କଂକ୍ରିଟ ରାସ୍ତା ନିର୍ମାଣ ପାଇଁ ଭିତ୍ତିପ୍ରସ୍ଥର ସ୍ଥାପିତ

0
374

ଇଏନ୍‌ଏନ୍ ଖୋର୍ଦ୍ଧା,୦୭/୦୮/୨୦-ବହୁ ଦିନ ଅପେକ୍ଷାର  ଅନ୍ତ  ଘଟିଛି। ଭୁବନେଶ୍ୱର ସାଂସଦଙ୍କ ପାଣ୍ଠିରୁ ମଂଜୁର ହୋଇଥିବା ଟାଙ୍ଗୀ ବଳରାମ ପୁର ସାହିକୁ  କଂକ୍ରିଟ୍ ରାସ୍ତାକୁ  ଭିଡିଓ କନଫେରେନସ୍ ମାଧ୍ୟ୍ୟମରେ ସାଂସଦ ଅପରାଜିତା ଷଡଙ୍ଗୀଙ୍କ ଉପସ୍ଥିତିରେ ଭିତ୍ତିପ୍ରସ୍ଥର ସ୍ଥାପିତ ହୋଇଯାଇଛି।୩ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ଶ୍ରୀ ଶ୍ରୀ ବଳରାମ ଦେବଙ୍କ ମନ୍ଦିର ନିକଟରୁ ବଳରାମପୁର ସାହିକୁ କଂକ୍ରିଟ୍ ରାସ୍ତା ନିର୍ମାଣ କରାଯିବ। ଆସନ୍ତା ସେପ୍ଟେମ୍ବର ମାସ ୫ ତାରିଖରେ ଏହି ରାସ୍ତାର ଶୁଭ ଉଦଘାଟନ କରାଯିବାକୁ ନିଷ୍ପତ୍ତି ନିଆଯାଇଛି। ଦୀର୍ଘ ବର୍ଷ ହେଲା ଏହି ରାସ୍ତା ନିର୍ମାଣ କରାଯିବା ପାଇଁ  ସ୍ଥାନୀୟ ଲୋକମାନେ ଦାବି କରି ଆସୁଥିଲେ। ମାତ୍ର କୌଣସି ରାଜନେତା କିମ୍ବା ସ୍ଥାନୀୟ ପ୍ରଶାସନ ଏଥିପ୍ରତି କେହି ଦୃଷ୍ଟି ଦେଉ ନଥିବା ସାହି ବାସିନ୍ଦା ମାନେ ଅଭିଯୋଗ କରିଛନ୍ତି। ଆଜିର ଏହି କାର୍ଯ୍ୟକ୍ରମରେ ବିଜେପିର ବରିଷ୍ଠ ନେତା  ରଘୁନାଥ ସାହୁ, ସାଂସଦ ପ୍ରତିନିଧୀ ପ୍ରଦୋଶ ହରି ଚନ୍ଦନ,ସମିତି ସଭ୍ୟ ବିବି ସାହୁ, ବିଜେପି ଯୁବ ନେତା ଗୀରିଶ ବେହେରା, ପ୍ରଭାସ ପ୍ରଧାନ, କୃଷ୍ଣ ଚନ୍ଦ୍ର ସାହୁଙ୍କ ସମେତ ଅନେକ ନେତୃ ସ୍ଥାନୀୟ ବ୍ୟକ୍ତି ମାନେ କୋଭିଡ୍ କଟକଣାକୁ ପାଳନ କରି ଯୋଗ ଦେଇଥିଲେ। ସେହିପରି ଟାଙ୍ଗୀ ବ୍ଲକ ରତ୍ନମାଳୀ ପାଟଣାର ସରୋଜ କୁମାର ପାଇକରାୟଙ୍କ ବାସ ଗୃହ ନିକଟରୁ ସାଂସଦଙ୍କ ହାତ ପାଣ୍ଠିରୁ ୨ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ରାସ୍ତା ନିର୍ମାଣ କାର୍ଯ୍ୟ ଆରମ୍ଭ କରାଯାଇଛି।

LEAVE A REPLY

Please enter your comment!
Please enter your name here