ଲକ୍ଷ୍ମଣଙ୍କ କ୍ୟାଚ୍ ଛାଡ଼ିଥିବାରୁ ଅବସର ନେଇଥିଲି-ଗିଲକ୍ରିଷ୍ଟ

0
633

ଇଏନ୍‌ଏନ୍ ବ୍ୟୁରୋ, ୨୦/୦୮/୨୦-୨୦୦୮ ଭାରତ ଅଷ୍ଟ୍ରେଲିଆ ବର୍ଡ଼ର-ଗଭାସ୍କର ଟେଷ୍ଟ ସିରିଜରେ ଅବସର ଘୋଷଣା କରିଥିଲେ ଅଷ୍ଟ୍ରେଲିଆର ପ୍ରସିନ୍ଧ ୱିକେଟ କିପର ବ୍ୟାଟ୍ସମ୍ୟାନ ଆଡ଼ାମ ଗିଲକ୍ରିଷ୍ଟ । ତାଙ୍କ ନିଷ୍ପତ୍ତି ଅଷ୍ଟ୍ରେଲିଆ ଦଳ ସହ କ୍ରିକେଟ ପ୍ରେମୀଙ୍କୁ ଆଶ୍ଚର୍ଯ୍ୟଚକିତ କରି ଦେଇଥିଲା । କିନ୍ତୁ ସେ ଅବସରର କାରଣ ସ୍ପଷ୍ଟ କରିନଥିଲେ । ଅବସର ନେବାର ଦିର୍ଘ ୧୨ ବର୍ଷ ପରେ ଗିଲକ୍ରିଷ୍ଟ ଅବସରର ଅସଲ ରହସ୍ୟ କହିଛନ୍ତି । ଆଡ଼ିଲେଡ଼ ଟେଷ୍ଟ ରେ ଭିଭିଏସ୍ ଲକ୍ଷ୍ମଣଙ୍କ କ୍ୟାଚ ହାତଛଡ଼ା କରିବା ପରେ ସେ ଅବସର ନିଷ୍ପତ୍ତି ନେଇଥିଲେ ବୋଲି ସ୍ପଷ୍ଟ କରିଛନ୍ତି । ଅଷ୍ଟ୍ରେଲିଆ ୨-୧ ରେ ସିରିଜ ବଜୟୀ ହୋଇଥିଲା । ଗିଲକ୍ରିଷ୍ଟ ଏକ ଟିଭ ସୋ ଲାଇଭ କାର୍ଯ୍ୟକ୍ରମରେ ଏହା ପ୍ରକାଶ କରିଛନ୍ତି ।
ସେ କହିଛନ୍ତି, ଯଦି ଆପଣ ଟେଷ୍ଟ ମ୍ୟାଚରେ ଲକ୍ଷ୍ମଣଙ୍କ କ୍ୟାଚ ଛାଡ଼ିବ, ତା ହେଲେ ଏହା ଅବସର ପାଇଁ ଗୋଟିଏ ଭଲ କାରଣ ହୋଇପାରିବ । ତୁମେ ତାଙ୍କୁ ଅଧିକ ସୁଯୋଗ ଦେଇପାରିବ ନାହିଁ । ମୁଁ ଭଲ ଫର୍ମରେ ଥିବା ବେଳେ ଅବସର ନେବାକୁ ଚାହୁଁ ଥିଲି । କାରଣ ସମସ୍ତେ ମୋତେ ଖେଳ ଜାରି ରଖିବାକୁ କହନ୍ତୁ ତାହା ମୁଁ ଚାହୁଁଥିଲି । ଭାରତ-ଅଷ୍ଟ୍ରେଲିଆ ଆଡିଲେଡ୍ ଟେଷ୍ଟ ଡ଼୍ର ହୋଇଥିଲା । ଏଥିରେ ଭାରତ ପ୍ରଥମ ଇନିଂସ୍ ରେ ୫୨୬ ରନ୍ କରିଥିବା ବେଳେ ଅଷ୍ଟ୍ରେଲିଆ ୫୩୬ ରନ୍ କରିଥିଲା । ଜବାବରେ ଭାରତ ଦ୍ୱିତୀୟ ପାଳିରେ ୭/୨୬୩ ରନ୍ କରିଥିବା ବେଳେ ଖେଳ ସମାପ୍ତ ହୋଇଥିଲା । ଏହି ଟେଷ୍ଟରେ ଗିଲକ୍ରିଷ୍ଟ ୧୪ ରନ୍ କରିଥିବା ବେଳେ ଲକ୍ଷ୍ମଣ ୫୧ ଓ ୧୨ ରନ କରିଥିଲେ ।
ଲକ୍ଷ୍ମଣଙ୍କ ବ୍ୟତିତ ସ୍ପିନର ହରଭଜନ ସିଂହ ୨୦୦୦ ମସିହାରୁ ଅଷ୍ଟ୍ରେଲିଆ ପାଇଁ ସବୁଠାରୁ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି କରିଥିଲେ ବୋଲି ଗିଲକ୍ରିଷ୍ଟ ପ୍ରକାଶ କରିଛନ୍ତି । ଲକ୍ଷ୍ମଣଙ୍କୁ ଟେଷ୍ଟ କ୍ରିକେଟରେ ଅନ୍ୟତମ ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ ଭାବେ ଗଣନା କରାଯାଏ । ସେ ୧୯୯୮ ରୁ ୨୦୧୨ ପର୍ଯ୍ୟନ୍ତ ଟେଷ୍ଟ ମ୍ୟାଚରେ ସକ୍ରିୟ ଥିବା ବେଳେ ଅଷ୍ଟ୍ରେଲିଆ ବିପକ୍ଷରେ ୪୯.୬୭ ଆଭରେଜରେ ୨,୪୩୪ ରନ୍ ସଂଗ୍ରହ କରିଥିଲେ । ସେଥିମଧ୍ୟରେ ୬ ଟି ଶତକ ଓ ୧୨ ଟି ଅର୍ଦ୍ଧଶତକ ସାମିଲ ରହିଥିଲା ।

LEAVE A REPLY

Please enter your comment!
Please enter your name here