୧୨୦ ଦେଶରେ ପ୍ରସାରିତ ହେବ ଆଇପିଏଲ

0
171

ଇଏନ୍‌ଏନ୍ ବ୍ୟୁରୋ, ୧୫/୦୯/୨୦- ୟୁଏଇରେ ହେବାକୁଥିବା ଚଳିତବର୍ଷର ଆଇପିଏଲ୍ ବିଶ୍ୱର ୧୨୦ ଟି ଦେଶରେ ପ୍ରସାରିତ ହେବ । ଏହି ସବୁ ଦେଶର ଲୋକମାନେ ଟେଲିଭିଜନ୍‌ରେ ଏହାର ସିଧା ପ୍ରସାରଣ ଦେଖିବା ସହ ଅନଲାଇନ୍ ଷ୍ଟ୍ରିମିଂରେ ମଧ୍ୟ ଆଇପିଏଲ୍‌ର ମଜା ନେଇପାରିବେ । ବିଶ୍ୱର ଏହି ସବୁଠାରୁଧନୀ ଏବଂ ଲୋକପ୍ରିୟ କ୍ରିକେଟ ଲିଗ୍ ଯେଭଳି କ୍ରିକେଟ ଜଗତର କୋଣ ଅନୁକୋଣରେ ପହଞ୍ଚିବ, ସେ ବ୍ୟବସ୍ଥା ପ୍ରସାରଣକାରୀ ସଂସ୍ଥା ଷ୍ଟାର ଇଣ୍ଡିଆ କରିଛି । ଭାରତୀୟ ଉପମାହାଦେଶର କ୍ରିକେଟ ପ୍ରେମୀ ଷ୍ଟାର ଇଣ୍ଡିଆର ବିଭିନ୍ନ ଚ୍ୟାନେଲରେ ମ୍ୟାଚ ଉପଭୋଗ କରିପାରିବେ । କେବଳ ଇଂରାଜି ନୁହେଁ ଦିନ୍ଦି ସହ ତାମିଲ, ତେଲୁଗୁ, କନ୍ନଡ଼, ବେଙ୍ଗଲୀ, ମରାଠି, ମାଲାୟଲମ୍ ଆଦି ସାତଟି ଆଞ୍ଚଳିକ ଭାଷାରେ ମଧ୍ୟ ଆଇପିଏଲ-୧୩ର ଧାରା ବିବରଣୀ ପ୍ରଦାନ କରାଯିବ । କେତେକ ବିଦେଶୀ ଭାଷାରେ ବି ଧାରାବିବରଣୀ ଦିଆଯିବ । କ୍ରିକେଟ ପ୍ରେମୀ ଡ଼ିସ୍‌ନି ପ୍ଲସ ହଟଷ୍ଟାରରେ ମଧ୍ୟ ଆଇପିଏଲ୍ ମ୍ୟାଚ ଲାଇଭ ଷ୍ଟ୍ରିମିଂ ଉପଭୋଗ କରିପାରିବେ ।

LEAVE A REPLY

Please enter your comment!
Please enter your name here