ଗଞ୍ଜାମରେ ବଣ୍ଟନ ହେବ ହୋମିଓପ୍ୟାଥିକ ଆର୍ସେନିକମ ଏଏଲବି ୩୦ ।

0
430

ଇଏନ୍ଏନ୍ ବ୍ରହ୍ମପୁର,୧୩/୦୭/୨୦- ମହାରାଷ୍ଟ୍ର ପରେ ଗଞ୍ଜାମରେ ବଣ୍ଟାଯିବ ହୋମିଓପ୍ୟାଥିକ ଅର୍ସେନିକୂମ୍ ଏଏଲବି ୩୦ । ହୋମିଓପ୍ୟାଥିକ ମେଡିସିନ ବଣ୍ଟାଯିବା ନେଇ ଜିଲ୍ଲା ଚିକିତ୍ସାଧିକାରୀଙ୍କ ପକ୍ଷରୁ ସୂଚନା ଦିଆଯାଇଛି । ମହାରାଷ୍ଟ୍ର ପରେ ଦେଶର ଦ୍ୱିତୀୟ ରାଜ୍ୟ ଭାବେ ଓଡିଶାର ଗଞ୍ଜାମ ଜିଲ୍ଲାରେ ଏହା ବଣ୍ଟନ କରାଯିବ । ରାଜ୍ୟର କୋରୋନାରେ ଅଧିକ ସଂକ୍ରମିତ ଗଞ୍ଜାମ ଜିଲ୍ଲାରେ ଏହାକୁ ବାଣ୍ଟିବାକୁ ନିଷ୍ପତ୍ତି ନିଆଯାଇଛି । ଏହାର ପ୍ରସ୍ତୁତି କରିବା ପାଇଁ ବ୍ରହ୍ମପୁରରେ ରହିଥିବା ବିଜୁ ପଟ୍ଟନାୟକ ହୋମିଓପ୍ୟାଥିକ ମେଡିକାଲ କଲେଜ ହସପିଟାଲକୁ ପତ୍ର ଲେଖାଯାଇଛି । ପ୍ରଥମ ପର୍ଯ୍ୟାୟରେ ୧୦ ହଜାର ବୋତଲ ପ୍ରସ୍ତୁତ କରିବାକୁ କୁହାଯାଇଛି । ଏନେଇ ପ୍ରସ୍ତୁତି ମଧ୍ୟ ଆରମ୍ଭ ହୋଇଥିବା ଜଣାପଡିଛି । ଏହି ମେଡିସନକୁ କୋଭିଡ୍ ୧୯ରେ ଆକ୍ରାନ୍ତ ପଜିଟିଭ, କୋରୋନା ସନ୍ଦିଗ୍ଧ ଏବଂ କୋରୋନା ଯୁଦ୍ଧରେ କାର୍ଯ୍ୟ କରୁଥିବା ଆଗ ଧାଡିର କର୍ମଚାରୀ ଓ ଅଧିକାରୀଙ୍କୁ ପ୍ରଦାନ କରାଯିବ । ଏହାକୁ ପ୍ଲାଷ୍ଟିକ୍ ବୋତଲରେ ପ୍ରଦାନ କରିବାକୁ କୁହାଯାଇଥିବା ବେଳେ ଜନସାଧାରଣଙ୍କ ମଧ୍ୟରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବା ପାଇଁ ଏହାକୁ ବଣ୍ଟନ କରାଯିବ । ଅତ୍ୟଧିକ କରୋନା ପ୍ରବଣ ଅଞ୍ଚଳରେ ଏହି ମେଡିସିନ ବଣ୍ଟନ କରାଯିବ ।

ବ୍ରହ୍ମପୁରରୁ ସୁଶାନ୍ତ କୁମାର ପଣ୍ଡା  

LEAVE A REPLY

Please enter your comment!
Please enter your name here