ଗଞ୍ଜାମ ରେ ମରିଗଲା ମାନବିକତା, ୧୦୮ ଆମ୍ୱୁଲାନ୍ସ ମଧ୍ୟ ଭୁଲିଗଲା କର୍ତ୍ତବ୍ୟ,

0
357

ଛଟପଟ ହୋଇ ଜୀବନ ହାରିଲେ ରୋଗୀ

ବ୍ରହ୍ମପୁର,୧୨/୦୭/୨୦ – ବ୍ରହ୍ମପୁରର ଶ୍ରୀରାମନଗର ଅଞ୍ଚଳରେ ହସ୍ପିଟାଲ ଯାଇନପାରିବାରୁ ୫୫ ବର୍ଷୀୟ ଶିବପ୍ରସାଦ ନାମକ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି । ଦୀର୍ଘ ୨୦ ଘଣ୍ଟା ଧରି ଗୋଟିଏ ଗଛ ମୂଳରେ ଛଟପଟ ହେଲେ ରୋଗୀ । ଲୋକେ ଦେଖିଲେ, ମୋବାଇଲରେ ଭିଡିଓ ଉଠାଇଲେ ଆମ୍ବୁଲାନ୍ସ ମଧ୍ୟ ଆସିଲା କିନ୍ତୁ କରୋନା ରୋଗୀ ହୋଇଥିବା ଆଶଙ୍କା କରି ହସ୍ପିଟାଲକୁ ନେଲାନାହିଁ । ଶେଷରେ ରୋଗୀ ଜଣକର ସେଠାରେ ମୃତ୍ୟୁ ହୋଇଛି ।
ଏହିପରି ଏକ ଅଭାବନୀୟ ଘଟଣା ଘଟିଛି ଗଞ୍ଜାମ ଜିଲ୍ଲାର ବ୍ରହ୍ମପୁର ସହର ଶ୍ରୀରାମ ନଗରର ସାହିରେ ରାସ୍ତା କଡ଼ରେ ଛଟପଟ ହୋଇ ବ୍ୟକ୍ତିଙ୍କ ମୃତୁ ବରଣ ହୋଇଥିବା ଜଣାପଡ଼ିଛି। ଏନେଇ ମୃତକଙ୍କ ଝିଅ କହିଛନ୍ତି ଯେ, ‘ଜଣେ ରୋଗୀଙ୍କୁ ନେଇ ମେଡିକାଲରେ ପହଞ୍ଚାଇବା ଆମ୍ୱୁଲାନ୍ସର କର୍ତ୍ତବ୍ୟ କିନ୍ତୁ ମୋ ବାପାଙ୍କୁ ଆମ୍ବୁଲାନ୍ସ ନେଲାନାହିଁ ।

ଯଦି ରୋଗୀକୁ ଆମ୍ୱୁଲାନ୍ସ ନେଉନାହିଁ, ତେବେ କାହିଁକି ସରକାର ଏହି ସେବା କରିଛନ୍ତି ? ମୋ ବାପା କଷ୍ଟରେ ଛଟପଟ ହେଉଥିବା ବେଳେ ସାହି ଲୋକ ଭିଡିଓ କରୁଛନ୍ତି, ଏହା କଣ ମଣିଷର ମାନବିକତା ବୋଲି ସେ ପ୍ରଶ୍ନ କରିଛନ୍ତି । ଏପରିକି ବାପାଙ୍କ ଠାରୁ ମୋବାଇଲ ଚୋରି କରିନେଇଥିଲେବି ତାଙ୍କୁ ଉଦ୍ଧାର କେହି କରିନାହାନ୍ତି । ସେବି ଜଣେ ସମାଜସେବୀ ଥିଲେ, ଅନେକ ରୋଗୀଙ୍କୁ ମେଡିକାଲ ନେଇଥିଲେ ।

କିନ୍ତୁ ଆଜି କେହି ସାହାଯ୍ୟ କଲେ ନାହିଁ । ଅନ୍ୟପକ୍ଷେ ଯେହେତୁ ତାଙ୍କର କେହି ସମ୍ପର୍କୀୟ ଘରେ ନଥିଲେ ସେଥିପାଇଁ  ଆମ୍ୱୁଲାନ୍ସ ନେଲାନାହିଁ ବୋଲି ସାହି ଲୋକେ କହିଥିଲେ ଏନେଇ ଜିଲ୍ଲାପାଳ କହିଛନ୍ତି ଏହି ସମୟରେ ଲୋକେ ମିଳିମିଶି କାମ କରିବା ଦରକାର ଜଣେ ଆଉ ଜଣକୁ ସାହାଯ୍ୟ କଲେ ଯାଇ ଆମେ କରୋନାର ମୁକାବିଲା କରିପାରିବା ବୋଲି କହିଛନ୍ତି ।


ବ୍ରହ୍ମପୁରରୁୁ ସୁୁୁଶାନ୍ତ କୁୁୁମାର ପଣ୍ଡା

LEAVE A REPLY

Please enter your comment!
Please enter your name here