ବେଆଇନ୍ ମଦ ଭାଟି ଉପରେ ଚଢ଼ାଉ । ଦୁଇ ମହିଳାଙ୍କ ସମେତ ତିନି ଗିରଫ।

0
332

ଇଏନ୍‌ଏନ୍ ଫୁଲବାଣୀ, ୨୫/୦୮/୨୦- କନ୍ଧମାଳ ଜିଲ୍ଲା ସାରଙ୍ଗଡ଼ ଥାନା ପୁଲିସ ତରଫରୁ ଦେଶୀ ମଦ ଭାଟିରେ ଚଢ଼ାଉ କରାଯାଇଛି। ଚଢ଼ାଉ କରାଯାଇ ଘଟଣାସ୍ଥଳରୁ ୧୨୦କେଜି ମହୁଲ ପୋଚ ନଷ୍ଟ କରିବାସହ ୬୦ ଲିଟର ମହୁଲି ମଦ ଜବତ କରିଛି ସାରଙ୍ଗଡ଼ ପୁଲିସ ଘଟଣାରେ ସଂପୃକ୍ତ ୨ଜଣ ମହିଳା ଓ ଜଣେ ପୁରୁଷଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି ସାରଙ୍ଗଡ଼ ପୁଲିସ। କରୋନାକୁ ନେଇ ଲୋକେ ଆତଙ୍କିତ ଥିବାବେଳେ କିଛି ଅସାମାଜିକ ଲୋକେ ଦେଶୀମଦ ରନ୍ଧା ଓ ବିକ୍ରି କରିବାରେ ଲାଗିପଡ଼ିଛନ୍ତି । ପୂର୍ବ ସୂଚନା ପ୍ରକାରେ ଆଜି ସାରଙ୍ଗଡ଼ ଥାନା ଅଧିକାରୀ ଅନିତା କିଡୋ ନିଜ ଟିମ୍ ସହ ବେଆଇନ୍ ମଦ ଭାଟିରେ ଅଚାନକ ଚଢ଼ାଉ କରିଥିଲେ। ଘଟଣାସ୍ଥଳରୁ ୧୨୦କେଜି ପୋଚ ନଷ୍ଟ କରିବାସହ ୬୦ ଲିଟର ରନ୍ଧା ମହୁଲି ମଦ ଜବତ କରିଛି ପୋଲିସ୍। ଗିରଫ ହୋଇଥିବା ୩ଜଣଙ୍କ ମଧ୍ୟରୁ କୁମୁଦିନୀ ବେହେରା ଓ ଗୋପିନାଥ ନାୟକ ଗୁଡ୍ରିପଡ଼ି ଅଞ୍ଚଳର ହୋଇଥିବାବେଳେ ଯଶୋଦା ନାୟକ ପାଡାଙ୍ଗି ଅଞ୍ଚଳର ହୋଇଥିବା ପୁଲିସ ତରଫରୁ ସୂଚନା ମିଳିଛି । ଅନ୍ୟପକ୍ଷରେ ଏହିଭଳି ବେଆଇନ ମଦ କାରବାରକୁ ପ୍ରଶୟ ଦିଆଯିବ ନାହିଁ ଏବଂ ଆଗାମୀ ଦିନରେ ଅଞ୍ଚଳରେ ଏହିଭଳି ଚଢ଼ାଉ ଆଗକୁ ମଧ୍ୟ ଜାରିରହିବ ଏବଂ ଅଭିଯୁକ୍ତଙ୍କ ବିରୁଦ୍ଧରେ କଠୋର କାର‌୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ସାରଙ୍ଗଡ଼ ଥାନା ଅଧିକାରୀ।

LEAVE A REPLY

Please enter your comment!
Please enter your name here