାକ୍ତରଙ୍କ ଚିକିତ୍ସା ଅବହେଳାକୁ ନେଇ ଯୁବକଙ୍କ ମୃତ୍ୟୁ ଅଭିଯୋଗ।

0
201

ଇଏନ୍‌ଏନ୍ କନ୍ଧମାଳ, ୦୫/୦୯/୨୦-କନ୍ଧମାଳ ଜିଲ୍ଲା ଅନ୍ତର୍ଗତ ବାଲିଗୁଡା ଉପଖଣ୍ଡ ଚିକିତ୍ସାଲୟରେ ଡାକ୍ତରଙ୍କ ଚିକିତ୍ସା ଅବହେଳାକୁ ନେଇ ଯୁବକଙ୍କ ମୃତ୍ୟୁ ହୋଇ ଥିବା ଅଭିଯୋଗ । ସମ୍ପୃକ୍ତ ଡାକ୍ତରଙ୍କୁ ବହିଷ୍କାର ଏବଂ ଉଚ୍ଚ ସ୍ତରୀୟ ତଦନ୍ତ ପାଇଁ ଦାବୀରେ ରାଜରାସ୍ତା ଅବରୋଧ । ବ୍ରହ୍ମପୁର – ବାଲିଗୁଡା – ରାୟପୁର ଜାତୀୟ ରାଜପଥ ୫୯ରେ ସ୍ଥାନୀୟ ବାସିନ୍ଦାଙ୍କ ପ୍ରତିବାଦ । ଯାହା ପାଇଁ ଯାତାୟାତରେ ବାଧା ସୃଷ୍ଟି ହୋଇ ଥିଲା ।
ସୂଚନା ଅନୁଯାୟୀ ଗତକାଲି ବାଲିଗୁଡା ନୁଆସାହିର ବିଜୟ କୁମାର ସାହୁ (ବୟସ ୩୮)ନାମକ ଯୁବକଙ୍କ ସ୍ୱାସ୍ଥ୍ୟ ବସ୍ଥା ଖରାପ ହୋଇଥିଲା । ପରିବାର ଲୋକ ଯୁବକଙ୍କୁ ବାଲିଗୁଡା ମେଡିକାଲକୁ ଆଣି ଥିଲେ । କୋଭିଡ-୧୯ ପାଇଁ ଡାକ୍ତର ସୁନୀଲ କୁମାର ବେହେରା ଯୁବକଙ୍କୁ ବିନା ସ୍ପର୍ଶରେ ଚିକିତ୍ସା କରିଥିଲେ । ଥଣ୍ଡା ଖାସ ହେଉଥିବା କହିବା ସତ୍ୱେ କେବଳ ଡାକ୍ତର ଥଣ୍ଡା ମେଡ଼ିସିନ ଦେଇ ଫେରେଇ ଦେଇଥିଲେ । ଉକ୍ତ ଯୁବକଙ୍କୁ କୋଭିଡ ଟେଷ୍ଟ ପାଇଁ ମଧ୍ୟ ପଠାଇନଥିଲେ । ଆଜି ସକାଳୁ ଯୁବକଙ୍କ ଅବସ୍ଥା ଗୁରୁତର ହେବାରୁ ବାଳିଗୁଡ଼ା ଉପଖଣ୍ଡ ଚିକିତ୍ସାଲୟ ଅଣାଯାଇଥିଲା । ସେଠାରେ ଡାକ୍ତର ଏସ.ଡି. ନାୟକ ମୃତ୍ୟୁ ଘୋଷଣା କରିବା ପରେ ପରିବାର ଓ ସ୍ଥାନୀୟ ବାସିନ୍ଦାଙ୍କ ମଧ୍ୟରେ ଉତେଜନା ଦେଖା ଯାଇଥିଲା । ଡାକ୍ତର ସୁନୀଲ କୁମାର ବେହେରାଙ୍କୁ ବହିଷ୍କାର, ମୃତକଙ୍କ ପରିବାରକୁ ଉପଯୁକ୍ତ କ୍ଷତି ପୂରଣ ସହ ଡାକ୍ତରଙ୍କ ବିରୋଧରେ ଦୃଢ଼ କାର‌୍ୟ୍ୟନୁଷ୍ଠାନ ଦାବୀରେ ଉତ୍ୟକ୍ତ ଲୋକେ ରାଜରାସ୍ତାକୁ ଅବରୋଧ କରିଥିଲେ । ଘଟଣା ସ୍ଥଳରେ ବାଲିଗୁଡା ଉପଜିଲ୍ଲାପାଳ ଏବଂ ଥାନାଧିକାରୀ ପହଞ୍ଚି ଆନ୍ଦୋଳନ କାରୀଙ୍କ ମଧ୍ୟରେ ଆଲୋଚନା ହୋଇ ଥିଲା ।

LEAVE A REPLY

Please enter your comment!
Please enter your name here