ଋଷଭ ପନ୍ତ୍ ଜଣେ ବିସ୍ଫୋରକ ଖେଳାଳି- ରାଇନା

0
440

ଇଏନ୍‌ଏନ୍ ବ୍ୟୁରୋ, ୧୩/୦୮/୨୦- ଭାରତ କ୍ରିକେଟ ବିଶ୍ୱ କପ ବିଜୟୀ ଦଳ ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କ ଭବିଷ୍ୟତ ଉତ୍ତରାଧିକାରୀ ଭାବେ ପରିଗଣିତ ହେଉଥିବା ଋଷଭ ପନ୍ତ୍ ଙ୍କୁ ପ୍ରଶଂସା କରିଛନ୍ତି ପୁରୁଖା ତାରକା ଖେଳାଳି ସୁରେଶ ରାଇନା । ପନ୍ତ୍ ୨୦୧୯ ଓ ୨୦୨୦ ରେ ଅବଶ୍ୟ ଅଧିକାଂଶ ସମୟ ଉତ୍ଥାନ ଓ ପତନ ଦେଇ ଗିତ କରୁଛନ୍ତି । ସେଥିପାଇଁ ତାଙ୍କୁ ଚୂଡ଼ାନ୍ତ ଏକାଦଶ ବାହାରେ ରହିବାକୁ ପଡ଼ୁଥିଲା ଏବଂ କେ.ଏଲ ରାହୁଲ ତାଙ୍କ ସ୍ଥାନ ନେଇଥିଲେ । ହେଲେ ବାମହାତୀ ପନ୍ତ୍ ଜଣେ ବନ୍ଧୁକଚାଳନା ଭଳି ବିସ୍ଫୋରକ ବ୍ୟାଟ୍ସମ୍ୟାନ । ସେ ଦଳ ପାଇଁ କିଛି ବି ଆଶ୍ଚର୍ଯ୍ୟ କରିପାରିବେ । କିନ୍ତୁ ସାଥୀ ଖେଳାଳିମାନେ କେବଳ ତାଙ୍କ ଯତ୍ନ ନେବା ଦରକାର । ତାଙ୍କ ଉପରେ ଦଳ ତଥା ଦଳୀୟ ସାଥୀମାନେ ବିଶ୍ୱାସ ଓ ଆସ୍ଥା ରଖିପାରିଲେ ତାଙ୍କଠୁ ଖୁବ ଶୀଘ୍ର ଦମଦାର ପଦର୍ଶନ ଦେଖିବାକୁ ପାଇବେ ବୋଲି ଷ୍ଟାର ସ୍ପୋର୍ଟର ଚଳିତ ସପ୍ତାହ ଧାରାବାହିକ ‘ଫଲୋ ଦି ବ୍‌ଲୁଜ’ ଅଧ୍ୟାୟରେ କହିଛନ୍ତି ରାଇନା ।
ରାଇନାଙ୍କ କହିବା ହେଲା ଯେ, ମୁଁ ପନ୍ତ୍‌୍‌ଙ୍କ ସହ ଅଭ୍ୟାସ କରିଆସୁଛି । ସେ ବଲ୍‌କୁ ଖୁବ ଭଲ ଭାବେ ପ୍ରହାର କରୁଛନ୍ତି । ଏହାପରେ ସାମିଙ୍କ ସହ ମୋର ଗୋଟିଏ ନେଟ୍ ସେସନ୍ ହୋଇଥିଲା । ପ୍ରାୟ ସବୁ ବୋଲର ଏଠାକୁ ଆସୁଛନ୍ତି । ସେ ମଧ୍ୟ ବଢ଼ିଆ ବୋଲଂ କରୁଛନ୍ତି । ମୁଁ ଖେଳାଳିମାନଙ୍କୁ ବହୁତ କିଛି ପରାମର୍ଶ ଦେଇଆସୁଛି । ସବୁକିଛି ଯୋଜନା ମୁତାବକ ଚାଲିଛି ।
ପନ୍ତ୍‌ଙ୍କ ସଂମ୍ପର୍କରେ ରାଇନା ଅନେକ ସକରାତ୍ମକ ମତ ରଖିଛନ୍ତି । ‘ମୁଁ ଭାବୁଛି ପନ୍ତ୍ ଜଣେ ଚମତ୍କାର ଖେଳାଳି । ସେ ଦେଶ ପାଇଁ ଏବଂ ଆଇପିଏଲ୍ ଓ ଘରୋଇ କ୍ରିକେଟ୍‌ରେ ଯଥେଷ୍ଟ ରନ୍ ସଂକ୍ରହ କରିଛନ୍ତି । ସେ ଦୁଇଟି ଟେଷ୍ଟ ଶତକ ଜମାଇଛନ୍ତି । ସେ ବାସ୍ତବରେ ଟ୍ୱେଣ୍ଟି-୨୦ ରେ ଖୁବ ବଢ଼ିଆ ଖେଳନ୍ତି । ସେଥିପାଇଁ ମୁଁ ଭାବୁଛି ପନ୍ତ୍ ଜଣେ ବିସ୍ପୋରକ ବ୍ୟାଟ୍ସମ୍ୟାନ । ତାଙ୍କର ଉଜ୍ୱଳ ଭବିଷ୍ୟତ ରହିଛି । କେବଳ ଦଳୀୟ ସାଥୀଙ୍କ ଯତ୍ନ ସେ ଆବଶ୍ୟକ କରୁଛନ୍ତି’ । ତାହା ପାଇ ଗଲେ ତୁମେ ତାଙ୍କ ଠାରୁ ଖୁବ ଶୀଘ୍ର ଦମ୍‌ଦାର ପଦର୍ଶନ ଦେଖିବାକୁ ପାଇବ ବୋଲି ରାଇନା କହିଛନ୍ତି ।

LEAVE A REPLY

Please enter your comment!
Please enter your name here