ଇକୋ ଟୁରିଜିମର ବିକାଶ ନିମନ୍ତେ ପର୍ଯ୍ୟଟନ ମନ୍ତ୍ରୀଙ୍କ ସମୀକ୍ଷା

0
3956

କଟକ, ୨/୭/୨୦- ପର୍ଯ୍ୟଟନର ବିକାଶ ନିମନ୍ତେ ଗୁରୁବାର ଅପରାହ୍ନରେ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ କଟକ ଚୌଦ୍ୱାର ନୂଆପଟନା ଅଞ୍ଚଳ ପରିଦର୍ଶନ କରିଛନ୍ତି । ପର୍ଯ୍ୟଟନ କ୍ଷେତ୍ରକୁ ଆଗକୁ ନେବାପାଇଁ ଆବଶ୍ୟକ ଜମି ସହ ସେହି ଅଚଳରେ ଆର୍କିଟେକ୍ଟଙ୍କ ଦ୍ୱାରା ଯୋଜାନା ମୁତାବକ ରୋଡମ୍ୟାପ ପ୍ରସ୍ତୁତ କରିବା ପାଇଁ ନିର୍ଦ୍ଧେଶ ଦେଇଛନ୍ତି । ଏଥିସହ ପର୍ଯ୍ୟଟନର ଉନ୍ନତିକରଣ ପାଇଁ ଯାହା ଆବଶ୍ୟକ ପଦକ୍ଷେପ ନେବାକୁ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀଙ୍କ ସହିତ ଆଲୋଚନା କରିଛନ୍ତି । ଏହି ପ୍ରକଳ୍ପ ଆରମ୍ବ ନିମନ୍ତେ ବିଧାୟକ ସୌଭିକ ବିଶ୍ୱାଳ ବିଧାୟକ ପାଣ୍ଠିରୁ  ୫୦ ଲକ୍ଷ ଟଙ୍କା ମଞୁର କରିଛନ୍ତି ।

ପ୍ରକଳ୍ପର କାର୍ଯ୍ୟ ତ୍ୱରାନିତ କରିବା ନିମନ୍ତେ ଜିଲାପାଳ ଚୟନୀ ବରିଷ୍ଠ ଅଧିକାରୀଙ୍କ ସହ ବନମାଳିପୁର ଓ ନୂଆପାଟନା ଅଞ୍ଚଳ ପରିଦର୍ଶନରେ ଯାଇ ୧୦୦ ଏକର ଉର୍ଦ୍ଧଜମି ବୁଲିଦେଖିବା ସହ ଇକୋଟୁରିଜିୟମ ର ବିକାଶ ପାଇଁ କଣ ପଦକ୍ଷେପ ଗ୍ରହଣ କରାଯାଇ ପାରିବ ତାହା ଅନୁଧ୍ୟାନ କରିଛନ୍ତି । ଏହାଦ୍ୱରା ନୂଆପାଟନା ଅଞ୍ଚଳର ନାକଚୁଣୀ ପାଟ, ଆଠଗଡ ଅଞ୍ଚଳର ବଉଳପାଟ ଏବଂ ସିଜୁବସ୍ତ ପାଟର ବିକାଶ ହେବା ସମେତ ଧବଳେଶ୍ୱର ପୀଠ ପର୍ଯ୍ୟଟନ କ୍ଷେତ୍ରରେ ଏବଂ ଅର୍ଥନୌତିକ କ୍ଷେତ୍ରରେ ଉନ୍ନତି ହୋଇପାରିବ ବୋଲି କହିଛନ୍ତି ।

ଏହି ଗସ୍ତ ସମୟରେ ଇକୋ ଟୁରିଜିମ ଡିଏଫଓ ଅଂଶୁପ୍ରଜ୍ଞା ଦାସ ଚିଲିକା ଉନ୍ନୟନ କତୃପକ୍ଷଙ୍କ ସହକାରୀ ବନ ସଂରକ୍ଷକ ବିନୋଦ ଆଚାର୍ଯ୍ୟ,ପୂର୍ବତନ ବିଧାୟକ ପ୍ରଭାତ ରଞ୍ଜନ ବିଶ୍ୱାଳ ସମେତ ବହୁ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ ।

ଇଏନ୍‌ଏନ୍ ନ୍ୟୁଜ ପଢିବା ପାଇଁ ସବସ୍କ୍ରାଇବ କରିବା ସହ ଆମ ଫେସବୁ, ଟ୍ୟୁଟର ପେଜକୁ ଭିଜିଟ କରନ୍ତୁ ଏବଂ ଆପଣଙ୍କ ମତାମତ ଦେବାକୁ ଜମାରୁ ଭୁଲିନ୍ତୁନୀ । ଆପଣଙ୍କ ମତାମତ ଆମକୁ ଆଗକୁ ଯିବାରେ ସାହାଯ୍ୟ କରିବ ।

କଟକରୁ ରାଜୀବ ଲୋଚନ ପଣ୍ଡା ଇଏନ୍‌ଏନ୍ ନ୍ୟୁଜ

LEAVE A REPLY

Please enter your comment!
Please enter your name here