ସେବାଭାରତ ସ୍ୱେଚ୍ଛାସେବୀ ସଂସ୍ଥା ତରଫରୁ ଖାଦ୍ୟସମଗ୍ରୀ ବଣ୍ଟନ।

0
512

ଇଏନ୍‌ଏନ୍ କନ୍ଧମାଳ,୦୭/୦୮/୨୦- କରୋନା ମହାମାରୀ ପାଇଁ ଜନ ଜୀବନ ଅସ୍ତବ୍ୟସ୍ତ। ଆତଙ୍କିତ ଅବସ୍ଥାରେ ସମଗ୍ର ପୃଥିବୀ। ଏହି ସମୟରେ ଗରିବଙ୍କ ସାହାଭରସା ସାଜିଛନ୍ତି ସଂଖ୍ୟାଲଘୁ ସମ୍ପ୍ରଦାୟର ସ୍ୱେଚ୍ଛାସେବୀ ସଂସ୍ଥା। ଗାଁ ଗାଁ ବୁଲି ଜନସାଧାରଣଙ୍କୁ ସହଯୋଗର ହାତ ବଢାଇବା ସହ ସଚେତନତାର ବାର୍ତ୍ତା ବାଣ୍ଟୁ ଛନ୍ତି ସ୍ୱେଚ୍ଛାସେବୀ ସଂସ୍ଥା। ଯାହାର ଉଦାହରଣ କନ୍ଧମାଳ ଜିଲ୍ଲା ଘୁ.ଉଦୟଗିରିରେ ଦେଖିବାକୁ ମିଳିଛି। ଶୁକ୍ରବାର ଦିନ ସେବା ଭାରତ ନାମକ ସଂସ୍ଥାର ଶାଖା ସଂସ୍ଥା ଲୋଥା ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ କନ୍ଧମାଳ ଜିଲ୍ଲାର ସଯୋଜକ ଜ୍ୟୋତିରଞ୍ଜନ ନାୟକଙ୍କ ନେତୃତ୍ୱରେ ଘୁ.ଉଦୟଗିରି ଅଞ୍ଚଳର ୪୫ଟି ପରିବାରକୁ ଚାଉଳ, ଡାଲି, ତେଲ ସମେତ ଅତି ଆବଶ୍ୟକୀୟ ଖାଦ୍ୟ ସାମଗ୍ରୀ ଏବଂ ବ୍ୟବହାର୍ଯ୍ୟ ସାମଗ୍ରୀ ବଣ୍ଟନ କରାଯାଇଛି। ଏହି ଖାଦ୍ୟ ସାମଗ୍ରୀ ବଣ୍ଟନ କାର୍ଯ୍ୟରେ ବିଶୋପ ରାଇଟ ରେଭରେଣ୍ଡ ବାଞ୍ଚାନିଧି ନାୟକ, ସେବାଭାରତ ସଂସ୍ଥାର ପାର୍ଟନେର ଅବକାଶ ନାୟକ ପ୍ରମୁଖ ଉପସ୍ଥିତ ଥିଲେ। ଆଗାମୀ ଦିନରେ ବାଲିଗୁଡା ଠାରେ ମଧ୍ୟ ଗରିବ ଲୋକଙ୍କୁ ସୁଖାଖାଦ୍ୟ ଏବଂ ଅତି ଆବଶ୍ୟକିୟ ବ୍ୟବହାର୍ଯ୍ୟ ସାମଗ୍ରୀ ବଣ୍ଟନ କରାଯିବ ବୋଲି ଜିଲ୍ଲା ସଂଯୋଜ ଜ୍ୟୋତିରଞ୍ଜନ ନାୟକ ସୂଚନା ଦେଇଛନ୍ତି।

ଭାରତର ଅଗ୍ରଣି ସଂସ୍ଥା ସେବା ଭାରତ ଦେଶର କୋଣ ଅନୁକୋଣରେ ବିଭିନ୍ନ ବିକାଶ ବିକାଶ ମୂଳକ କାର୍ଯ୍ୟ ଏବଂ ସମାଜରେ ସଚେତନତା ଆଣିବା ଇତ୍ୟାଦି ସମାଜିକ ଉନ୍ନତି ମୂଳକ କାର୍ଯ୍ୟକରୁ ଥିବା ସଂସ୍ଥା ପକ୍ଷରୁ ସୂଚନା ଦିଆଯାଇଛି। ଯଦି ଦେଶର କୌଣସ ସ୍ଥାନରେ ପ୍ରାକୃତିକ ବିପର୍ଯ୍ୟୟ ଘଟେ ସେବା ଭାରତ ତରଫରୁ ବିଭିନ୍ନ ଉନ୍ନୟନ ମୂଳକ କାମ କରାଯିବା ସହ ଅତି ଆବଶ୍ୟକୀୟ ସାମଗ୍ରୀ ପ୍ରଥମେ ଜନସାଧାରଣଙ୍କୁ ଯୋଗାଇ ଦିଆ ଯାଇଥାଏ ବୋଲି ଜିଲ୍ଲା ସଂଯୋଜକ ମତପ୍ରକାଶ କରିଛନ୍ତି। ସେବା ଭାରତ ତରଫରୁ କରୋନା ମହାମାରୀ ସଙ୍କଟ ସମୟରେ ଗରିବ ଜନସାଧାରଣଙ୍କୁ ଅତି ଆବଶ୍ୟକୀୟ ଖାଦ୍ୟ ସାମଗ୍ରୀ ବଣ୍ଟନ କରି ଥିବାରୁ ସଂସ୍ଥାକୁ ସାଧୁବାଦ ଜଣାଇଛନ୍ତି ଅନୀଲ କୁମାର ଦିଗାଲ, ଚନ୍ଦ୍ରକାନ୍ତ ନାୟକ ଏବଂ ସଂଜୀବ ନୟକଙ୍କ ସହ ଅଞ୍ଚଳବାସୀ। ପ୍ରତ୍ୟେକ ଜୀବନ ଅତି ମୂଲ୍ୟବାନ ଆମେ ସୁରକ୍ଷିତ ରହିଲେ ଆମ ପରିବାର, ଗ୍ରାମ ଏବଂ ଅମଦେଶ ସୁରକ୍ଷିତ ରହିବ। କରୋନା ମହାମାରୀ ସମୟରେ ଜାରୀ କରାଯାଇ ଥିବା ସରକାରୀ ଗାଇଡ଼ଲାଇନ ମାନିବା ସହ ସମାଜର ସୁରକ୍ଷା ପାଇଁ ସଚେତନ ହେବା ସକାଶେ ସମସ୍ତ ଜନସାଧାରଣଙ୍କୁ ସେବା ଭାରତ ସଂସ୍ଥା ପକ୍ଷରୁ ଅନୁରୋଧ କରିଛନ୍ତି ଜିଲ୍ଲାର ସଂଯୋଜକ ଜ୍ୟୋତିରଞ୍ଜନ ପ୍ରଧାନ।

LEAVE A REPLY

Please enter your comment!
Please enter your name here