କନ୍ଧମାଳ ଜିଲ୍ଲାରେ ୭୪ତମ ସ୍ୱାଧୀନତା ଦିବସ ପାଳିତ ।

0
455

ଇଏନ୍‌ଏନ୍ କନ୍ଧମାଳ, ୧୫/୦୮/୨୦-କନ୍ଧମାଳ ଜିଲ୍ଲାର ସଦରମହକୁମା ଫୁଲବାଣୀ ସମେତ ଜିଲ୍ଲାର ବିଭିନ୍ନ ବ୍ଲକରେ କରୋନା କଟକଣା ଏବଂ ବର୍ଷା ସତ୍ୱେ ୭୪ତମ ସ୍ୱାଧୀନତା ଦିବସ ପାଳିତ ହୋଇଛି । ଜିଲ୍ଲା ପ୍ରଶାସନର ନିର୍ଦ୍ଧେଶ କ୍ରମେ ନିର୍ଧାରିତ ସରକାରୀ କର୍ମଚାରୀ ଏହି କାର‌୍ୟ୍ୟକ୍ରମରେ ଯୋଗ ଦେଇ ଥିଲେ । ଜିଲ୍ଲାବାସୀ ନିଜ ନିଜ ଘରେ ରହି ୭୪ ତମ ସ୍ୱାଧୀନତା ଦିବସ ପାଳନ କରିଛନ୍ତି । ଆଜି ସକାଳେ ବର୍ଷା ଲାଗି ରହିଥିଲେ ମଧ୍ୟ ନିର୍ଦ୍ଧାରିତ ସମୟରେ ସ୍ୱାଧୀନତା ଦିବସ ପାଳନ କରାଯାଇଛି । କନ୍ଧମାଳ ଜିଲ୍ଲା ସ୍ତରୀୟ ସ୍ୱାଧୀନତା ପାଳନ ଉତ୍ସବ ଫୁଲବାଣୀର ପୁଲିସ ରିଜର୍ଭ ପଡିଆ ଠାରେ ଅନୁଷ୍ଠିତ ହୋଇ ଥିଲା । ଏହି ଉତ୍ସବରେ ଖାଦ୍ୟ ଯୋଗାଣ, ଖାଉଟି କଲ୍ୟାଣ ଏବଂ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ମୁଖ୍ୟ ଆତିଥୀ ଭାବରେ ଯୋଗ ଦେବା ସହ ନିଜର ବକ୍ତବ୍ୟ ରଖି ଥିଲେ । ଏହା ସହ ଜିଲ୍ଲାର ବିଭିନ୍ନ ଅଞ୍ଚଳରେଶାନ୍ତି ଶୃଙ୍ଖଳା ସହ ସ୍ୱାଧୀନତା ଦିବସ ପାଳିତ ହୋଇଛି । କରୋନା ମହାମାରୀ ସଂକ୍ରମଣକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇ ଥିଲା । ସୁରକ୍ଷା ବ୍ୟବସ୍ଥା ନିୟନ୍ତ୍ରଣ ପାଇଁ ବିଭିନ୍ନ ସ୍ଥାନରେ ସୁରକ୍ଷା କର୍ମୀ ମୁତୟନ କରା ଯାଇଥିଲା ।

LEAVE A REPLY

Please enter your comment!
Please enter your name here