ଦଳେଇପୁଟରେ ପୁଲିସ ଉପସ୍ଥିତିରେ ପୁଣି ଫୁଟିଲା ବୋମା। ସଂପୃକ୍ତ ଘଟଣାରେ ୨ ଗିରଫ।

0
411

ଇଏନ୍‌ଏନ୍ ଖୋର୍ଦ୍ଧା, ୨୧/୦୮/୨୦- ଗତକାଲି ରାତିରେ ତୃତୀୟ ଥର ପାଇଁ ପୁଲିସ ଉପସ୍ଥିତିରେ ଜୈନିକ ବ୍ୟକ୍ତିଙ୍କ ଘର ଉପରକୁ ଦୁର୍ବୁଦମାନେ ୪ଟି ବୋମା ପକାଇ ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି।ତେବେ ବୋମାମାଡରେ ଜୈନିକ ବ୍ୟକ୍ତିଙ୍କ ଘରକୁ ସୁରକ୍ଷା ଯୋଗାଉଥିବା ଚାରି ଜଣ ପୁଲିସ କର୍ମଚାରୀ ବୋମାମାଡରେ ଭୟବିତ ହୋଇ ନିକଟରେ ଥିବା ସଦର ପୁଲିସକୁ ଖବର ଦେଇଥିଲେ।ଖବର ପାଇ ସଦର ଥାନା ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଥିବା ବେଳେ ସିସିଟିଭି ଫୁଟେଜ ଯାଞ୍ଚ କରି ତଦନ୍ତ କରୁଛି।ତେବେ ଶୁକ୍ରବାର ସକାଳେ ଘଟଣାରେ ସଂପୃକ୍ତ ଥିବା ଦୁଇ ଜଣକୁ ଗିରଫ କରିଛି।ତେବେ ଗିରଫ କରିଥିବା ଦୁଇ ଜଣ ଘଟଣାରେ ସମ୍ପୃକ୍ତ ନଥିବା ନେଇ ଗାଁ ଲୋକେ ସଫେଇ ଦେଇଛନ୍ତି।ଏପରିକି ପ୍ରକୃତ ଦୋଷୀକୁ ନଧରି ନିର୍ଦୋଷକୁ ଗିରଫ କରିବା ପରେ ଗାଁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି।ଏପରିକି ଥାନା ଘେରାଉ କରିବା ପାଇଁ ଗାଁ ଲୋକେ ସଜବାଜ ହେଉଥିବା ନେଇ ଏକ ବିଶେଷ ସୂତ୍ରରୁ ଖବର ମିଳିଛି।ତେଣୁ ପୁଲିସ ତଦନ୍ତ ନକରି କିଭଳି ପରିସ୍ଥିତିରେ ଉକ୍ତ ଯୁବକ ଦ୍ୱୟଙ୍କୁ ଗିରଫ କରିଛି।ସେନେଇ ପୁଲିସ ଘଟଣାରେ ସଂପୃକ୍ତ ଦୋଷୀକୁ ଗିରଫ କରି ନିର୍ଦୋଷୀକୁ ମୁକ୍ତ କରିବା ପାଇଁ ଗାଁ ଲୋକେ ସଠିକ ତଦନ୍ତ କରିବା ପାଇଁ ଦାବି ଉଠାଇଛନ୍ତି।ସୂଚନା ଅନୁଯାୟୀ ଗତକାଲି ବିଳମ୍ବିତ ରାତିରେ କେତେ ଜଣ ଦୁବୃତ୍ତ ୧୬ନମ୍ବର ଜାତୀୟ ରାଜପଥ କଡ଼ରେ ଥିବା ଦଳେଇପୁଟ ଗାଁ ର ଟୁକୁନି ସ୍ୱାଇଁ ସ୍ୱାମୀ-ହୃଦାନନ୍ଦ ସ୍ୱାଇଁଙ୍କ ଘର ଉପରକୁ ପୁଣି ଚାରୋଟି ବୋମା ମାଡ଼ ହୋଇଛି।ଦୁର୍ବୁଦମାନେ ହୃଦାନନ୍ଦଙ୍କ ପାଚେରୀ ବାହର ପଟୁ ଚାରୋଟି ବୋମାମାଡ କରିଛନ୍ତି । ଏଥିରେ କେହି ଆହତ  ହୋଇନଥିବା ଜଣାପଡିଛି।ତେବେ  ଏହି ବୋମାମାଡରେ କେହି ଆହତ ହୋଇନଥିବା ଜଣାପଡିଛି।ନିର୍ଜନ ରାତିରେ ପ୍ରଚଣ୍ଡ ବିସ୍ଫୋରଣ ଶବ୍ଦରେ ସାରା ଦଳେଇପୁଟ ଅଞ୍ଚଳର ଲୋକେ ଆତଙ୍କିତ ହୋଇ ପଡିଛନ୍ତି ।  ସଦର ଥାନା ନିକଟରେ ଏହି ଘଟଣା ଘଟିଥିଲେ ମଧ୍ଯ ପୋଲିସର ଉପସ୍ଥିତ ରେ କିଭଳି ବୋମାମାଡ ହେଲା ସେନେଇ ସ୍ଥାନୀୟ ବାସିନ୍ଦାଙ୍କ ମଧ୍ଯରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ବୋମାମାଡର ଖବର ପାଇ ସଦର ପୁଲିସ  ଘଟଣା ସ୍ଥଳରେ ପହଞ୍ଚି ସିସିଟିଭି ଫୁଟେଜ ଯାଞ୍ଚ କରୁଛି ।  ସୂଚନା ଯୋଗ୍ୟ ଗତ ୧୧ତାରିଖ ଓ ୧୮ ତାରିଖ ରାତିରେ ହୃଦାନନ୍ଦ ସ୍ୱାଇଁଙ୍କ ଘର ଉପରକୁ ଦୁର୍ବୁଦମାନେ ବୋମାମାଡ କରି ଫେରାର ହୋଇଯାଇଥିଲେ।ତେବେ ପୂର୍ବ ବୋମାମାଡ ଘଟଣା ରେ ସଦର ପୁଲିସ ଜଣକୁ ଗିରଫ କରିଥିଲା ।ଗତକାଲି ଘଟଣାରେ ପୁଲିସ ପୁଣି ଦୁଇ ଜଣଙ୍କୁ ଗିରଫ କରିଛି। ଗିରଫ ସଂଖ୍ୟା ଏବେ ତିନରେ ପହଁଞ୍ଚିଛି।

LEAVE A REPLY

Please enter your comment!
Please enter your name here