ସରକାରୀ ବାବୁଙ୍କ ଫାଇଲ ତଳେ ବସ୍ତିଙ୍ଗିଆର ମୋବାଇଲ ଟାୱାର !

0
3444

ଡିଜିଟାଲ ସେବାରୁ ବଞ୍ଚିତ ବସ୍ତିଙ୍ଗିଆ ଗ୍ରାମ ପଞ୍ଚାୟତ ।

ଇଏନ୍‌ଏନ୍ କନ୍ଧମାଳ,୧୯/୦୭/୨୦- ଆଜିବି ସରକାରୀ ସେବା ପାଇବାରୁ ବଞ୍ଚିତ ବସ୍ତିଙ୍ଗିଆ ଗ୍ରାମ ପଞ୍ଚାୟତର ବାସିନ୍ଦା । ବସ୍ତିଙ୍ଗିଆ ଠାରେ ଚକାପାଦ ବ୍ଲକ କାର‌୍ୟ୍ୟାଳୟ ଅଛି କିନ୍ତୁ ମୋବାଇଲ ଟାୱାର ଟିଏ ନାହିଁ । ଯାହା ପାଇଁ ଡିଜିଟାଲ ସେବାରୁ ବଞ୍ଚିତ ଚକାପାଦ ବ୍ଲକର ବସ୍ତିଙ୍ଗିଆ ଗ୍ରାମ ପଞ୍ଚୟତର ବାସିନ୍ଦା । ୧୯୬୮ ମସିହାରେ ଚକାପାଦ ବ୍ଲକର ମୂଖ୍ୟ କାର‌୍ୟ୍ୟାଳୟ ବସ୍ତିଙ୍ଗିଆ ଠାରେ ସ୍ଥାପିତ ହୋଇଥିଲା । କିନ୍ତୁ ବସ୍ତିଙ୍ଗିଆ ଗ୍ରାମ ପଞ୍ଚାୟତ ଠାରେ ଆଜି ପର‌୍ୟ୍ୟନ୍ତ କୌଣସି ଘରୋଇ କମ୍ପାନୀ କିମ୍ବା ବିଏସଏନଏଲର ପକ୍ଷରୁ ମୋବାଇଲ ଟାୱାର ସ୍ଥାପନ କରାଯାଇ ନାହିଁ । ମୋବାଇଲ ଟାୱାର ସ୍ଥାପନକୁ ନେଇ ବହୁତ ଦିନ ହେବ ଅଞ୍ଚଳବାସୀ ଦାବୀ କରି ଆସୁଛନ୍ତି । ହେଲେ ଆତି ପରିତାପର ବିଷୟ ବିଭାଗୀୟ କର୍ତ୍ତୃପକ୍ଷ ଏହି ଦାବୀ ପ୍ରତି କର୍ଣ୍ଣପାତ କରୁନ ଥିବା ମତ ପ୍ରକାଶ ପାଇଛି ।

ସରକାରଙ୍କ ପକ୍ଷରୁ ବସ୍ତିଙ୍ଗିଆ ଠାରେ ମୋବାଇଲ ଟାୱାର ନିର୍ମାଣ ପାଇଁ ଜମି ଅଧିଗ୍ରହଣ ସରି ଥିବା ଫୁଲବାଣୀ ଟେଲିକମ ସର୍କଲ ପକ୍ଷରୁ ଜନସାଧରଣଙ୍କୁ ସନ୍ତନା ଦିଆ ଯାଉଛି । ତାହାର ସତ୍ୟାସତ୍ୟ ଜଣାପଡୁ ନାହିଁ । ସରକାରୀ କର୍ମଚାରୀ କର୍ମଚାରୀଙ୍କ ପକ୍ଷରୁ ମୋବାଇଲ ଟାୱାର ପାଇଁ ଜମି ଅଧିଗ୍ରହଣର ସରିଥିବା ସୂଚନା ଦିଆ ଯାଉଛି । ହେଲେ ଜମି ଅଧିଗ୍ରହଣର ଦୀର୍ଘ ଦିନ ବିତି ଯାଇ ଥିଲେ ମଧ୍ୟ ବସ୍ତିଙ୍ଗିଆ ଗ୍ରାମ ପଞ୍ଚାୟତ ଠାରେ ବିଏସଏନଏଲ ପକ୍ଷରୁ ମୋବାଇଲ ଟାୱାର ନିର୍ମାଣ କରାଯାଇ ନାହିଁ । ଯାହାକୁ ନେଇ ଅଞ୍ଚଳରେ ଆଶାନ୍ତି ପ୍ରକାଶ ପାଇଛି । ବସ୍ତିଙ୍ଗିଆ ଗ୍ରମପଞ୍ଚାୟତ ଦେଇ ପ୍ରସିଦ୍ଧ ତୀର୍ଥ ସ୍ଥାନ ଚକାପାଦକୁ ମୁଖ୍ୟ ରାସ୍ତା ଯାଇ ଅଛି । ଏହି ରାସ୍ତା ଦେଇ ପ୍ରତ୍ୟେକ ଦିନ ହଜାର ହଜ଼ାର ଶ୍ରଦ୍ଧାଳୁ ଦର୍ଶନ ପାଇଁ ଯାଇ ଥାନ୍ତି । ବସ୍ତିଙ୍ଗିଆ ଗ୍ରାମ ପଞ୍ଚାୟତକୁ ତୀର୍ଥ ସ୍ଥାନ ଚକାପାଦର ପ୍ରବେଶ ପଥ କହିଲେ ଅତ୍ୟୁକ୍ତି ହେବ ନାହିଁ । କିନ୍ତୁ ଆଜି ଏହାର ବିକାଶ ସରକାରୀ ବାବୁଙ୍କ ଫାଇଲ ତଳେ ବନ୍ଧା ହୋଇ ଥିବା ମନେ ହେଉଛି ।

ବସ୍ତିଙ୍ଗିଆ ଗ୍ରାମ ପଞ୍ଚାୟତ ୧୧ ଟି ୱାର୍ଡ, ଚାରି ହଜାରରୁ ଉର୍ଦ୍ଧ୍ବ ଜନସଂଖ୍ୟା ଏବଂ ପ୍ରାୟ ତିନିହାଜର ଭୋଟରଙ୍କୁ ନେଇ ଗଠିତ । ଏହି ବ୍ଲକ ଅଧୀନରେ ଘୁଡ଼ାଗାଁ, ନୂଆସାହି, ମୁସୁଗୁଡା, ମୁର୍ଗିଗୁଡା, ତୋରାପୁଟ, ଖାସିରିଖୋଲ, ରେଢ଼ାସିଂ, ବୁର୍ତ୍ତୁଙ୍ଗ, ଦଳଗାଁ, ଛୁଆଁସାହି, ମଲଗାଁ, ଗୁଦ୍ରୀଗାଁ ଇତ୍ୟାଦି ବହୁତ ଗ୍ରାମ ରହିଅଛି । ହେଲେ ଆଜି ପର‌୍ୟ୍ୟନ୍ତ ବସ୍ତିଙ୍ଗିଆ ଠାରେ ଅଞ୍ଚଳବାସୀଙ୍କ ପାଇଁ ମୋବାଇଲ ଟାୱାର ଯୋଗାଇ ଦିଆଯାଇ ନାହିଁ । ଯାହା ପାଇଁ ଏହି ମହାମାରୀ କୋଭିଡ-୧୯ ସମୟରେ ଜନସାଧରଣ ବହୁ ସମସ୍ୟର ସମ୍ମୁଖୀନ ହେଉ ଥିବା ପ୍ରକାଶ କରିଛନ୍ତି । ବସ୍ତିଙ୍ଗିଆ ଠାରେ ତିନୋଟି ସେବାଶ୍ରମ, ଆଇସିଡିଏସ କାର‌୍ୟ୍ୟାଳୟ, ଚକାପାଦ ବ୍ଲକ କାର‌୍ୟ୍ୟାଳୟ ବହୁତ ଗୁରୁତ୍ୱ ପୂର୍ଣ୍ଣ ସରକାରୀ କାର‌୍ୟ୍ୟାଳୟ ରହିଛି । କିନ୍ତୁ ଆଜି ପର୍ଯ୍ୟନ୍ତ ବସ୍ତିଙ୍ଗିଆ ଠାରେ ମୋବାଇଲ ସ୍ଥାପନ ହୋଇ ନାହିଁ । ଯାହା ପାଇଁ ସରକାରୀ କାର‌୍ୟ୍ୟ ମଧ୍ୟ ବାଧାପ୍ରାପ୍ତ ହେଉ ଥିବା ସୂଚନା ମିଳିଛି । ଯଦି ପ୍ରଶାସନ ଏଥି ପ୍ରତି ଦୃଷ୍ଟି ନ ଦିଅନ୍ତି ତାହା ହେଲେ ଆଗାମୀ ଦିନରେ ଆନ୍ଦୋଳନ କରାଯିବ ବୋଲି ଅଞ୍ଚଳ ବାସୀ ଚେତାବନୀ ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here