ଇଏନ୍ଏନ୍ ଖୋର୍ଦ୍ଧା, ୨୮/୦୮/୨୦- ଖୋର୍ଦ୍ଧା ଜିଲା ପୁଲିସ ଅଧିକ୍ଷକଙ୍କ କାର୍ଯ୍ୟାଳୟ ପରିସରରେ କରୋନାରେ ଆକ୍ରାନ୍ତ ହୋଇଥିବା ୨୧ଜଣ ଅଧିକାରୀ ଓ କର୍ମଚାରୀ ସୁସ୍ଥ ହୋଇ ପୁନର୍ବାର କାର୍ଯ୍ୟରେ ଯୋଗ ଦେବା ପରେ ଶୁକ୍ରବାର କରୋନା ଯୋଦ୍ଧାମାନଙ୍କୁ ଜିଲ୍ଲାପାଳ ସନତ କୁମାର ମହାନ୍ତି ସମ୍ଭର୍ଦ୍ଧିତ କରିଛନ୍ତି।ଏହି ଅବସରରେ କରୋନା ଯୁଦ୍ଧରେ ହାର ମାନିଥିବା ଏଏସଆଇ ମୁରଲୀଧର ବଳିଆରସିଂ ଆତ୍ମାର ସତଗତି ପାଇଁ ଦୁଇ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା। ସୂଚନା ଯୋଗ୍ୟ ମହାମାରୀ କରୋନା ସଂକ୍ରମଣକୁ ପ୍ରତିହିତ କରିବା ସହିତ ନିଜ ଜୀବନକୁ ବାଜି ଲଗାଇ ସାଧାରଣ ଜନତାଙ୍କୁ ସୁରକ୍ଷା ଯୋଗାଇ ଦେଇଥିବା ପୁଲିସ କର୍ମଚାରୀଙ୍କୁ ସରକାର କରୋନା ଯୋଦ୍ଧା ଭାବେ ଘୋଷଣା କରିଛନ୍ତି। ତେଣୁ ସାଧାରଣ ଜନତାଙ୍କୁ ମହାମାରୀ କରୋନାରୁ ମୁକ୍ତି ପାଇଁ ଅହରହ ସଂଗ୍ରାମ କରୁଥିବା ଜିଲ୍ଲାର କିଛି ପୁଲିସ କର୍ମଚାରୀଙ୍କୁ ମଧ୍ୟ କରୋନା ଗ୍ରାସ କରିଥିଲା। ତେବେ ଏହିସବୁ କର୍ମଚାରୀ ଓ ଅଧିକାରୀ ମାନେ କରୋନା ସହିତ ଲଢେଇ କରି କରୋନାକୁ ପରାସ୍ତ କରି ବିଜୟ ଲାଭ କରିଛନ୍ତି। ଏଭଳି ସ୍ଥିତିରେ ଆଜି ସେମାନଙ୍କୁ ଖୋର୍ଦ୍ଧା ଜିଲ୍ଲାପାଳ ସନତ କୁମାର ମହାନ୍ତି ପୁଷ୍ପଗୁଚ୍ଛ ଓ ଉପଢୌକନ ଦେଇ ସମ୍ଭର୍ଦ୍ଧିତ କରିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ଏସପି ଅଜେୟ ପ୍ରତାପ ସ୍ୱାଇଁ,ଅତିରିକ୍ତ ଏସପି, ଡ଼ିଏସପି, ଏସଡିପିଓ,ବିଭିନ୍ନ ଥାନାଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ।
Home
ଜିଲ୍ଲା ଖବର କରୋନାରେ ଆକ୍ରାନ୍ତ ୨୧ଜଣ ଅଧିକାରୀ ଓ କର୍ମଚାରୀ ସୁସ୍ଥ। ଜିଲ୍ଲାପାଳ କଲେ ଯୋଦ୍ଧାଙ୍କୁ ସମ୍ଭର୍ଦ୍ଧିତ।