ଦ୍ରୁତ ବୋଲରଙ୍କ ଉପରେ ଅଧିକ ଭରସା ରଖିଛନ୍ତି କୋହଲି-ଅଗରକର

0
136

ଇଏନ୍‌ଏନ୍ ବ୍ୟୁରୋ, ୨୭/୦୮/୨୦- ଧୋନି ସ୍ପିନରଙ୍କ ଉପରେ ଅଧିକ ନିର୍ଭରଶୀଳ ଥିଲେ । କୋହଲି କିନ୍ତୁ ଦ୍ରୁତ ବୋଲରଙ୍କ ଉପରେ ଅଧିକ ଆସ୍ଥା ପ୍ରକଟ କରୁଛନ୍ତି । ଏଭଳି ମନ୍ତବ୍ୟ ଦେଇଛନ୍ତି ପୂର୍ବତନ ଭାରତୀୟ ଦ୍ରୁତ ବୋଲର ଅଜିତ ଅଗରକର । ଏହା ମଧ୍ୟ ଏହି ଦୁଇ ସଫଳ ଅଧିନାୟକଙ୍କ ନେତୃତ୍ୱ ଶୈଳୀର ଅନ୍ୟତମ ଫରକ ବୋଲି ଅଗରକର ଆକଳନ କରିଛନ୍ତି । ଧୋନିଙ୍କ ନେତୃତ୍ୱରେ ଭାରତ ତିନିଟି ଆଇସିସି ଟ୍ରଫି ଜିତିଥିଲା ବେଳେ କୋହଲିଙ୍କ ନେତୃତ୍ୱରେ ଅଷ୍ଟ୍ରେଲିଆରେ ଟେଷ୍ଟ ଶୃଙ୍ଖଳା ଜିତିବାରେ ପ୍ରଥମ ଏସିଆର ଦଳ ହୋଇପାରିଛି । ତେବେ କୋହଲିଙ୍କ ପାଇଁ ଭାରତୀୟ ଦ୍ରୁତ ବୋଲିଂ ବାହିନୀ ବିଶ୍ୱର ଅନ୍ୟତମ ଶ୍ରେଷ୍ଠ ଦ୍ରୁତ ବୋଲିଂ ବାହିନୀ ହୋଇପାରିଛି ବୋଲି ଅଗରକର ମତ ଦେଇଛନ୍ତି ।

କୋହଲିଙ୍କୁ ପ୍ରଶଂସା କରି ସେ କହିଛନ୍ତି ଯେ ଏହି କାରଣରୁ ଭାରତ ବିଦେଶ ମାଟିରେ ଅଧିକ ସଫଳତା ପାଉଛି । ଦଳର ସଫଳତାରେ ଏହା ପ୍ରମୁଖ ଭୂମିକା ତୁଲାଉଛି । ଆମ ପଦର୍ଶନ ପୂର୍ବାପେକ୍ଷା ଭଲ ହେଉଛି । ଆମ ପ୍ରତିଦ୍ୱନ୍ଦିତାର ସ୍ତର ମଧ୍ୟ ବଢ଼ିଛି । କୋହଲି ଦୀର୍ଘଦିନ ହେବ ତିନିଟି ଯାକ ଫର୍ମାଟରେ ଭାରତର ଅଧିନାୟକ ରହିଛନ୍ତି । ଖେଳାଳିଙ୍କ ଉପରେ ସେ ଦେଖାଉଥିବା ଭାରସାର ଫଳ ମଧ୍ୟ ଆମେ ପାଉଛେ । ପ୍ରକ୍ରିୟା କିଛିଟା ଭିନ୍ନ ହୋଇପାରେ । ଦଳଗତ ପଦର୍ଶନରେ କିନ୍ତୁ ନିଶ୍ଚିତ ଭାବେ ଉନ୍ନତି ପରିଲିକ୍ଷିତ ହୋଇଛି । ଆସନ୍ତା ଅଷ୍ଟ୍ରେଲିଆ ଗସ୍ତରେ ଦ୍ରୁତ ବୋଲିଂ ହିଁ ଭାରତର ପ୍ରମୁଖ ଅସ୍ତ୍ର ହେବ ବୋଲି ଅଗରକର ଭବିଷ୍ୟବାଣୀ କରିଛନ୍ତି ।

LEAVE A REPLY

Please enter your comment!
Please enter your name here