ବିପୁଳ ପରିମାଣର ଗଞ୍ଜେଇ ଜବତ ଜଣେ ଗିରଫ ।

0
435

ଇଏନ୍‌ଏନ୍ କନ୍ଧମାଳ, ୦୫/୦୯/୨୦-ଗଞ୍ଜେଇ ଚୋରା ଚାଲାଣ କରିବା ଅଭିଯୋଗରେ ଘୁ.ଉଦୟଗିରି ପୁଲିସ ଜଣକୁ ଗିରଫ କରିଛି । ଗିରଫ ଗଞ୍ଜେଇ ଚୋରା ଚାଲାଣକାରୀ ଜଣକ ହେଲେ ନାରାୟଣ ରାଣା । ଘଟଣା ଅନୁସାରେ ଗଞ୍ଜେଇ ବେପାରୀ ଜଣକ ଓଆର- ୦୫ଏଏ-୪୫୫୫ ନମ୍ବର ହୋଣ୍ଡା ସିଟି କାର ଯୋଗେ ଗତ କାଲି ସନ୍ଧ୍ୟାରେ ଫିରିଙ୍ଗିଆ ଠାରୁ ଭଞ୍ଜନଗରକୁ ଗଞ୍ଜେଇ ଚୋରା ଚାଲାଣ କରୁ ଥିଲେ । ବିଶେଷ ସୂତ୍ରରୁ ସୂଚନା ପାଇ ଘୁ.ଉଦୟଗିରି ଥାନା ପୁଲିସ ଘୁ.ଉଦୟଗିରି ଥାନା ଅଧିନସ୍ଥ ଗ୍ରେସିଙ୍ଗିଆ ଗ୍ରାମ ପଞ୍ଚାୟତର ଡିଣ୍ଡାବାଲି ଠାରେ ଗଞ୍ଜେଇ ମାଫିଆକୁ କାବୁ କରିବା ସହ ୪୭.୯୦୦ କିଲୋଗ୍ରାମ ଗଞ୍ଜେଇ ଜବତ କରିବା ଏବଂ ନାରାୟଣ ରାଣାକୁ ଗିରଫ କରିଛି । ଉକ୍ତ ଘଟଣାକୁ ନେଇ ଘୁ.ଉଦୟଗିରି ପୁଲିସ ୭୧/୨୦୨୦ରେ ଏକ ମାମଲା ରୁଜୁ କରି ଗଞ୍ଜେଇ ଚୋରା ଚାଲାଣକାରୀକୁ କୋର୍ଟ ଚାଲାଣ କରିଥିବା ଘୁ.ଉଦୟଗିରି ପୁଲିସ ସୂତ୍ରରୁ ପ୍ରକାଶ ।

LEAVE A REPLY

Please enter your comment!
Please enter your name here