ମାଓବାଦୀ ପୁଣି ଲଗାଇଲେ ଧମକ ପୂର୍ଣ୍ଣ ବ୍ୟାନର ଓ ପୋଷ୍ଟର ।

0
487

ଇଏନ୍‌ଏନ୍‌, କନ୍ଧମାଳ, ୧୩/୦୯/୨୦- କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧ ବ୍ଲକର କୁର୍ତ୍ତମଗଡ଼ ବଜାରରେ ମାଓ ପୋଷ୍ଟର ଓ ବ୍ୟାନର । ଏଥିରେ କୁର୍ତ୍ତୃମଗଡ଼ ପଞ୍ଚାୟତର ପୂର୍ବତନ ସରପଞ୍ଚ ଶିରୀଶ ମଳିକ ତଥା ବିଜେଡି ନେତାଙ୍କୁ ଧମକପୂର୍ଣ୍ଣ ବାର୍ତ୍ତା ଦେଇଛି ମାଓ ସଂଗଠନ । ଯେଉଁଥିରେ ଉଲେଖ ରହିଛି ବଜରଙ୍ଗ ଦଳର ସଭାପତି ପ୍ରକାଶ ମାଝୀଙ୍କୁ ଷଡ଼ଯନ୍ତ୍ର କରି ହତ୍ୟା କରାଯାଇଥିଲା । ଏହି ହତ୍ୟାକାଣ୍ଡ ଘଟଣା ପୂର୍ବତନ ସରପଞ୍ଚ ଷଡଯନ୍ତ୍ର କରିଥିବା ନେଇ ମାଓ ସଙ୍ଗଠନ ପକ୍ଷରୁ ଉଲ୍ଲେଖ କରାଯାଇଛି । ଏଥିସହ ଅନ୍ୟାୟ ଅତ୍ୟାଚାର ବିରୋଧ ରେ ସଂଗ୍ରାମ କରି ମୃତ୍ୟୁ ବରଣ କରିଥିବା ସହିଦ ମାଓ ବାଦୀଙ୍କ ବଳିଦାନ ବ୍ୟର୍ଥ ଯିବ ନାହିଁ ବୋଲି ସଙ୍ଗଠନ ପକ୍ଷରୁ କୁହାଯାଇଛି । ଏଣୁ ଆଜି ୧୩-୯-୨୦୨୦ କୁ ସହିଦ ଦିବସ ଭାବେ ପାଳନ କରିବାକୁ ଆହ୍ୱାନ ଦେଇଛି ମାଓବାଦୀ ସଙ୍ଘଠନ । ତେବେ ଏମ୨ ମାଓବାଦୀ ପକ୍ଷରୁ ଏହି ଧମକ ପୂର୍ଣ୍ଣ ବ୍ୟାନର ଓ ପୋଷ୍ଟର ଛଡା ଯାଇଛି । ଏହି ବ୍ୟାନରକୁ ନେଇ ପୁଲିସ ପକ୍ଷରୁ ତଦନ୍ତ ଚାଲି ଥିବା ସୂଚନା ମିଳିବା ସହ ସ୍ଥାନୀୟ ଅଞ୍ଚଳରେ କକୁଆ ଭୟ ସୃଷ୍ଟି ହୋଇଛି ।

LEAVE A REPLY

Please enter your comment!
Please enter your name here