ଲାକଡାଉନ ଓ ସଟଡାଉନ ସମୟରେ ପରିବାର ପିଛା ୧୫,୦୦୦ ଟଙ୍କା ପ୍ରୋତ୍ସାହନ ରାଶି ପ୍ରଦାନ କରାଯାଉ- ଓଡ଼ିଶା ସୁରକ୍ଷା ସେନା

0
312

ଇଏନ୍‌ଏନ୍ କଟକ, ୨୧/୦୭/୨୦- ସାରା ବିଶ୍ୱ କୋରନା ର ପ୍ରକୋପ ରେ ଭୟଭିତ । ସରକାର ଓ ପ୍ରଶାସନ ଏହାକୁ ନେଇ ବିଭିନ୍ନ ପ୍ରକାରର ପଦକ୍ଷେପ ଗ୍ରହଣ କରୁଛନ୍ତି। ବିଭିନ୍ନ ସମୟରେ ଲାକଡାଉନ ଓ ସଟଡାଉନ କରୁଛନ୍ତି। ଏହା ଦ୍ୱାରା ଜନ ସାଧାରଣ ବହୁ ଅସୁବିଧା ର ସମ୍ମୁଖିନ ହେଉଛନ୍ତି। କିନ୍ତୁ ମଧ୍ୟବିତ ବର୍ଗ ର ଜନସାଧାରଣ ମାନେ ନାହିଁ ନଥିବା ଅସୁବିଧା ର ସମ୍ମୁଖୀନ ହେଉଛନ୍ତି। କୋରନା ଭୟ ଠାରୁ ଅର୍ଥନୈତିକ ବୋଝ ବଳି ଯାଉଛି। ଯାହା ଦ୍ୱାରା ପାରିବାରିକ ଅନିଶ୍ଚିତତା ଦେଖାଦେଉଛି। କେବଳ ନିମ୍ନ ମଧ୍ୟବିତ (ବିପିଏଲ) ପରିବାର ଲୋକଙ୍କୁ ଚାଉଳ ଡାଲି ଦେଇ ଯେଉଁ ଖୁସି ହେଉଛନ୍ତି ସରକାର । ତାହା ସରକାରଙ୍କର ଏକ ଅପରିପକ୍ୱ ମାନସିକତାର ପରିଚୟ ସୃଷ୍ଟି କାରୁଛି ବୋଲି କହିଛନ୍ତି ଓଡ଼ିଶା ସୁରକ୍ଷା ସେନାର ସାଧାରଣ ସମ୍ପାଦକ ସବ୍ୟସାଚୀ ଶତପଥୀ । ସରକାର ଭାବିବା ଦରକାର ଯେ ମଧ୍ୟବିତ୍ତ ପରିବାରର ଲୋକ ମଧ୍ୟ ଏ ଠାରେ ବସବାସ କରୁଛନ୍ତି। ଯେଉଁ ମାନେ ପ୍ରତ୍ୟକ୍ଷ ବା ପରୋକ୍ଷରେ ସରକାରଙ୍କୁ ଟିକସ ଦେଇ ଆସୁଛନ୍ତି। ଲକଡାଉନ ବା ସଟଡାଉନ ହେବ ଯୋଗୁଁ ସେମାନଙ୍କର ରୋଜଗାର କରିବାର ମାଧ୍ୟମ ଠପ ହୋଇଯାଇଛି। ଯାହାଦ୍ଵାରା ସେମାନଙ୍କର ପରିବାର ଅର୍ଥନୈତିକ ସଂକଟ ଦେଇ ଗତି କରୁଛି । ଯାହାକି ପାରିବାରିକ କଳହ ମୁଖ୍ୟ କାରଣ ସାଜିଛି।

ଯେ ପର୍ଯ୍ୟନ୍ତ ଏହି ବନ୍ଦ ର ପ୍ରକ୍ରିୟା ଚାଲିଛି ସେ ପର୍ଯ୍ୟନ୍ତ ରାଜ୍ୟ ସରକାର ସହର ରେ ବସବାସ କରୁଥିବା ପରିବାରକୁ ୧୫,୦୦୦ ଓ ଗ୍ରାମରେ ବାସ କରୁଥିବା ପରିବାରକୁ ୧୦,୦୦୦ ଟଙ୍କା ଲେଖା ପ୍ରୋତ୍ସାହନ ରାଶି ପ୍ରଦାନ କରୁ ବୋଲି ସେନା ପକ୍ଷରୁ ଦାବି କରାଯାଇଛି। ଏକ ସାମ୍ବାଦିକ ବାର୍ତ୍ତା ଜରିଆରେ ସେନାର ସାଧାରଣ ସମ୍ପାଦକ ସବ୍ୟସାଚୀ ଶତପଥୀ, ସତ୍ୟବ୍ରତ ପଣ୍ଡା, ସମ୍ପାଦକ ଦେଵବ୍ରତ ମିଶ୍ର, ମହିଳା ଶାଖା ସଭାପତି ଅନୁରାଧା ଦାସ ପ୍ରମୁଖ ଏହି ଦାବି ରାଜ୍ୟ ସରକାରଙ୍କୁ ଜଣାଇଛନ୍ତି ।

LEAVE A REPLY

Please enter your comment!
Please enter your name here