ଗଞ୍ଜାମ ଜିଲ୍ଲାରେ ଅଣାୟତ ହେଉଛି ସ୍ଥିତି । କରୋନା ମୁକାବିଲା ପାଇଁ ଗଲେ ୨ ଆଇଏଏସ୍ ଓ ୬ ଓଏଏସ୍ ଅଧିକାରୀ ।

0
1280

ଭୁବନେଶ୍ୱର, ୦୪/୦୭/୨୦ – ଗଞ୍ଜାମ ଜିଲ୍ଲାରେ ଦିନକୁ ଦିନ ସଙ୍ଗୀନ ହେବାରେ ଲାଗିଛି କରୋନା ସ୍ଥିତି । ରାଜ୍ୟରେ ସଂକ୍ରମଣ ଏବଂ ମୃତ୍ୟ ସଂଖ୍ୟାରେ ୧ ନମ୍ବର ସ୍ଥାନରେ ରହିଛି ଗଞ୍ଜାମ ଜିଲ୍ଲା । ଆକ୍ରାନ୍ତଙ୍କ ସଂଖ୍ୟା ୨ ହଜାର ୬୬  ରେ ପହଞ୍ଚିଥିବା ବେଳେ ମୃତ୍ୟୁ ସଂଖ୍ୟା ୨୦ ଛୁଇଁଛି । ବିଗତ କିଛି ଦିନରେ ଆକ୍ରାନ୍ତଙ୍କ ସଂଖ୍ୟା ହାରାହାରି ୨୦୦ ରହିଛି । ଏଠାରେ କ୍ୱାରେଣ୍ଟାି ସେଣ୍ଟରୁ ଚିହ୍ନଟ ସଂଖ୍ୟା ବଢ଼ିବା ସହ ସ୍ଥାନୀୟ ସଂକ୍ରମଣ ମଧ୍ୟ ବଢ଼ିବାରେ ଲାଗିଛି । ଏବଂ ଏହା ରାଜ୍ୟ ସରକାରଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି ।

ବଢ଼ୁଥିବା କରୋନା ସଂକ୍ରମଣ ସ୍ଥିତିର ମୁକାବିଲା ପାଇଁ ରାଜ୍ୟ ସରକାର ୨ ଜଣ ଆଇଏଏସ୍ ଙ୍କୁ ଗଞ୍ଜାମ ଜିଲ୍ଲାର ସ୍ପେଶାଲ ଏଡ଼ିଏମ୍ ଭାବେ ପଠାଇଛନ୍ତି । ଏହି ଦୁଇ ଜଣ ଛତ୍ରପୁର ଏବଂ ଭଞ୍ଜନଗର ସବ ଡ଼ିଭିଜନ ଦାୟୀତ୍ୱରେ ରହିବେ । କରୋନା ମୁକାବିଲା ପାଇଁ ପାରୁଲ ପଟାୱାରୀ ଓ ବିଶାଲ୍ ସିଂହ ଙ୍କୁ ନିଯୁକ୍ତ କରାଯାଇଛି । ପାରୁଲ ପଟାୱାରୀଙ୍କୁ ଛତ୍ରପୁର ଉପଖଣ୍ଡ କରୋନା ପରିଚାଳନା ଦାୟୀତ୍ୱ ଏବଂ ବିଶାଲ୍ ସିଂହଙ୍କୁ ଭଞ୍ଜନଗର ଉପଖଣ୍ଡ କରୋନା ପରିଚାଳନା ଦାୟିତ୍ୱ ଦିଆଯାଇଛି ।

ଏଥି ସହ ଜିଲ୍ଲା ପ୍ରଶାସନକୁ ସହଯୋଗ କରିବା ପାଇଁ ୬ ଜଣ ଡ଼େପୁଟି ସେକ୍ରେଟେରୀ ପାହ୍ୟାର ଓଏଏସ୍ ଅଧିକାରୀଙ୍କୁ ମଧ୍ୟ ଗଞ୍ଜାମ ଜିଲ୍ଲା ପଠାଯାଇଛି । ଏହି ଅଧିକାରୀ ମାନେ ଜିଲ୍ଲା ପ୍ରଶାସନକୁ କରୋନା ନିୟନ୍ତ୍ରଣ ପାଇଁ ସହଯୋଗ କରିବେ । ଏହି ଅଧିକାରୀ ମାନେ ହେଲେ ସାଧାରଣ ପ୍ରଶାସନ ବିଭାଗରେ କାର୍ଯ୍ୟରତ ଡ଼େପୁଟି ସେକ୍ରେଟେରୀ ସୁଧାକର ନାୟକ, ପଦ୍ମନାଭ ବେହେରା, ଲୋକନାଥ ଦଳବେହେରା, ଶଶୀକାନ୍ତ ରାୟ, ଚିତରଞ୍ଜନ ମେହନ୍ତ ଏବଂ ଯୋଜନା ଓ ସଂଯୋଜନା ବିଭାଗ ଡ଼େପୁଟ ସେକ୍ରେଟାରୀ ଶୁଭେନ୍ଦୁ କୁମାର ସାମଲ । ଏହି ଅଧିକାରୀ ମାନେ ଗଞ୍ଜାମ ଜିଲ୍ଲାପାଲଙ୍କୁ ରିପୋର୍ଟ କରି ତୁରନ୍ତ କାର୍ଯ୍ୟରେ ଯୋଗଦେବାକୁ ନିର୍ଦ୍ଦେଶ ଦିଆଯାଇଛି ।

ଇଏନ୍‌ଏନ୍ ନ୍ୟୁଜ ପଢିବା ପାଇଁ ସବସ୍କ୍ରାଇବ କରିବା ସହ ଆମ ଫେସବୁ,ଟ୍ୟୁଟର ପେଜକୁ ଭିଜିଟ କରନ୍ତୁ ଏବଂ ଆପଣଙ୍କ ମତାମତ ଦେବାକୁ ଜମାରୁ ଭୁଲିବେନୀ । ଆପଣଙ୍କ ମତାମତ ଆମକୁ ଆଗକୁ ଯିବାରେ ସାହାଯ୍ୟ କରିବ ।

ଭୁବନେଶ୍ୱରରୁ ଚୌଧୁରୀ ରାଜନାରାୟଣ

LEAVE A REPLY

Please enter your comment!
Please enter your name here