କ୍ରିଡ଼ା ଦିବସ ଓ ଧ୍ୟାନ ଚାନ୍ଦ…..

0
191

ଇଏନ୍‌ଏନ୍ ବ୍ୟୁରୋ, ୨୯/୦୮/୨୦-ହକି ଯାଦୁକର ମେଜର ଧ୍ୟାନ ଚାନ୍ଦଙ୍କ ପବିତ୍ର ଜନ୍ମ ଦିବସକୁ ପ୍ରତି ବର୍ଷ ଜାତୀୟ କ୍ରୀଡ଼ା ଦିବସ ରୂପେ ପାଳନ କରାଯାଇ ଆସୁଛି । କ୍ରିଡ଼ା ଦିବସ କଥା ପଡ଼ିଲେ ମନେ ପଡ଼ିଯାଏ ମେଜର ଧ୍ୟାନ ଚାନ୍ଦଙ୍କ କଥା ଏଥି ସହ ମନେପଡ଼େ ଭାରତୀୟ ହକି ଦଳର ପୂର୍ବ ଐତିହ୍ୟ । କିନ୍ତୁ ଏହି ଐିତିହ୍ୟ ଦିନେ ହଜିଗଲା, ଯାହା ଏ ପର୍ଯ୍ୟନ୍ତ ବି ଫେରି ପାଇବା ନେଇ ଭାରତୀୟ ଦଳ ସଂଘର୍ଷ ଜାରି ରଖିଛି । ପୁଣି ଅଲମ୍ପିକ୍ସରେ ସ୍ୱର୍ଣ୍ଣ ପଦକ ସ୍ୱପ୍ନ କେବେ ସାକାର ହେବ, ତାହା ପୂର୍ବାନୁମାନ କରିବା କଷ୍ଟ ।

       ୧୯୦୫ ଅଗଷ୍ଟ ୨୯ ରେ ଇଲାହାବାଦରେ ସେ ଜନ୍ମ ଗ୍ରହଣ କରିଥିଲେ । ତାଙ୍କ ପିତା ସମେଶ୍ୱର ଦତ୍ତ ସିଂହ ବ୍ରିଟିସ୍ ସେନାରେ ସାଧାରଣ ସୈନିକ ଭାବେ ଚାକିରି କରୁଥିଲେ । ଚାକିରି ଯୋଗୁଁ ତାଙ୍କର ବାରମ୍ବାର ବଦଳି ହେଉଥିଲା ଏବଂ ସପରିବାର ଚାରି ଆଡ଼େ ଯାଉଥିବାରୁ ବାଳକ ଧ୍ୟାନ ପଢ଼ାପଢ଼ିରେ ଅଧିକ ଉନ୍ନତି କରିପାରୁ ନଥିଲେ । ସେ ମାତ୍ର ଛଟି ସ୍ୱୁଲ ଯାଇପାରିଥିଲେ । ଶୈଶବରେ ହକି ପ୍ରତି ତାଙ୍କର ଆଦୌ ଆଗ୍ରହ ନଥିଲା । ସେ କେବଳ କୁସ୍ତି ଶିଖିବାକୁ ଚାହୁଁଥିଲେ । ତାଙ୍କ ପିତା ସୋନାରୁ ଅବସର ନେବା ପରେ ସୋମାନେ ସ୍ଥାୟୀ ଭାବେ ଝାଁସୀରେ ବସବାସ କଲେ । ୧୯୨୨ ରେ ଧ୍ୟାନ, ପିତାଙ୍କ ପଥ ଅନୁସରଣ କରି ସେନାରେ ଯୋଗ ଦେଇଥିଲେ । ସେଠାରେ ତାଙ୍କୁ ହକି ଖେଳିବାକୁ ପଢ଼ିଥିଲା । ସେ ସମୟରେ ଫ୍ଲଡ଼ ଲଇଟ ନଥିବାରୁ ରାତିରେ ଜନ୍ନ ଆସିବା ପରେ ହକି ଅଭ୍ୟାସ କରୁଥିଲେ ଧ୍ୟାନ । ହୋକୁ ଦେଖି ତାଙ୍କ ସାଥୀମାନେ ସ୍ନେହରେ ‘ଚାନ୍ଦ’ ଡ଼ାକିବା ଆରମ୍ଭ କଲେ ଏବଂ ଧ୍ୟାନ ସିଂହରୁ ସେ ପାଲଟି ଗଲେ ଧ୍ୟାନ ଚାନ୍ଦ ।

ସେ ୧୯୨୬ ରୁ ୧୯୪୮ ମଧ୍ୟରେ ହଜାରେରୁ ଅଧିକ ଗୋଲ ଦେଇଥିବା ଜଣାଯାଏ । ୧୯୨୮  ରୁ ୧୯୫୬ ପର୍ଯ୍ୟନ୍ତ ଭାରତ ଅଲିମ୍ପିକ୍ସ ରେ ଲଗାତାର ୬ଟି ସ୍ୱର୍ଣ୍ଣ ଜିତିବାରେ ସଫଳ ହୋଇଥିଲା । ୧୯୨୮ ରୁ ଭାରତ ବିଶ୍ୱ ହକିରେ ତାର ସ୍ୱର୍ଣ୍ଣିମ ଅଧ୍ୟାୟ ଆରମ୍ଭ କରିଥିଲା । ମାତ୍ର ସେତବେଳେ ଭାରତ ପାରାଧିନ ଥିବାରୁ  ଅଲମ୍ପିକ୍ସରେ କେବଳ ଭାରତର ନାମ ରହୁଥିଲା କିନ୍ତୁ ପତାକ ଥିଲା ଗ୍ରେଟ ବ୍ରିଟେନର । ୧୯୩୬ ଅଲମ୍ପିକ୍ସ ପର୍ଯ୍ୟନ୍ତ ଏହି ଧାରା ଚାଲିଥିଲା । କିନ୍ତୁ ଲଣ୍ଡନ ଅଲମ୍ପିକ୍ସରେ ଭାରତ ତିରଙ୍ଗା ଉଡ଼ାଇଥିଲା । ଏହା ପୂର୍ବର ତିନିଟି ଯାକ ଅଲମ୍ପିକ୍ସରେ ଧ୍ୟାନଚାନ୍ଦ ଭାରତୀୟ ଦଳରେ ସାମିଲ ଥିଲେ । ଭାରତ ହ୍ୟାଟ୍ରିକ୍ ସ୍ୱର୍ଣ୍ଣ ଜିତିଥିଲା । ଧ୍ୟାନଚାନ୍ଦଙ୍କ ଆବିର୍ଭାବ ହିଁ ଭାରତୀୟ ହକିକୁ ନୂଆ ରୁପ ଦେଇଥିଲା । ତାଙ୍କ ଯାଦୁକାରୀ ଖେଳରେ ଭାରତ ଗୋଟିଏ ଗୋଟିଏ ସଫଳତା ହାସଲ କରିଥିଲା ।

       ୧୯୩୬ ବର୍ଲିନ ଅଲମ୍ପିକ୍‌ରେ ତାଙ୍କ ଖେଳ ଦେଖି ହିଟ୍‌ଲର ବିସ୍ମିତ ହୋଇ ତାଙ୍କୁ ଜର୍ମାନି ନାଗରିକତ୍ୱ ଏବଂ ନାଜି ସେନାରେ କର୍ନେଲ ପଦବି ଯାଚିଥିଲେ । ତାଙ୍କ ହକି ବାଡିରେ ବଲ୍ ଏପରି ଭାବେ ଲାଖିରହୁଥିଲା ଯେ, ଯିଏ ଦେଖୁଥିଲେ ଚକିତ ହୋଇଯାଉଥିଲେ । ସେ କାଳେ ବାଡ଼ି ଭିତରେ ଚୁମ୍ବକ ଲୁଚାଇଥିଲେ, ସଂନ୍ଦେହ ହେବାରୁ, ହଲାଣ୍ଡରେ ଥରେ ତାଙ୍କ ହକି ଷ୍ଟିକଟିକୁ ଭାଙ୍ଗି ପାରକ୍ଷା କରାଯାଇଥିଲା । ଖେଳ ଦେଖୁଥିବା ଜଣେ ବୁଢ଼ୀ ତାଙ୍କର ବଙ୍କୁଲି ବାଡ଼ି ଦ୍ୱାରା ଖେଳିବା ପାଇଁ କହିଥିଲେ ଧ୍ୟାନ ଚାନ୍ଦ ବଙ୍କୁଲି ବାଡ଼ି ଦ୍ୱାରା ଖେଳି ଗେଲ୍ ପରେ ଗୋଲ୍ ଦେଇ ଦର୍ଶକଙ୍କୁ ଚମତ୍କୃତ କରିଥିଲେ ।  ସ୍ୱାଧୀନତା ପରେ ସେ ଆଉ ଅଧିକ ଦିନ ଖେଳି ନଥିଲେ କିମ୍ବା ଅଲମ୍ପିକ୍ସରେ ପ୍ରତିନିଧିତ୍ୱ କରି ପାରି ନଥିଲେ । ମାତ୍ର ତାଙ୍କ ଖେଳ ତାଙ୍କୁ ଭାରତର ହକି ଯାଦୁକର ଆଖ୍ୟା ଦେଇଥିଲା । ୩ ଡିସେମ୍ବର ୧୯୭୯ ରେ ତାଙ୍କର ପରଲୋକ ହୋଇଥିଲା ।

LEAVE A REPLY

Please enter your comment!
Please enter your name here