ସଂଘବଦ୍ଧ ଭାବେ ଯୁବକଙ୍କୁ ଭୁଜାଲିରେ ଆକ୍ରମଣ, ଘଟଣା ସ୍ଥଳରେ ଯୁବକଙ୍କ ମୃତ୍ୟୁ ।

0
352

ଇଏନ୍‌ଏନ୍ ଖୋର୍ଦ୍ଧା, ୧୪/୦୭/୨୦-ମଙ୍ଗଳବାର ସନ୍ଧ୍ୟାରେ ଜାତୀୟ ରାଜପଥ ୧୬ କଡରେ ଏକ ମଦ ବାର ସମ୍ମୁଖରେ ଯୁବକକୁ ସଂଘବଦ୍ଧ ଭାବେ ଭୁଜାଲିରେ ଆକ୍ରମଣ କରି ହତ୍ୟା କରିଛନ୍ତି। ମୃତ ଯୁବକ ଜଣକ ଖୋର୍ଦ୍ଧା ପୌରାଞ୍ଚଳ ଉପର ସାହି ଅଜୟ ବାରିକ। ଖବର ପାଇ ଖୋର୍ଦ୍ଧା ଏସପି, ଏସଡିପିଓ, ଆଦର୍ଶ ଥାନା ଅଧିକାରୀ ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚି ମୃତ ଅଜୟର ମୃତ ଦେହକୁ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇ ତଦନ୍ତ କରୁଥିବା ଜଣାପଡିଛି। ଏପରିକି ମୃତ୍ୟୁର ରହସ୍ୟ ଉନ୍ମୋଚନ ପାଇଁ ପୁଲିସ ସିସି ଟିଭି ଯାଞ୍ଚ କରୁଥିବା ଜଣାପଡ଼ିଛି।

ସୂଚନା ଅନୁଯାୟୀ କିଛି ଯୁବକ ଜାତୀୟ ରାଜପଥ କଡ଼ରେ ଥିବା ଏକ ବାରରେ ଉପର ସାହିର ଅଜୟ ବାରିକ ସ୍ୱିକୁରିଟି ଭାବେ କାର‌୍ୟ୍ୟ କରନ୍ତି। ଏପରିକି ଅଜୟ ତାଙ୍କ ପରିବାରର ଏକମାତ୍ର ରୋଜଗାରକ୍ଷମ ବ୍ୟକ୍ତି ଅଟନ୍ତି। ସେ ତାଙ୍କ ପରିବାରର ଏକମାତ୍ର ରୋଜଗାର କ୍ଷମ ବ୍ୟକ୍ତି ହୋଇଥିବାରୁ ମୃତ୍ୟୁ ପରେ ତାଙ୍କ ପରିବାର ଏବେ ଅସହାୟ ହୋଇପଡିଛନ୍ତି।

ଅଜୟଙ୍କ ମୃତ୍ୟୁ ପୂର୍ବରୁ କିଛି ଯୁବକ ଏକ ବିଏମଡବ୍ଲ୍ୟୁ କାରରେ ଆସିଥିଲେ ଏବଂ ଉକ୍ତ ବାରକୁ ମଦ ପିଇବା ପାଇଁ ଯାଇଥିଲେ। କିନ୍ତୁ ପୂର୍ବରୁ ବାରର ଜଣେ କର୍ମଚାରୀ କୋଭିଡ ୧୯ ନିୟମକୁ ଅନୁପାଳନ କରି ଉକ୍ତ ଗାଡ଼ିରେ ଆସିଥିବା ଯୁବକମାନଙ୍କୁ ମଦ ପିଇବା ପାଇଁ ବାରଣ କରାଯାଇଥିବା ନେଇ  ଉକ୍ତ ଯୁବକମାନଙ୍କୁ ସୂଚନା ଦେଇଥିଲେ। ହେଲେ ଯୁବକମାନେ ସେଠାରୁ ପଳାଇ ଯାଇଥିଲେ। ଯୁବକମାନେ ପୁନର୍ବାର ସାଢ଼େ ୫ ଟା ସମୟରେ ସେଠାକୁ ଆସି ପହଞ୍ଚି ଗାଡ଼ିରୁ ଓହ୍ଲାଇ ସଂଘବଦ୍ଧ ଭାବେ ଅଜୟଙ୍କୁ ଭୁଜାଲିରେ ଆକ୍ରମଣ କରିଥିଲେ। ଆକ୍ରମଣରେ ଅଜୟଙ୍କ ମୁଣ୍ଡରେ ତିନିରୁ ଚାରି ଚୋଟ ଗଭିରଭାବେ କ୍ଷତ ହୋଇଥିଲା ଦୁଇପଟ ବେକରେ ମଧ୍ୟ କ୍ଷତ ହୋଇଥିବା ଜଣାପଡିଛି। ସେହିପରି ଉକ୍ତ ଯୁବକମାନେ ଅଜୟ ପେଟ ଓ ଛାତିରେ ଚୋଟ ଉପରେ ଚୋଟ ମାରି କ୍ଷତାକ୍ତ କରିବା ସହିତ ଅତି ଅମାନୁଷିକ ଭାବେ ହତ୍ୟା କରି ଫେରାର ହୋଇ ଯାଇଛନ୍ତି। ଏନେଇ ଟାଉନ ଥାନା ପୁଲିସ ଏକ ମାମଲା କରି ତଦନ୍ତ କରୁଥିବା ଜଣାପଡିଛି।

LEAVE A REPLY

Please enter your comment!
Please enter your name here