ଇଟାଲିଆନ୍ ଓପନ୍‌ରୁ ଓହରିଲେ ସେରେନା

0
334

ଇଏନ୍‌ଏନ୍ ବ୍ୟୁରୋ, ୧୫/୦୯/୨୦- ଗୋଇଠିଜନିତ ସମସ୍ୟା ଯୋଗୁଁ ସେରେନା ୱିଲିୟମସ ଆଗାମୀ ଇଟାଲିଆନ୍ ଓପନରୁ ଓହରି ଯାଇଛନ୍ତି । ୟୁଏସ୍ ଓପନ୍‌ରେ ଖେଳୁଥିଲା ବେଳେ ଆଜାରେଙ୍କାଙ୍କ ବିପକ୍ଷ ସେମିଫାଇନାଲ ମ୍ୟାଚରେ ସେ ଏଭଳି ସମସ୍ୟାର ସମ୍ମୁଖୀନ ହୋଇଥିଲେ । ମ୍ୟାଚ ଅବଶରରେ ସେ ମଧ୍ୟ ଡ଼ାକ୍ତରି ଚିକିତ୍ସା ପାଇଁ ସମୟ ନେଇଥିଲେ । ଏପରିକି ସେ ମଧ୍ୟ ସେମିଫାଇନାଲ୍ ହାରିଯାଇଥିଲେ । ଫଳରେ ରୋମରେ ୪ ଥର ବିଜୟିନୀ ସେରେନା ଆଗାମୀ ସଂସ୍କରଣରୁ ଓହରିଯିବାକୁ ନିଷ୍ପତ୍ତି ନେଇଛନ୍ତି । ଚଳିତ ବର୍ଷ ମେ’ ମାସରେ ପ୍ରକୃତରେ ଆୟୋଜିତ ହେବାକୂ ଥିବା ଇଟାଲିଆନ୍ ଓପନ୍ କରୋନା ମାହାମାରୀ ପାଇଁ ଘୁଞ୍ଚିଯାଇଥିଲା । ଏହି ପ୍ରତିଯୋଗିତା ସୋମବାରଠାରୁ ଆରମ୍ଭ ହୋଇଛି ।
ଅନ୍ୟ ପକ୍ଷରେ ୟୁଏସ୍ ଓପନ୍‌ର ଦୁଇ ଫାଇନାଲିଷ୍ଟ ଡ଼ୋମିନିକ୍ ଥିମ୍ ଏବଂ ଆଲୋକ୍‌ଜାଣ୍ଡର ଭେରେଭ୍ ମଧ୍ୟ ଇଟାଲିଆନ ଓପନ୍ ପୁରୁଷ ବର୍ଗରୁ ଓହରି ଯାଇଛନ୍ତି । ସେମାନଙ୍କ ସହିତ ସେମିଫାଇନାଲ୍ ହାରିଥିବା ଡ଼ାନିଲ ମେଡ୍‌ଭେଡେଭ୍ ମଧ୍ୟ ଓହରି ଯାଇଛନ୍ତି । ତେବେ ୟୁଏସ୍ ଓପନରୁ ଓହରି ଯାଇଥିବା ସ୍ପେନ୍ ତାରକା ରାଫେଲ ନାଦାଲ ୭ ମାସର ବିରତି ପରେ ଇଟାଲିଆନ୍ ଓପନ୍ ଜରିଆରେ କୋର୍ଟକୁ ଫେରୁଛନ୍ତି । ସେ ରୋମ୍‌ରେ ରହି ବହୁଦିନ ହେଲା ଅଭ୍ୟାସ ଚଳାଇଛନ୍ତି । ୟୂଏସ୍ ଓପନ୍ ଅଧାରୁ ଦୁର୍ଭାଗ୍ୟବଶତଃ ଅଯୋଗ୍ୟ ଘୋଷିତ ହୋଇଥିବା ସର୍ବିୟା ତାରକା ନୋଭାକ୍ ଜୋକୋଭିକ୍ ମଧ୍ୟ ଇଟାଲିଆନ୍ ଓପନ୍ ଖେଳିବେ ।

LEAVE A REPLY

Please enter your comment!
Please enter your name here