ସଡକ ଦୁର୍ଘଟଣାରେ ଏକ ମୃତ ୪ଆହତ ।

0
428

ଇଏନ୍‌ଏନ୍ ଖୋର୍ଦ୍ଧା, ୦୫/୦୮/୨୦-ବାଣପୁର-ବାଲୁଗାଁ ବାଇପାସ ନିକଟ ପାରିଙ୍କସାରୀ ଛକରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଯାଇଛି। ଏଥିରେ ଜଣେ ବ୍ୟକ୍ତିଙ୍କ ଘଟଣାସ୍ଥଳରେ ପ୍ରାଣ ଯାଇଥିବା ବେଳେ ଆଉଜଣେ ବ୍ୟକ୍ତିଙ୍କ ବାମ ଗୋଡ଼ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି। ମିଳିଥିବା ସୂଚନା ଅନୁସାରେ ଆଜି ସକାଳ ପାଖାପାଖି ୫ ଘଟିକା ସମୟରେ ବିଶାଖାପାଟଣାରୁ ୮ ଜଣଲୋକଙ୍କୁ ନେଇ ଏକ ଟାଟା ପିକ ଅପ ଭ୍ୟାନ (ଏ.ପି ୩୯ ଟି. ଏଲ. ୮୦୦୩) ପୁରୀ ପେଣ୍ଠକଟା ଅଞ୍ଚଳକୁ ଯାଉଥିବା ସମୟରେ ବାଣପୁର ବାଲୁଗାଁ ବାଇପାସ ପାରିଙ୍କସାରୀ ଛକ ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଗାଡ଼ି ଚାଳକଙ୍କ ଆଖି ଲାଗିଯାଇଥିବା ସ୍ଥଳେ ଗାଡ଼ିଟି ଡିଭାଇଡର ଡେଇଁ ବିପରୀତ ଦିଗରେ ଓଲଟି ପଡିଥିଲା। ଫଳରେ ଭ୍ୟାନ ପଛପଟେ ଡ଼ାଲାରେ ଥିବା ଏମ. ତାତା ପାଇ ନାମକ ଜଣେ ବୃଦ୍ଧ ବ୍ୟକ୍ତି ଛିଟିକିପଡ଼ି ଗାଡ଼ି ଆଗରେ ପଡିଯାଇଥଲେ ।ତେବେ ଭାରସାମ୍ୟ ହରାଇ ଗାଡିଚାଳକ ତାଙ୍କ ଉପରେ ଗାଡ଼ି ଚଢେଇ ଦେଇଥିଲେ ଫଳରେ ଘଟଣାସ୍ଥଳରେ ତାଙ୍କ ମୃତ୍ୟୁ ଘଟିଥିଲା। ଅନୁରୂପ ଭାବେ ଡ଼ାଲାରେ ଥିବା ଜି. ନକରାଜୁ ନାମକ ବ୍ୟକ୍ତିଙ୍କ ବାମ ଗୋଡ଼ ଉପରକୁ ମଧ୍ୟ ଗାଡ଼ି ଚଢ଼ିଯାଇଥିଲା ଯାହା ଫଳରେ ତାଙ୍କ ବାମ ଗୋଡ଼ ସଂପୂର୍ଣ୍ଣ କଟିଯାଇଛି। ଅନ୍ୟ ଜଣେ ଜି.କୋଣ୍ଡାମା ନାମକ ମହିଳାଙ୍କ ଗୋଡ଼ ମଧ୍ୟ ଫ୍ୟାକଚର ହେଇଯାଇଛି ଏବଂ ପଶୁଲୁ ବଳରାମ ନାମକ ବୃଦ୍ଧ ଗୁରୁତର ଆହତ ହୋଇଛନ୍ତି।

ଖବର ପାଇ ଘଟଣା ସ୍ଥଳରେ ତୁରନ୍ତ ବାଲୁଗାଁ ଆଇ.ଆଇ.ସି ରମାକାନ୍ତ ମାହାଲିକ, ନାଭାଲ ଫାଣ୍ଡି ଅଧିକାରୀ ଗୋବିନ୍ଦ ଗୌଡ଼, ବାଲୁଗାଁ ଥାନା ଏ.ଏସ.ଆଇ ଦିଲୀପ ବିଶ୍ୱାଳ ଏବଂ ବାଲୁଗାଁ ଅଗ୍ନିଶମ ଅଧିକାରୀ ନିତ୍ୟାନନ୍ଦ ଜେନା ପହଞ୍ଚି ଆହତଙ୍କୁ ଉଦ୍ଧାର କରି ବାଣପୁର ମେଡିକାଲ ନେଇଥିବା ସ୍ଥଳେ ଗାଡ଼ି ଏବଂ ମୃତକଙ୍କ ଶବ ଜବତ କରି ବ୍ୟବଛେଦ ପାଇଁ ପଠାଇଛନ୍ତି। ଗାଡ଼ି ଚାଳକ ଘଟଣା ସ୍ଥଳରୁ ଫେରାର ହୋଇଯାଇଛି। ବାଲୁଗାଁ ପୋଲିସ ମୃତକ ଏବଂ ଆହତଙ୍କ ପରିଜନକୁ ଏ ସମ୍ପର୍କ ରେ ସୂଚନା ଦେଇ ତଦନ୍ତ ଚଳାଇଛନ୍ତି।

LEAVE A REPLY

Please enter your comment!
Please enter your name here