ଭାରତରେ ଆଜି ୬୧,୪୦୮/୮୩୬

0
144

ଇଏନ୍‌ଏନ୍ ବ୍ୟୁରୋ, ୨୪/୦୮/୨୦- ସମଗ୍ର ଦେଶରେ କାୟାବିସ୍ତାର କରିବାରେ ଲାଗିଛି କରୋନା ମହାମାରୀ । ଦେଶର ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ ଦିନକୁ ଦିନ ବଢ଼ିବାରେ ଲାଗିଛି କରୋନା ସଂକ୍ରମଣ । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରୁ ୬୧ ହଜାର ୪୦୮ ଜଣ କୋଭିଡ଼ ପଜିଟିଭ ଚିହ୍ନଟ ହୋଇଛନ୍ତି ଏବଂ ୮୩୬ ଜଣଙ୍କର କରୋନା ସଂକ୍ରମିତ ମୃତ୍ୟୁ ହୋଇଛି । ଏଥି ସହ ଦେଶରେ ମୋଟ କରୋନା ପଜିଟିଭ ସଂଖ୍ୟା ୩୧ ଲକ୍ଷ ୬ ହଜାର ୩୪୯ କୁ ବୃଦ୍ଧି ହୋଇଛି ଓ ମୃତ୍ୟୁ ସଂଖ୍ୟା ୫୭ ହଜାର ୫୪୨ ରେ ପହଞ୍ଚିଛି ।
ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୬ ଲକ୍ଷ ୯ ହଜାର ୯୧୭ ଟି ନମୂନା ପରୀକ୍ଷଣ କରାଯାଇଛି । ସେଥିମଧ୍ୟରୁ ୬୧,୪୦୮ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ମହାରାଷ୍ଟ୍ରରେ ସର୍ବାଧିକ ୧୪,୪୯୨ ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ଓ ୨୯୭ ଜଣଙ୍କର ମୃତ୍ୟୁ ହୋଇଛି । ଏହାକୁ ମିଶାଇ ମହାରାଷ୍ଟ୍ରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬ ଲକ୍ଷ ୭୧ ହଜାର ୯୪୨ ରେ ପହଞ୍ଚିଛି ଏବଂ ମୃତ୍ୟୁ ସଂଖ୍ୟା ୨୧,୯୯୫ ହୋଇଛି । ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ ୪ ଲକ୍ଷ ୮୦ ହଜାର ୧୧୪ ଜଣ ଆରୋଗ୍ୟ ହୋଇଛନ୍ତି ଓ ୧ ଲକ୍ଷ ୬୯ ହଜାର ୮୩୩ ଜଣ ଚିକିତ୍ସାଧିନ ଅଛନ୍ତି । ତାମିଲନାଡୁରେ ଗତ ୨୪ ଘଣ୍ଟା ମଧ୍ୟରେ ୫,୯୮୦ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି ଓ ୮୦ ଜଣଙ୍କର ମୃତ୍ୟୁ ହୋଇଛି । ଏଠାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୭୩ ହଜାର ୪୧୦ ରେ ପହଞ୍ଚିଛି ଓ ମୃତ୍ୟୁ ସଂଖ୍ୟା ୬,୪୨୦ ହୋଇଛି । ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ ୩ ଲକ୍ଷ ୧୩ ହଜାର ୨୮୦ ଜଣ ଆରୋଗ୍ୟ ହୋଇଛନ୍ତି ଓ ୫୩,୭୧୦ ଜଣ ଚିକିତ୍ସାଧିନ ଅଛନ୍ତି । ଆନ୍ଧ୍ର ପ୍ରଦେଶରେ ୧୦,୨୭୬ ନୂଆ ପଜିଟିଭ ଓ ୯୭ ଜଣଙ୍କ ମୃତ୍ୟୁ ହୋଇଛି । ଏଥି ସହ ମୋଟ ପଜିଟିଭ ସଂଖ୍ୟା ୩ ଲକ୍ଷ ୪୫ ହଜାର ୨୧୬ ହୋଇଛି ଓ ମୃତ୍ୟୁ ସଂଖ୍ୟା ୩,୧୮୯ ରେ ପହଞ୍ଚିଛି । ଆନ୍ଧ୍ର ପ୍ରଦେଶରେ ମୋଟ ୨ ଲକ୍ଷ ୫୨ ହଜାର ୬୩୮ ଜଣ ଆରୋଗ୍ୟ ହୋଇଥିବା ବେଳେ ୮୯,୩୮୯ ଜଣ ଚିକିତ୍ସାଧିନ ଅଛନ୍ତି ।


ସେହିଭଳି ୨୪ ଘଣ୍ଟା ମଧ୍ୟରେ କର୍ଣ୍ଣାଟକରୁ ୭,୩୩୦ (ମୋଟ ୨,୭୧,୮୭୬) ପଜିଟିଭ, ଉତ୍ତର ପ୍ରଦେଶରୁ ୫,୨୧୪ (୧,୮୨,୪୫୩) ପଜିଟିଭ, ଦିଲ୍ଲୀରୁ ୧,୪୧୨ (୧,୬୦୦୧୬) ପଜିଟିଭ, ପଶ୍ଚିମବଙ୍ଗରୁ ୩,୨୩୨ (୧,୩୫,୫୯୬) ପଜିଟିଭ, ବିହାରରୁ ୨,୧୧୬ (୧,୧୯,୫୨୯) ପଜିଟିଭ, ତେଲଙ୍ଗାନାରୁ ୨,୩୮୪ (୧,୦୪,୨୪୯) ପଜିଟିଭ, ଆସାମରୁ ୧,୫୬୦ (୮୯,୫୬୮) ପଜିଟିଭ, ଗୁଜୁରାଟରୁ ୧,୧୨୨ (୮୫,୫୨୩) ପଜିଟିଭ, ଓଡ଼ିଶାରୁ ୨,୮୧୯ (୭୫,୫୩୭) ପଜିଟିଭ, ରାଜସ୍ଥାନରୁ ୧,୩୧୦ (୬୯,୨୬୪) ପଜିଟିଭ, କେରଳରୁ ୨,୧୭୨ (୫୬,୩୫୪) ପଜିଟିଭ ଓ ହରିୟାଣାରୁ ୧,୧୬୧ (୫୩,୨୯୦) ପଜିଟିଭ ଚିହ୍ନଟ ହୋଇଛନ୍ତି ।


ଗତ ୨୪ ଘଣ୍ଟା ମଧ୍ୟରେ ମୃତ୍ୟୁ ହୋଇଥିବା କରୋନା ସଂକ୍ରମିଙ୍କ ମଧ୍ୟରୁ ମହାରାଷ୍ଟ୍ରରେ ୨୯୭ ଜଣ, ତାମିଲନାଡୁରେ ୮୦ ଜଣ, ଆନ୍ଧ୍ର ପ୍ରଦେଶରେ ୯୭ ଜଣ, କର୍ଣ୍ଣାଟକରେ ୯୩ ଜଣ, ଉତ୍ତର ପ୍ରଦେଶରେ ୭୦ ଜଣ, ଦିଲ୍ଲୀରେ ୧୪ ଜଣ, ପଶ୍ଚିମବଙ୍ଗରେ ୪୮ ଜଣ, ବିହାରରେ ୫ ଜଣ, ତେଲଙ୍ଗାନାରେ ୧୧ ଜଣ, ଆସାମରେ ୭ ଜଣ, ଗୁଜୁରାଟରେ ୧୪ ଜଣ, ଓଡ଼ିଶାରେ ୯ ଜଣ, ରାଜସ୍ଥାନରେ ୧୧ ଜଣ, କେରଳରେ ୧୫ ଜଣ, ହରିୟାଣାରେ ୧୨ ଜଣ, ମଧ୍ୟ ପ୍ରଦେଶରେ ୨୧ ଜଣ ପଞ୍ଜାବରେ ୪୫ ଜଣ, ଜାମ୍ମୁ-କାଶ୍ମୀରରେ ୧୫ ଜଣ, ଝାରଖଣ୍ଡରେ ୧୧ ଜଣ, ଛତିଶଗଡ଼ରେ ୯ ଜଣ, ଉତ୍ତରାଖଣ୍ଡରେ ୩ ଜଣ, ଗୋଆରେ ୫ ଜଣ, ପଡ଼ୁଚେରୀରେ ୮ ଜଣ, ତ୍ରୀପୁରାରେ ୨ଜଣ ମଣିପୁରରେ ୨, ହିମାଚଳ ପ୍ରଦେଶରେ ୪ ଜଣ, ନାଗାଲାଣ୍ଡରେ ଜଣେ, ଲଦାଖରେ ୨ ଜଣ ଓ ମେଘାଳୟରେ ଜଣେ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି ।

ଦେଶରେ ମୋଟ ୩ କୋଟି ୫୯ ଲକ୍ଷ ୨ ହଜାର ୧୩୭ ଟି ନମୂନା ପରୀକ୍ଷଣ ହୋଇଛି । ସେଥିମଧ୍ୟରୁ ୩୧,୦୬,୩୪୮ ଟି ପଜିଟିଭ ଚିହ୍ନଟ ହୋଇଛି । ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ ଗତ ୨୪ ଘଣ୍ଟା ମଧ୍ୟରେ ଦେଶରୁ ୫୭,୪୬୯ ଜଣ ଆରୋଗ୍ୟ ହୋଇଛନ୍ତି । ଏଥି ସହ ମୋଟ ଆରୋଗ୍ୟଙ୍କ ସଂଖ୍ୟା ୨୩,୩୮,୦୩୫ ରେ ପହଞ୍ଚିଛି । ୭,୧୦,୭୭୧ ଜଣ ଚିକିତ୍ସାଧିନ ଥିବା ବେଳେ କରୋନା ସଂକ୍ରମିତ ମୃତ୍ୟୁ ସଂଖ୍ୟା ୫୭,୫୪୨ କୁ ବୃଦ୍ଧି ହୋଇଛି ।

LEAVE A REPLY

Please enter your comment!
Please enter your name here