ମର୍ମନ୍ତୁଦ ସଡକ ଦୁର୍ଘଟଣା । ଦୁଇ ମୃତ ୧ ଗୁରୁତ୍ତର ।

0
448

ଇଏନ୍‌ଏନ୍ ବାଲେଶ୍ୱର, ୦୩/୦୮/୨୦- ବାଲେଶ୍ୱର ଜିଲ୍ଲା ସୋର ୧୬ନଂ ଜାତୀୟ ରାଜପଥ କଲେଜ ଛକ ନିକଟ ଜଗନ୍ନାଥ ଢାଵା ନିକଟରେ ଟ୍ରକ ପଛରୁ ଏକ ସ୍କର୍ପିଓ ଧକା, ୨ମୃତ ୧ ଗୁରୁତ୍ତର । ସୁଚନାରୁ ପ୍ରକାଶ ଯେ ପଶ୍ଚିମବଙ୍ଗ ମୁକୁନ୍ଦପୁର ଅଞ୍ଚଳରୁ ଏକ ସ୍କର୍ପିଓ ଯୋଗେ କଟକ ବଡ ଡାକ୍ତରଖାନା କୁ ଚିକିତ୍ସା ପାଇଁ ଯାଉଥିବା ବେଳେ ଜାତୀୟ ରାଜପଥ ସଂପ୍ରସାରଣ କାମ ଚାଲୁଥିବାରୁ ଡ୍ରାଇଭର୍ ଡାଇଭର୍ସନ ଜାଣି ନପାରି ଆଗରେ ଯାଉଥିବା ଏକ ଟ୍ରଲର କୁ ଧକା ଦେଇଥିଲା ଘଟଣା ସ୍ଥଳରେ ୨ଜଣଙ୍କ ମୃତ୍ୟୁ ହୋଇଯାଇଥିବା ବେଳେ ଜଣଙ୍କୁ ଗୁ୍ରୁତ୍ତର ଅବସ୍ଥାରେ ପ୍ରଥମେ ସୋର ଏବଂ ପରେ ବାଲେଶ୍ୱର ଡାକ୍ତର ଖାନା କୁ ସ୍ଥାନାନ୍ତର କରାଯାଇଛି । ତେବେ ସ୍କୋର୍ପିଓ ଡ୍ରାଇଭର୍ କୁ ସୋର ପୋଲିସ ଅଟକ ରଖିଛି । ଦୁଇ ଜଣଙ୍କ ଶବ ଜବତ କରି ବ୍ୟବଛେଦ ପାଇଁ ପଠାଇଛି । ତେବେ ମୃତକ ଦୁଇ ଜଣ ପଶ୍ଚିମ ବଙ୍ଗ ମୁକୁନ୍ଦପୁର ଅଞ୍ଚଳର ସେଖ ମୁର୍ତୁଜା, ଜମାଲ ସାହା ବୋଲି ଜଣାପଡିଛି ।  

LEAVE A REPLY

Please enter your comment!
Please enter your name here