ଜଗତସିଂହପୁର,୨୬/୧୦/୨୦ – ସମୁଦ୍ରରେ ଅଧା ବୁଡିରହିଥିବା ବ୍ଲାକରୋଜ ଜାହାଜରେଏକ ମାଛଧରା ଟ୍ରଲର ପିଟି ହୋଇ ଓଲଟି ପଡିଛି । ଏହାଫଳରେ ଟ୍ରଲରେ ଥିବା ୯ଜଣ ମତ୍ସଜୀବୀ ଭାସିଯ୍ଧବଥିଲେ ସେଥିମଧ୍ୟରୁ ୫ ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଅନ୍ୟ ୪ଜଣ ନିଖୋଜ ହୋଇଯାଇଛନ୍ତି । ଏହି ସମସ୍ତ ମତ୍ସଜୀବୀଙ୍କ ଘର ଆନ୍ଧ୍ରପ୍ରଦେଶ ବୋଲି ଜଣାପଡିଛି । ଖବର ଲେଖା ହେବା ପୂର୍ବରୁ ନିଖୋଜ ବ୍ୟକ୍ତିଙ୍କ ଖବର ମିଳିନାହିଁ । ନିଖୋଜ ମତ୍ସଜୀବୀଙ୍କୁ ଉଦ୍ଧାର ପାଇଁ ସାମୁଦ୍ରିକ ଥାନା ପୁଲିସ ଜୋରଦାର ପ୍ରୟାସ ଜାରିରଖିଛି ।
ଖବର ମୁତାବକ ପାରାଦୀପ ମାଛଧରା ବନ୍ଦରରୁ ମା ମୀନା ନାମକ ଏକ ଟ୍ରଲରଟି ସମୁଦ୍ର ମଧ୍ୟରେ ବୁଡି ରହିଥିବା ବ୍ଲାକରୋଜ ଦିଗରେ ଯାଉଥିଲା । ବୁଡିରହିଥିବା ଜାହାର ନିକଟରେ କୌଣସି ସାଙ୍କେତିକ ଚିହ୍ନ ନଥିବାରୁ ଟ୍ରଲର ଚାଳକ ଜଣକ କିଛି ଜାଣିପାରିନଥିଲେ ଫଳରେ ଟ୍ରଲରଟି ବୁଡି ରହିଥିବା ଜାହାଜରେ ପିଟି ହୋଇଯାଇଥିଲେ । ଘଟଣାଟି ଦିନ ୧୨ଟାରେ ହୋଇଥିବା ସୂଚନା ମିଳିଛି । ଏହି ସମୟରେ ତାଙ୍କ ପଛରେ ଆସୁଥିବା ଅନ୍ୟ ମାଛଧରା ଟ୍ରଲରର ମତ୍ସଜୀବୀ ଭାଇ ମାନେ ୫ ଜଣଙ୍କୁ ଉଦ୍ଧାର କରିଥିଲେ । ଖବର ପାଇ ସାମୁଦ୍ରିକ ଥାନା ପୋଲିସ ଘଟଣା ସ୍ଥଳରେ ପହଁଞ୍ଚି ନିଖୋଜ ଥିବା ମତ୍ସଜୀବୀକୁ ଉଦ୍ଧାର ପାଇଁ ଜୋରଦାର ଉଦ୍ୟମ ଜାରିରଖିଛି । ଏହି ସ୍ଥାନରେ ବାରମ୍ବାର ଏଭଳି ଦୁର୍ଦ୍ଧଟଣା ଘଟୁଥିଲେ ବି ସରକାର କୌଣସି ପଦକ୍ଷେପ ନେଉନାହାଁନ୍ତି ଯାହାଫଳରେ ମତ୍ସଜୀବୀଙ୍କ ଜୀବନ ବିପଦ ମୁହଁରେ ରହୁଛି ବୋଲି ଓଡିଶା ସାମୁଦ୍ରିକ ମତ୍ସ୍ୟ ଉତ୍ପାଦକ ସଂଘ (ଓମ୍ପା)ଅଭିଯୋଗ କରିଛି ।

ବ୍ଲାକରୋଜ ବୁଡିକୁ ୧୧ ବର୍ଷ ବିତିଯାଇଥିଲେ ସୁଦ୍ଧା ସରକାରଙ୍କ ପକ୍ଷରୁ କିଛି ପଦକ୍ଷେପ ଗ୍ରହଣ କରାଯାଇ ନାହିଁ । ଏହି ବ୍ଲାକରୋଜ ଜାହାଜଟି କେମିତି ବୋଡିଲା, ଏହାର ଉଦ୍ଧାର କାର୍ଯ୍ୟ କରାନଯାଇ ସରକାର ଏତେଦିନ ଚୁପ ବସିଛନ୍ତି କେମିତି, ଏହି ଜାହାଜ ବୁଡିବା ପଛରେ କାହାର ହାତ ରହିଛି, ଜାହାଜରେ ଥିବା ଆଇରନ ଓ ଫର୍ଣ୍ଣେସ ତେଳ,ଡିଜେଲ,ଗ୍ରିସ ସମୁଦ୍ରକୁ ଦୂଷିତ କରୁଥିଲେବି ଜାହାଜ ମଧ୍ୟରୁ ଏସବୁ କଣ ପାଇଁ କଡାଯାଇପାରିନୀ ବୋଲୀ ରାଜ୍ୟବାସୀ ପ୍ରଶ୍ନ କରୁଛନ୍ତି । ଖାଲି ଏତିକି ନୁହଁ ଏହି ଘଟଣାରେ କିଛି ହେଭିୱେଟ ରାଜନେତାଙ୍କ ସଂମ୍ପୂକ୍ତ ଥିବା ଅଭିଯୋଗ ହେଉଛି ।

ସୂଚନା ଥାଉକି ଏହି ଜାହାଜରେ୨୩,୮୪୭ ଟନ୍ ଆଇରନ ଓର(ଫାଇନସ), ୯୨୪ ଟନ୍ ଫର୍ଣ୍ଣେସ ତେଲ,୫୦ ଟନ୍ ଡିଜେଲ ଓ ୪୦ ଟନ୍ ଗ୍ରିସ ଥିଲା ।

ଇଏନ୍‌ଏନ୍ ନ୍ୟୁଜ ପଢିବା ପାଇଁ ସବସ୍କ୍ରାଇବ କରିବା ସହ ଆମ ଫେସବୁକ, ଟ୍ୟୁଟର ପେଜକୁ ଭିଜିଟ କରନ୍ତୁ ଏବଂ ଆପଣଙ୍କ ମତାମତ ଦେବାକୁ ଜମାରୁ ଭୁଲିନ୍ତୁନୀ । ଆପଣଙ୍କ ମତାମତ ଆମକୁ ଆଗକୁ ଯିବାରେ ସାହାଯ୍ୟ କରିବ ।

LEAVE A REPLY

Please enter your comment!
Please enter your name here