ଅଶ୍ୱିନଙ୍କୁ ସମର୍ଥନ କଲେ ଶ୍ରୀନାଥ

0
201

ଇଏନ୍‌ଏନ୍ ବ୍ୟୁରୋ, ୦୨/୦୯/୨୦- ଗତ ଆଇପିଏଲ୍ ସିଜନରେ କିଙ୍ଗସ୍ ଏକାଦଶ ପଞ୍ଜାବ ପକ୍ଷରୁ ଖେଳୁଥିବା ସ୍ପିନର ରବି ଚନ୍ଦ୍ରନ ଅଶ୍ୱିନ ରାଜସ୍ଥାନ ରୟାଲ୍ସ ବ୍ୟାଟ୍ସମ୍ୟାନ ଜୋସ ବଟଲରଙ୍କୁ ମଙ୍କଡ଼ ଆଉଟ୍ କରିଥିଲେ । ସେବେଠୁ ଏହି ଘଟଣାକୁ ନେଇ ଲାଗି ରହିଛି ଆଲୋଚନା ।
ବୋଲିଂ କ୍ରିଜ୍‌ରେ ରହିଥିବା ବ୍ୟାଟ୍ସମ୍ୟାନଙ୍କୁ ମଙ୍କଡ଼୍ ଆଉଟ କରିବା ଖେଳୁଆଡ଼ ମନୋଭାବର ପରିଚୟ ନୁହେଁ ବୋଲି ସର୍ବଦା ମତ ପ୍ରକାଶ ପାଉଛି । ଅଶ୍ୱିନ ଏଥର ଦିଲ୍ଳୀ କ୍ୟାପିଟାଲ୍ସ ପକ୍ଷରୁ ଖେଳିବାକୁ ଯାଉଛନ୍ତି । ତେଣୁ ଦିଲ୍ଲୀ କ୍ୟାପିଟାଲ୍ସ କୋଚ ରହିଥିବା ରିକି ପଣ୍ଟିଂ ମଧ୍ୟ ଅଶ୍ୱିନଙ୍କୁ ଆଉଥରେ ମଙ୍କଡ଼୍ ଆଉଟ ନକରିବା ପାଇଁ ଏବେ ଠାରୁ ଚେତାବନୀ ଦେଇଛନ୍ତି । ପୂର୍ବତନ ଭାରତୀୟ ପେସ ବୋଲର ଓ ଆଇସିସି ମ୍ୟାଚ ରେଫରୀ ଭାବେ କାର୍ଯ୍ୟରତ ଜଭଗଲ ଶ୍ରୀନାଥ ଅଶ୍ୱିନଙ୍କୁ ସମର୍ଥନ କରିଛନ୍ତି । ମଙ୍କଡ଼୍ ଆଉଟ୍ କରିବାରେ କୌଣସି ଅସୁବିଧା ନାହିଁ ବୋଲି ଶ୍ରୀନାଥ ମତ ଦେଇଛନ୍ତି । ସେ କହିଛନ୍ତି ଯେ, ‘ମଙ୍କଡ଼୍ ଆଉଟ’ କୁ ସମାଲୋଚନା କରାଯିବା ଠିକ୍ ନୁହେଁ । ବୋଲର ହାତରୁ ବଲ୍ ନଖସିବା ପର୍ଯ୍ୟନ୍ତ ନନ୍ ଷ୍ଟ୍ରାଇକର ଏଣ୍ଡରେ ଥିବା ବ୍ୟାଟ୍ସମ୍ୟାନ୍ କ୍ରିଜ ଛାଡ଼ିବା ନିୟମ ନାହିଁ । ବୋଲର ହାତରୁ ବଲ୍ ଖସିବା ପୁର୍ବରୁ କ୍ରିଜ୍ ଛାଡ଼ିବା ଉପଯୁକ୍ତ ଖେଳୁଆଡ଼ ମନୋଭାବର ପରିଚୟ ନୁହେଁ । ତେଣୁ ବୋଲର ଏହି ସମୟରେ ବ୍ୟାଟ୍ସମ୍ୟାନଙ୍କୁ ରନ୍ ଆଉଟ କରିବାରେ କିଛି ଭୁଲ ନାହିଁ । ନନ୍ ଷ୍ଟ୍ରାଇକ ଏଣ୍ଡରେ ରହିଥିବା ବ୍ୟାଟ୍ସମ୍ୟାନ ଜଣକ ବୋଲିଂ ପୂର୍ବରୁ କ୍ରିଜ ଛାଡ଼ିବା ଫଳରେ ବୋଲରର ଲୟ ହରାଇବାର ଆଶଙ୍କା ରହିଛି । ତେଣୁ ଭଦ୍ର ବ୍ୟାଟ୍ସମ୍ୟାନ କେବେ ବୋଲିଂ ପୂର୍ବରୁ କ୍ରିଜ ଛାଡ଼ିବେ ନାହିଁ ବୋଲି କହିଛନ୍ତି ଶ୍ରୀନାଥ ।

LEAVE A REPLY

Please enter your comment!
Please enter your name here