ଧୋନିଙ୍କର ମୋ ଉପରେ ଥିଲା ଅଗାଧ ବିଶ୍ୱାସ-ଯୁବରାଜ ସିଂହ

0
385

ଇଏନ୍‌ଏନ୍ ବ୍ୟୁରୋ, ୦୫/୦୮/୨୦- ‘୨୦୧୧ ମସିହା ପର୍ଯ୍ୟନ୍ତ ଧୋନିଙ୍କର ମୋ ଉପରେ ଅଗାଧ ବିଶ୍ୱାସ ଥିଲା, ଏବଂ ମୁଁ ତାଙ୍କର ପ୍ରମୁଖ ଖେଳାଳି ବୋଲି ସେ ମୋତେ ସବୁବେଳେ କହୁଥିଲେ । ହେଲେ ମୁଁ କର୍କଟ ରୋଗରୁ ସୁସ୍ଥ ହୋଇ ଫେରିବା ପରେ ସବୁକିଛି ଯେମିତି ବଦଳି ଯାଇଥିଲା । ଦଳ ଭିତରେ ମଧ୍ୟ ଅନେକ କିଛି ପରିବର୍ତ୍ତନ ହୋଇ ସାରିଥିଲା’ । ଏହା କହିଛନ୍ତି ଭାରତୀୟ କ୍ରିକେଟ ଦଳର ପୂର୍ବତନ ଷ୍ଟାର ଅଲରାଉଣ୍ଡର ଯୁବରାଜ ସିଂହ । ୨୦୧୫ ବିଶ୍ୱକପ ଦଳରେ ସ୍ଥାନ ନପାଇବାର କାରଣ ଉପରେ ସେ କହିଛନ୍ତି ଯେ, ଏଥି ପାଇଁ ଆପଣ କୌଣସି ଗୋଟିଏ କଥାକୁ ଦାଇ କରି ପାରିବେ ନାହିଁ । ଏହା ଜଣଙ୍କର ବ୍ୟକ୍ତିଗତ ନିଷ୍ପତ୍ତି ଉପରେ ନିର୍ଭର କରେ । ତେଣୁ ଅଧିନାୟକ ଭାବେ ଆପଣ ସବୁକଥାର କାରଣ ଦର୍ଶାଇ ପାରିବେ ନାହିଁ ବୋଲି ମୋର ଚିନ୍ତାଧାରା । କାରଣ ଶେଷକୁ ଆପଣଙ୍କୁ ଦେଖାଇବାକୁ ହୋଇଥାଏ ଦଳ କିଭଳି ପଦର୍ଶନ କରୁଛି । ‘ମୁଁ ଯେତେବେଳେ ଦଳକୁ ଫେରିଲି, ବିରାଟ କୋହଲି ମୋତେ ଦୃଢ଼ ସମର୍ଥନ କରିଥିଲେ । ସେ ସମର୍ଥନ କରିନଥିଲେ, ସମ୍ଭବତଃ ମୁଁ ଦଳକୁ ଫେରିପାରିନଥିାନ୍ତି । ଏହା ପରେ କିନ୍ତୁ ଧୋନି ମୋତେ ୨୦୧୯ ବିଶ୍ୱକପ ଯୋଜନାର ଅସଲ ଚିତ୍ର ଦେଖାଇଥିଲେ । ଚୟନକର୍ତ୍ତାମାନେ ମୋତେ ଯେ ବିଶ୍ୱକପ୍ ଦଳର ଅଂଶବିଶେଷ ଭାବେ ଦେଖୁନାହାଁନ୍ତି ତାହା ସ୍ପଷ୍ଟ ଭାବେ କହିଦେଇଥିଲେ । ଅବଶ୍ୟ ସେ ଯେତିକି କରିବା କଥା କରିଥିଲେ’, ୨୦୧୯ ବିଶ୍ୱକପ ଦଳରେ ସ୍ଥାନ ନପାଇବା କଥାକୁ ମନେପକାଇ କହିଛନ୍ତି ଯୁବି ।

ସୂଚନାଯୋଗ୍ୟ ଯେ ଯୁବରାଜ ଭାରତ ପାଇଁ ଶେଷ ମ୍ୟାଚ ୨୦୧୭ ମସିହା ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଖେଲିଥିଲେ । କର୍କଟ ମୁକ୍ତ ହୋଇ ଦଳକୁ ଫେରିବା ପରେ ୧୧ ମ୍ୟାଚରୁ କଟକରେ ଖେଳ ଜୀବନର ଶ୍ରେଷ୍ଠଦିନିକିଆ ପାଳି ୧୫୦ ରନ ସହ ମୋଟ ୩୧୨ ରନ କରିଥିଲେ । ହେଲେ ୨୦୧୫ ଭଳି ୨୦୧୯ ବିଶ୍ୱକପ୍ ଖେଳିବାରୁ ବଞ୍ଚିତ ହୋଇଥିଲେ । ତେବେ ଭାରତର ୨୦୦୭ ପ୍ରଥମ ଟ୍ୱେଣ୍ଟି-୨୦ ବିଶ୍ୱକପ୍ ସହ ୨୦୧୧ ଏକଦିବସୀୟ ବିଶ୍ୱକପ୍ ବିଜୟରେ ଯୁବରାଜ ହିଁ ନିର୍ଣ୍ଣାୟକ ଭୁମିକା ତୁଲାଇଥିଲେ । ୨୦୧୧ ମସିହା ଘରୋଇ ବିଶ୍ୱକପ୍ ପ୍ରତିଯୋଗିତାରେ ସେ ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ ।

LEAVE A REPLY

Please enter your comment!
Please enter your name here