ମୟୁରଭଞ୍ଜରୁ ୩.୨୮ କେ.ଜି ବ୍ରାଉନ ସୁଗାର ଜବତ । ୫ ମାସରେ ୧୫ କେ.ଜି ରୁ ଅଧିକ ଜବତ, ୪୦ ଗିରଫ ।

0
3939

ଇଏନ୍‌ଏନ୍ ବ୍ୟୁରୋ, ୧୯/୦୭/୨୦- ରାଜ୍ୟରେ ଦିନକୁ ଦିନ ଅପରାଧିକ କାର୍ଯ୍ୟକଳାପ ବଢ଼ିବାରେ ଲାଗିଛି । ଏଥି ସହ ବ୍ରାଉନ ସୁଗାର କାରବାର ମଧ୍ୟ ବଢ଼ିବାରେ ଲାଗିଛି । ମୟୁରଭଞ୍ଜ ଜିଲ୍ଲାରୁ ୩.୨୮ କେଜି ବ୍ରାଉନ ସୁଗାର ଜବତ ହୋଇଥିବା କ୍ରାଇମବ୍ରାଞ୍ଚ ଏସଟିଏଫ ଟମ୍ ପକ୍ଷରୁ ସୂଚନା ଦିଆଯାଇଛି । ବ୍ରାଉନ ସୁଗାର କାରବାରରେ ଜଣଙ୍କୁ ଗିରଫ କରିଛି ଏସଟିଏଫ ଟିମ୍ । ଜବତ ହୋଇଥିବା ବ୍ରାଉନ ସୁଗାରର ଆନୁମାନିକ ମୂଲ୍ୟ ୩ କୋଟିରୁ ଅଧିକ ହୋଇଥିବା ଜଣା ପଡ଼ିଛି ।

ମିଳିଥିବା ସୂଚନା ଅନୁଯାଇ ରାଜ୍ୟରେ ମାର୍ଚ୍ଚ ମାସ ଠାରୁ ଆଜି ପର୍ଯ୍ୟନ୍ତ ପ୍ରାୟ ୫ ମାସ ମଧ୍ୟରେ ୧୫ କେ.ଜି ୬୪୮ ଗ୍ରାମର ବ୍ରାଉନ ସୁଗାର ଜବତ ହୋଇ ସାରିଲାଣି । ଏଥି ସହ ଏଥିରେ ସଂମ୍ପୃକ୍ତ ୪୦ ଜଣଙ୍କୁ ଗିରଫ କରିବାରେ ସଫଳ ହୋଇଛି କ୍ରାଇମବ୍ରାଞ୍ଚର ଏସଟିଏଫ ଟିମ୍ । ୧୧ ମାର୍ଚ୍ଚରେ ୧ କେ.ଜି ୭୪୯ ଗ୍ରାମ, ୧୯ ମାର୍ଚ୍ଚରେ ୨ କେ.ଜି ୭୨୯ ଗ୍ରାମ, ୨ ଜୁନରେ ୧ କେ.ଜି ୮ ଗ୍ରାମ, ୧୯ ଜୁନରେ ୪ କେ.ଜି ୪୫୮ ଗ୍ରାମର ବ୍ରାଉନ ସୁଗାର ଜବତ କରାଯାଇଛି । ଏହି ୧୫ କେଜି ୬୪୮ ଗ୍ରାମ ବ୍ରାଉନ ସୁଗାର ର ଆନୁମାନିକ ମୂଲ୍ୟ ୧୫ କୋଟି ୫୦ ଲକ୍ଷରୁ ଅଧିକ ହେବ ବୋଲି ଜଣା ପଡ଼ିଛି । ଏହି ବର୍ଷ ଜବତ ହୋଇଥିବା ବ୍ରାଉନ ସୁଗାର ୮ ବର୍ଷ ମଧ୍ୟରେ ସର୍ବାଧିକ ବୋଲି ଜଣା ପଡ଼ିଛି ।

LEAVE A REPLY

Please enter your comment!
Please enter your name here