କ୍ୱାରେଣ୍ଟାଇନ ସେଣ୍ଟରରୁ ୪ ପରିବାରଙ୍କ ର କରୁଣ କାହାଣୀ।

0
377

ଇଏନ୍‌ଏନ୍ ଖୋର୍ଦ୍ଧା, ୨୪/-୭/୨୦- ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥାନା ଅନ୍ତର୍ଗତ ସୋରଣ ଗ୍ରାମର ବେଣାଗାଡିଆ ସାହିର ଗିରିଧାରୀ ସାହୁଙ୍କ ୪ ପୁଅଙ୍କ ପରିବାରର ୧୬ ଜଣ ସଦସ୍ୟଙ୍କୁ ଦିର୍ଘ ତେର ଦିନ ଧରି ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି । ସୂଚନା ମୂତାବକ ଗିରିଧାରୀ ସାହୁଙ୍କ ଜ୍ୱାଇଁ ହୃଦଘାତରେ ପିଡିତ ଥିଲେ। ଏମ୍ସ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ହେଲେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୂ ହୋଇଥିଲା । କିନ୍ତୁ ମୃତ୍ୟୁ ପରେ ଡ଼ାକ୍ତର କହିଲେ ତାଙ୍କର କରୋନା ପରୀକ୍ଷା କରାଯିବା ପରେ ଶବକୁ ଗ୍ରାମକୁ ପଠାଯିବ । ଶବକୁ କରୋନା ପରୀକ୍ଷା କରାଯିବା ପରେ ତାଙ୍କର ପଜେଟିଭ୍ ବାହାରି ଥିଲା। ସେଥିପାଇଁ ଶବକୁ ଡାକ୍ତର ଗ୍ରାମକୁ ଛାଡିନଥିଲେ। ଏହି ଖବରକୁ ଗଙ୍ଗାଧରପୁରର ଗ୍ରାମବାସୀ ପାଇବା ପରେ କହିଲେ ଯେହେତୁ ତୁମ ପରିବାର ଜଣେ ସଦସ୍ୟଙ୍କର ପଜେଟିଭ୍ ବାହାରିଲା, ତେଣୁ ତୁମ ପରିବାରର ସମସ୍ତ ସଦସ୍ୟ ଏବଂ ତୁମର ଯେଉଁ ସମ୍ପର୍କିୟ ମାନେ ଶବ ଦେଖିବାକୁ ଏଠାକୁ ଆସିଛନ୍ତି ସମସ୍ତଙ୍କୁ ଗଙ୍ଗାଧରପୁରର ଗ୍ରାମବାସୀ ମାନେ କ୍ୱାରେଣ୍ଟାଇନ ସେଣ୍ଟର ରେ ରହିବା ପାଇଁ ବଧ୍ୟ କଲେ । ଯେଉଁ ବ୍ୟକ୍ତି ଜଣକ ର ହୃଦ୍ ଘାତରେ ମୃତ୍ୟୁ ହୋଇଥିଲା ସେହି ବ୍ୟକ୍ତି ଜଣକ ଗିରିଧାରୀ ସାହୁଙ୍କ ଜ୍ୱାଇଁ ହୋଇଥିବାରୁ , ଗିରିଧାରୀ ସାହୁଙ୍କ ପରିବାରର ସମସ୍ତ ସଦସ୍ୟ ଗଙ୍ଗାଧରପୁର ଯାଇଥିଲେ । ତେଣୁ ଗିରିଧାରୀଙ୍କ ଜ୍ୱାଇଁ ଙ୍କର ପଜେଟିଭ୍ ବାହାରିଥିବାରୁ ଗଙ୍ଗାଧରପୁର ର ଗ୍ରାମବାସୀ ମାନେ କ୍ୱାରେଣ୍ଟାଇନ ସେଣ୍ଟର ରେ ରହିବାପାଇଁ ବାଧ୍ୟ କରିଥିଲେ । କିନ୍ତୁ ଗିରିଧାରୀ ସାହୁ ଙ୍କ ପରିବାର ଲୋକମାନେ କହିଥିଲେ ଯେ ଆମେ ଆମ୍ଭ ଗ୍ରାମରେ ଥିବା କ୍ୱାରେଣ୍ଟାଇନ ସେଣ୍ଟର ରେ ରହିବୁ କହି ନିଜ (ସୋରଣ ) ଗ୍ରାମରେ ଥିବା କ୍ୱାରେଣ୍ଟାଇନ ସେଣ୍ଟର ରେ ଆସି ସରପଞ୍ଚଙ୍କ ଜଣାତରେ ରହିଥିଲେ ।

କିନ୍ତୁ ତା ପରଦିନଠାରୁ ଗିରିଧାରୀ ଙ୍କ ପରିବାରଙ୍କୁ ନା ଖାଇବାକୁ ମୁଠେ ଦିଆଯାଇଥିଲା ନା ଶୋଇବା ପାଇଁ ପଟି ଖଣ୍ଡେ ଦିଆଯାଇଥିଲା । ଏପରିକି ଗାଧୋଇବା ପାଇଁ ପାଣି ଟିକେ ମଧ୍ୟ ବ୍ୟବସ୍ଥା କରାଯାଇନଥିଲା । ଯାହା ଫଳରେ କି ଝିଅ ବୋହୁ ମାନଙ୍କୁ କ୍ୱାରେଣ୍ଟାଇନ ସେଣ୍ଟର ରେ ଥିବା ଖୋଲା ପଡ଼ିଆରେ ୧୩ ଦିନ ଧରି ଗୋଧୋଇବା ପାଇଁ ପଡ଼ିଥିଲା । ଏହି ସମ୍ପର୍କରେ ସରପଞ୍ଚଙ୍କୁ ଗିରିଧାରୀ ଙ୍କ ପରିବାର ବାରମ୍ବାର ଗୁହାରୀ କରିଥିଲେ ମଧ୍ୟ ସରପଞ୍ଚ ଏହି କଥାକୁ ବେଖାତିର୍ କରି କହିଲେ ଯେ ତୁମ ନାମ ପଞ୍ଜିକରଣ ହୋଇନାହିଁ କି ତୁମେ ପ୍ରବାସୀ ନୁହଁ । ସରପଞ୍ଚ କହିଲେ ମୋର ଉପରିସ୍ଥ ଅଫିସର ମନା କରିଛନ୍ତି ଯେ ତୁମମାନଙ୍କ ପାଇଁ କୋଭିଡ୍ ୧୯ନିୟମ ଅନୁଯାୟୀ ସେମିତି କିଛି ସୁବିଧା ନାହିଁ । ସେଥିପାଇଁ ତୁମେ ସବୁଦିନ ନିଜ ହାତରୁ ଟଙ୍କା ଖର୍ଚ୍ଚ କରି ଏହିଠାରେ ରହିବାକୁ ପଡିବ । ଗୋଟେ ପଟେ କୋଭିଡ୍୧୯ କୁ ନେଇ ଚାରିଆଡ଼େ ଲକ୍ ଡାଉନ୍ ଚାଲିଥିବା ସମୟରେ ଗିରିଧାରୀ ଙ୍କ ଦୋକାନ ସମ୍ପୁର୍ଣ୍ଣ ଭାବରେ ବନ୍ଦ ହୋଇଯାଇଛି। ଫଳରେ ସରପଞ୍ଚଙ୍କର ଏଭଳି ସୂଚନା ପାଇ ଗିରିଧାରୀଙ୍କ ପରିବାରର ଲୋକମାନେ ମାନସିକ ସ୍ତରରେ ଭାଙ୍ଗି ପଡ଼ିଥିବାର ଦେଖିବାକୁ ମିଳିଛି । ଏହି ମଧ୍ୟରେ ବାରଦିନ ବିତି ଯାଇଥିଲେ ମଧ୍ୟ ଗିରିଧାରୀଙ୍କ ପରିବାରର ଦୁଃଖ ଦୂର ହୋଇନଥିଲା । ସରପଞ୍ଚଙ୍କ ପ୍ରତିନିଧି ଭାବେ କ୍ୱାରେଣ୍ଟାଇନ ରେ କାମ କରୁଥିବା ସୋରଣ ଗ୍ରାମର ସାଗର ବେହେରା ନାମକ ଜଣେ ବ୍ୟକ୍ତି ଗିରିଧାରୀଙ୍କ ପରିବାରକୁ ନାନା ପ୍ରକାରର ଧମକ ଚମକ ଦେବା ସହିତ ଖରାପ ଭାଷାରେ ଗାଳି ଗୁଲଜ କରୁଥିଲେ ଏବଂ ଗିରିଧାରୀ ଙ୍କ ପରିବାରକୁ ଖାଇବାକୁ ନଦେବା ପାଇଁ ପରୋକ୍ଷରେ ସରପଞ୍ଚଙ୍କୁ ପ୍ରବର୍ତ୍ତାଉଛନ୍ତି । ଆଜକୁ ତେରଦିନ ବିତିଯାଇଥିଲେ ମଧ୍ୟ ଗିରିଧାରୀଙ୍କ ପରିବାର ନିଜ ହାତରୁ ଖର୍ଚ୍ଚ କରି ଗୋଟେ ଓଳି ଖାଇ ଗୋଟେ ଓଳି ଉପାସ ରହୁଥିଲେ । କିନ୍ତୁ ଏବେ ଗିରିଧାରୀଙ୍କ ପରିବାରର ଲୋକଙ୍କ ପାଖରେ ଖାଇବା ପାଇଁ ଗଣ୍ଡେ ଅଛି ନା ଟଙ୍କା ପଇସା କିଛି ଅଛି । ଏବେ କ୍ୱାରେଣ୍ଟାଇନ ସେଣ୍ଟର ଭିତରେ ତାଙ୍କର ବଞ୍ଚିବା ଅସମ୍ଭବ ହୋଇପଡିଛି । ସେଥିପାଇଁ ଗିରିଧାରୀ ସାହୁ ଙ୍କ ପରିବାରର ସଦସ୍ୟମାନେ ଗଣପ୍ରତିନିଧି ଙ୍କ ସାମ୍ନାରେ ତାଙ୍କର ଦୁଃଖ ପ୍ରକାଶ କରିଛନ୍ତି । ଗଣପ୍ରତିନିଧି ମାନେ ଏ ସମ୍ପର୍କରେ ଫୋନ୍ ମାଧ୍ୟମରେ ସରପଞ୍ଚଙ୍କର ପ୍ରତିକ୍ରିୟା ନେବାବେଳେ ସେ ସିଧାସଳଖ କହିଥିଲେ ଯେ କୋଭିଡ୍ ୧୯ର କୌଣସି ସାହାଯ୍ୟ କରିବା ପାଇଁ ଗାଇଡ୍ ଲାଇନ୍ ନାହିଁ ।ତେଣୁ ସରପଞ୍ଚଙ୍କ ଏଭଳି କଥାକୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି।

LEAVE A REPLY

Please enter your comment!
Please enter your name here