ଭାରତରେ ୨୪ ଘଣ୍ଟା ମଧ୍ୟରେ ୬୪,୫୩୩ ଆକ୍ରାନ୍ତ ଚିହ୍ନଟ ଓ ୧,୦୦୭ ମୃତ ।

0
142

ଇଏନ୍‌ଏନ୍ ବ୍ୟୁରୋ, ୧୪/୦୮/୨୦- ସମଗ୍ର ଦେଶରେ କାୟାବିସ୍ତାର କରିବାରେ ଲାଗିଛି କରୋନା ମହାମାରୀ । ଦିନକୁ ଦିନ ବଢ଼ିବାରେ ଲାଗିଛି କରୋନା ଆକ୍ରାନ୍ତ ଓ ମୃତ୍ୟୁ ସଂଖ୍ୟା । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୬୪,୫୩୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହି ସମୟ ମଧ୍ୟରେ ୧,୦୦୭ ଜଣଙ୍କର କରୋନା ସଂକ୍ରମିତ ମୃତ୍ୟୁ ହୋଇଛି । ଏଥି ସହ ସମଗ୍ର ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୪ ଲକ୍ଷ ୬୧ ହଜାର ୧୯୦ କୁ ବୃଦ୍ଧି ପାଇଛି । ଏବଂ ମୃତ୍ୟୁ ସଂଖ୍ୟା ୪୮ ହଜାର ୪୦ରେ ପହଞ୍ଚିଛି ।
ଦେଶମଧ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟାରେ ପ୍ରଥମ ୩ଟି ସ୍ଥାନରେ ରହିଛନ୍ତି ମହାରାଷ୍ଟ୍ର, ତାମିଲନାଡ଼ୁ ଓ ଆନ୍ଧ୍ର ପ୍ରଦେଶ । ମହାରାଷ୍ଟ୍ରରେ ସର୍ବାଧିକ ସଂକ୍ରମଣ ଓ ମୃତ୍ୟ ହୋଇଛି । ମହାରାଷ୍ଟ୍ରରେ ୫ ଲକ୍ଷ ୬୦ ହଜାର ୧୨୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ୩ ଲକ୍ଷ ୯୦ ହଜାର ୯୫୮ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ୧ ଲକ୍ଷ ୫୦ ହଜାର ୧୦୫ ଜଣ ଚିକିତ୍ସାଧିନ ଥିବା ବେଳେ ୧୯ ହଜାର୬୩ ଜଣଙ୍କର ମୃତ୍ୟୁ ହୋଇଛି । ତାମିଲନାଡୁରେ ୩ ଲକ୍ଷ ୨୦ ହଜାର ୩୫୫ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ୨ ଲକ୍ଷ ୬୧ ହଜାର ୪୫୯ ଜଣ ଆରୋଗ୍ୟ ହୋଇଥିବା ବେଳେ ୫୩ ହଜାର ୪୯୯ ଜଣ ଚିକିତ୍ସାଧିନ ଅଛନ୍ତି । ଏବଂ ୫ ହଜାର ୩୯୭ ଜଣଙ୍କର ମୃତ୍ୟୂ ହୋଇଛି । ଆନ୍ଧ୍ର ପ୍ରଦେଶରେ ୨ ଲକ୍ଷ ୬୪ ହଜାର ୧୪୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆକ୍ରାନ୍ତଙ୍କ ମଧ୍ୟରୁ ୧ ଲକ୍ଷ ୭୦ ହଜାର ୯୮୪ ଜଣ ସୁସ୍ଥ ହୋଇଥିବା ବେଳେ ୯୦ ହଜାର ୭୮୦ ଜଣ ଚିମିତ୍ସାଧିନ ଅଛନ୍ତି । ୨ ହଜାର ୩୭୮ ଜଣଙ୍କର କରୋନା ସଂକ୍ରମିତ ମୃତ୍ୟୁ ହୋଇଛି । ଗତ ୨୪ ଘଣ୍ଟା ମଧ୍ୟରେ ମହାରାଷ୍ଟ୍ରରେ ୪୧୩ ଜଣ, ତାମିଲନାଡୁରେ ୧୧୯ ଜଣ ଓ ଆନ୍ଧ୍ର ପ୍ରଦେଶରେ ୮୨ ଜଣଙ୍କର କରୋନା ସଂକ୍ରମିତ ମୃତ୍ୟୁ ହୋଇଛି ।


ସେହିଭଳି ୨୪ ଘଣ୍ଟା ମଧ୍ୟରେ କର୍ଣ୍ଣାଟକରେ ୧୦୩ ଜଣ, ପଶ୍ଚିମବଙ୍ଗରେ ୫୬ ଜଣ, ଉତ୍ତରପ୍ରଦେଶରେ ୫୦ ଜଣ, ପଞ୍ଜାବରେ ୩୧ଜଣ, ଗୁଜୁରାଟରେ ୧୮ ଜଣ, ମଧ୍ୟ ପ୍ରଦେଶରେ ୧୭ ଜଣ,ଦିଲ୍ଲୀରେ ୧୪ ଜଣ, ଝାରଖଣ୍ଡରେ ୧୨ ଜଣ, ଜାମ୍ମୁ- କାଶ୍ମୀରରେ ୧୧ ଜଣ, ରାଜସ୍ଥାନରେ ୧୧ ଜଣ ଓ ବିହାରରେ ୧୦ ଜଣଙ୍କର କରୋନା ସଂକ୍ରମିତ ମୃତ୍ୟୁ ହୋଇଛି ।
ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ ଦିଲ୍ଳୀରେ ୧,୪୯,୪୬୦ ଜଣ, ଉତ୍ତର ପ୍ରଦେଶରେ ୧,୪୦,୭୭୫ ଜଣ, ପଶ୍ଚିମବଙ୍ଗରେ ୧,୦୭,୩୨୩ ଜଣ, ବିହାରରେ ୯୪,୧୯୩ ଜଣ, ତେଲଙ୍ଗାନାରେ ୮୮,୩୯୬ ଜଣ, ଗୁଜୁରାଟରେ ୭୫,୪୦୮ ଜଣ, ଆସାମରେ ୭୧,୭୯୫ ଜଣ, ରାଜସ୍ଥାନରେ ୫୭,୬୫୩ ଜଣ, ଓଡ଼ିଶାରେ ୫୨,୬୫୩ ଜଣ, ମଧ୍ୟ ପ୍ରଦେଶରେ ୪୨,୬୧୮ ଜଣ, କେରଳରେ ୩୯,୭୦୮ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।


ଦେଶରେ ଗତକାଲି ରେକର୍ଡ଼ ୮ ଲକ୍ଷ ୪୮ ହଜାର ୭୨୮ ଟି ନମୂନା ପରୀକ୍ଷଣ କରାଯାଇଛି । ଏଥି ସହ ମୋଟ ନମୂନା ପରୀକ୍ଷଣ ସଂଖ୍ୟା ୨ କୋଟ ୭୬ ଲକ୍ଷ ୯୪ ହଜାର ୪୧୬ ରେ ପହଞ୍ଚିଛି । ସେଥିମଧ୍ୟରୁ ୨୪,୬୧,୧୯୦ ଟି ପଜିଟିଭ ଚିହ୍ନଟ ହୋଇଛି । ମୋଟ ପଜିଟିଭଙ୍କ ମଧ୍ୟରୁ ୧୭,୫୧,୫୫୫ ଜଣ ଆରୋଗ୍ୟ ହୋଇଥିବା ବେଳେ ୬,୬୧,୫୯୫ ଜଣ ଚିକିତ୍ସାଧିନ ଅଛନ୍ତି । ଏବଂ ୪୮,୦୪୦ ଜଣଙ୍କର ମୃତ୍ୟୁ ହୋଇଛି ।

LEAVE A REPLY

Please enter your comment!
Please enter your name here