ସ୍ବର୍ଗତ ରାଜୀବ ଗାନ୍ଧୀଙ୍କ ଜନ୍ମ ଜୟନ୍ତୀ ଅବସରରେ କଂଗ୍ରେସର ସେବା ଶିବିର ।

0
135

ଇଏନ୍‌ଏନ୍ ବ୍ୟୁରୋ, ୨୧/୦୮/୨୦-ଭୁବନେଶ୍ବର ମହାନଗର ନିଗମ ନୟାପଲ୍ଲୀ ୱାର୍ଡ ନଂ ୩୯ ଅଧୀନରେ ଥିବା ନୂଆସାହି ଅଞ୍ଚଳରେ କଂଗ୍ରେସ ଦଳ ତରଫରୁ ଓଡିଶା ପ୍ରଦେଶ ଯୁବ କଂଗ୍ରେସ କମିଟିର ପୂର୍ବତନ ସାଧାରଣ ସମ୍ପାଦକ ଶ୍ରୀଯୁକ୍ତ ଅଭିଳାଷ ମାଣିଆଙ୍କ ନିର୍ଦ୍ଦେଶ କ୍ରମେ  ଭୂତପୂର୍ବ ପ୍ରଧାନମନ୍ତ୍ରୀ ସ୍ବର୍ଗତ ରାଜୀବ ଗାନ୍ଧୀଙ୍କର ଜନ୍ମ ଜୟନ୍ତୀ ଅବସରରେ ଭୁବନେଶ୍ବର ଜିଲ୍ଲା କଂଗ୍ରେସ କମିଟିର ପୂର୍ବତନ ସମ୍ପାଦକ ଶ୍ରୀ ଦେବବ୍ରତ ମହାନ୍ତିଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଏକ ସେବା ଶିବିରର ଆୟୋଜନ କରାଯାଇଥିଲା . ନୟାପଲ୍ଲୀ ନୂଆସାହି ଅଞ୍ଚଳର ଅଧୀନରେ ଥିବା ସିତାପୁର ବସ୍ତି, କେଉଁଟ ସାହି, ଖ୍ରୀଷ୍ଟିଆନ ସାହି , ଦେହୁରୀ ସାହି ସହ ଅନ୍ୟ ସାହି ମାନଙ୍କ ବାସିନ୍ଦାଙ୍କ ପାଖକୁ ଯାଇ କଂଗ୍ରେସ କର୍ମୀ ମାନେ ଲୋକମାନଙ୍କୁ ଏହି ବିଶ୍ବ ମହାମାରୀ କରୋନା ପରିପ୍ରେକ୍ଷୀରେ ସଚେତନ କରାଇବା ସହ ସେବା ଶିବିର ମାଧ୍ୟମରେ ରନ୍ଧା ଖାଦ୍ୟ ବିତରଣ କରିଥିଲେ ଏବଂ

ସାରା ବିଶ୍ବ ଯେତେବେଳେ ମହାମାରୀ କରୋନା ସଙ୍କଟରେ ଗତି କରୁଛି ସେହି  ପରିପ୍ରେକ୍ଷୀରେ ଯୁବନେତା  ଶ୍ରୀଯୁକ୍ତ ଅଭିଳାଷ ମାଣିଆଙ୍କ ତରଫରୁ ଟିମ ଅଫ ଅଭିଳାଷ ମାଣିଆ ସଂଗଠନର ସଦସ୍ୟମାନେ ସର୍ବଦା ଲୋକମାନଙ୍କ ସୁଖଦୁଃଖରେ ସାମିଲ୍ ହେବା ପାଇଁ ପ୍ରୟାସ ଜାରି ରଖିଛନ୍ତି , ନୂଆସାହି ଅଞ୍ଚଳ ବାସିନ୍ଦାମାନେ ଯୁବ ନେତା ଶ୍ରୀଯୁକ୍ତ ଅଭିଳାଷ ମାଣିଆଙ୍କ ମହାନତା ଏବଂ ଯୁବ ସମାଜସେବୀ ଶ୍ରୀ ଦେବବ୍ରତ ମହାନ୍ତିଙ୍କ ସେବା ମନୋଭାବ ପାଇଁ ଖୁସି ପ୍ରକଟ କରିବା ସହ ପ୍ରଶଂସା କରିଥିଲେ,ଆଜିର ଏହି ସେବା ଶିବିରରେ ଟିମ୍ ଅଫ ଅଭିଳାଷ ମାଣିଆ ସଂଗଠନର ସଦସ୍ୟ ତଥା ଛାତ୍ର ନେତା ସାହାରୁଖ ଖା, ଅନିଲ ମାଟିଆ, ଶ୍ରୀ ବିନାୟକ ୟୁଥ ଆସୋସିଏସନ୍ ଯୁବ ସଂଗଠନର ଉପଦେଷ୍ଟା ଶ୍ରୀ ଦିଲ୍ଲୀପ କୁମାର ନାୟକ, ଶ୍ରୀ ଗଣେଷ ନାୟକ, ଶ୍ରୀ  ବାଦଲ କୁମାର ପରିଡା, ଶ୍ରୀ ବିଶ୍ବଜିତ୍ ସାହୁ, ଶ୍ରୀ ସିଲୁ ନାୟକ,ଶ୍ରୀ ବିକାଶ ମହାନ୍ତିଙ୍କ ସହ ଅନ୍ୟ ଉତ୍ସାହି ଯୁବ ବନ୍ଧୁ ମାନେ ଯୋଗଦେଇ ଯୁବ ସମାଜସେବୀ ଶ୍ରୀ ଦେବବ୍ରତ ମହାନ୍ତିଙ୍କୁ କାର୍ଯ୍ୟକ୍ରମ ପରିଚାଳନା କରିବାରେ ସହଯୋଗ କରିବା ସହ କାର୍ଯ୍ୟକ୍ରମକୁ ସଫଳ କରିବାରେ ପ୍ରମୁଖ ଭୁମିକା ଗ୍ରହଣ କରିଥିଲା

LEAVE A REPLY

Please enter your comment!
Please enter your name here