ଇଏନ୍ଏନ୍ ବ୍ୟୁରୋ, ୩୧/୦୭/୨୦- ରାଜ୍ୟରେ ଥମୁ ନାହିଁ କରୋନା ସଂକ୍ରମଣ । ହୁ ହୁ ହୋଇ ବଢ଼ିବାରେ ସଂକ୍ରମିତଙ୍କ ସଂଖ୍ୟା । କ୍ରମାଗତ ଭାବେ ସଂକ୍ରମଣ ସଂଖ୍ୟା ଦିନକୁ ୧୨ ଶହ ରୁ ଅଧିକ ରହିଛି । ଗତ ୨୪ ଘଣ୍ଟା ମଧ୍ୟରେ ୧,୪୯୯ ଜଣ ନୂଆ ପଜିଟିଭ ଚିହ୍ନଟ ହୋଇଥିବା ବେଳେ ୮ ଜଣଙ୍କର ମୃତ୍ୟୁ ହୋଇଛି । ଏଥି ସହ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୧,୮୭୭ ରେ ପହଞ୍ଚିଛି । ଏବଂ ମୃତ୍ୟୁ ସଂଖ୍ୟା ୧୭୭ ଛୁଇଁଛି ।
ରାଜ୍ୟରେ ଚିହ୍ନଟ ହୋଇଥିବା ୧,୪୯୯ ନୂଆ ପଜିଟିଭ ୨୯ଟି ଜିଲ୍ଲାରୁ ରହିଛନ୍ତି । ସେଥିମଧ୍ୟରୁ ୯୧୪ ଜଣ କ୍ୱାରେଣ୍ଟାିନ ସେଣ୍ଟରୁ ଚିହ୍ନଟ ହୋଇଥିବା ବେଳେ ୫୮୫ ଜଣ ସ୍ଥାନୀୟ ଅଞ୍ଚଳର ରହିଛନ୍ତି । ଗଞ୍ଜାମ ଜିଲ୍ଳାରେ ସର୍ବାଧିକ ୩୬୮ ଜଣ, ଖୋର୍ଦ୍ଧା ଜିଲ୍ଲାରେ ୨୧୪ ଜଣ, ଗଜପତି ଜିଲ୍ଲାରେ ୯୭ ଜଣ, ଢ଼େଙ୍କାନାଳରୁ ୯୨କୋରାପୁଟ ଜିଲ୍ଳାରୁ ୮୧ ଜଣ ଏବଂ ସୁନ୍ଦରଗଡ଼ ଜିଲ୍ଳାରୁ ୭୫ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିଭଳି ଅନୁଗୁଳରୁ ୨୫, ବାଲେଶ୍ୱରରୁ ୩୭, ବରଗଡ଼ରୁ ୧୦, ଭଦ୍ରକରୁ ୧, ବଲାଙ୍ଗିରରୁ ୧୯, କଟକରୁ ୨୮, ଦେବଗଡ଼ରୁ ୨, ଜଗତସିଂହପୁରରୁ ୧୫, ଯାଜପୁରରୁ ୧୯, ଝରସୁଗୁଡ଼ାରୁ ୭, କଳାହାଣ୍ଡିରୁ ୪୪, କନ୍ଧମାଳରୁ ୫୦, କେନ୍ଦ୍ରପଡ଼ାରୁ ୧୪, କେନ୍ଦୁଝରରୁ ୧୬, ମାଲକାନାଗିରିରୁ ୨୬, ମୟୁରଭଞ୍ଜରୁ ୧୩, ନବରଙ୍ଗପୁରରୁ ୩୩, ନୂଆପଡ଼ାରୁ ୯, ନୟାଗଡ଼ରୁ ୬୭, ପୁରୀରୁ ୩୬, ରାୟଗଡ଼ାରୁ ୪୦ ସମ୍ବଲପୁରରୁ ୫୬ ଓ ସୋପୁର ଜିଲ୍ଳାରୁ ୫ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ରାଜ୍ୟରେ ମୃତ୍ୟୁ ବରଣର କରିଥିବା ୮ ଜଣ କରୋନା ଆକ୍ରାନ୍ତ ୫ ଟିି ଜିଲ୍ଳାରୁ ରହିଛନ୍ତି । ଗଞ୍ଜାମ ଜିଲ୍ଳାରୁ ୪ ଜଣ, ଗଜପତି, ଖୋର୍ଦ୍ଧା, ନୟାଗଡ଼ ଓ ସୁନ୍ଦରଗଡ଼ ଜିଲ୍ଳାରୁ ଜଣେ ଜଣେ ଆକ୍ରାନ୍ତଙ୍କ ର ମୃତ୍ୟୁ ହୋଇଛି । ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ ଗଞ୍ଜାମ ଜିଲ୍ଳାରୁ ସର୍ବାଧିକ ୯୪ ଜଣ, ଖୋର୍ଦ୍ଧା ଜିଲ୍ଲାରୁ ୨୨ଜଣ, କଟକ ଜିଲ୍ଲାରୁ ୧୧ଜଣ, ଗଜପତି ଜିଲ୍ଳାରୁ ୧୦ ଜଣ, ରାୟଗଡ଼ା ଜିଲ୍ଳାରୁ ୭ ସୁନ୍ଦରଗଡ଼ ଜିଲ୍ଳାରୁ ୮ ଜଣ, ବାଲେଶ୍ୱର, ପୁରୀ ଓ ନୟାଗଡ଼ ଜିଲ୍ଳାରୁ ୩ ଜଣ ଲେଖାଏଁ, ଅନୁଗୁଳ, ଭଦ୍ରକ, ଜଗତସିଂପୁର, କନ୍ଧମାଳ, କେନ୍ଦ୍ରାପଡ଼ା ଓ ମାଲକାନାଗିରି ଜିଲ୍ଲାରୁ ୨ ଦୁଇ ଜଣ ଲେଖାଏଁ ଏବଂ ବରଗଡ଼, ଯାଜପୁର, ଝାରସୁଗୁଡ଼ା ଓ ସମ୍ବଲପୁର ଜିଲ୍ଳାରୁ ଜଣେ ଜଣେ ଆକ୍ରାନ୍ତଙ୍କ କରୋନା ସଂକ୍ରମିତ ମୃତ୍ୟୁ ହୋଇଛି ।

ରାଜ୍ୟରେ ମୋଟ ୫ ଲକ୍ଷ ୧୪ ହଜାର ୫୭୩ ଟି ନମୂନା ପରୀକ୍ଷଣ ହୋଇଛି । ଏଥି ମଧ୍ୟରୁ ୩୧ ହଜାର ୮୭୭ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଅନ୍ୟ ଗୁଡ଼ିକ ନେଗେଟିଭ ରହିଛି । ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ ୧୯,୭୪୬ ଜଣ ଚିକିତ୍ସା ପରେ ଆରୋଗ୍ୟ ହୋଇଛନ୍ତି । ୧୧,୯୧୭ ଜଣ ଚିକିତ୍ସାଧିନ ଥିବା ବେଳେ ୧୭୭ ଜଣଙ୍କର ମୃତ୍ୟୁ ହୋଇଛି ।