ଭାରତରତ୍ନ ରାଜୀବ ଗାନ୍ଧୀ (୧୯୪୪-୧୯୯୧) …..

0
191

ଇଏନ୍‌ଏନ୍ ବ୍ୟୁରୋ, ୨୦/୦୮/୨୦- ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀ ୨୦ ଅଗଷ୍ଟ ୧୯୪୪ ରେ, ଫିରୋଜ ଇନ୍ଦିରା ଗାନ୍ଧୀ ଙ୍କ ପ୍ରଥମ ସନ୍ତାନାଭାବେ ବମ୍ବେ ଠାରେ ଜନ୍ମ ଗ୍ରହଣ କରିଥିଲେ । ରାଜୀବ ଓ ସାନଭାଇ ସଂଜୟଙ୍କ ବାଲ୍ୟ ଶିକ୍ଷା ୧୯୫୧ରେ ଶିବ ନିକେତନ ବିଦ୍ୟାଳୟରେ ଆରମ୍ଭ ହୋଇଥିଲା । ଶୌଶବରେ ସେ ଅତି ଲାଜୁଆ ସ୍ୱଭାବର ଥିଲେ । ଚିତ୍ରାଙ୍କନରେ ତାଙ୍କର ରୁଚି ରହିଥିଲା । ୧୯୫୪ ରେ ଦେହରାଦୂନ ଅନ୍ତର୍ଗତ ୱେଲ୍‌ହାମ ବୟଜ ସ୍ୱୁଲ ଏବଂ ତା ପରେ ଦୂନ ସ୍କୁଲରେ ପାଠ ପଢ଼ିଥିଲେ । ୧୯୬୧ ରେ ସେ ଉଚ୍ଚ ଶିକ୍ଷା ପାଇଁ ଲଣ୍ଡନ ଯାଇଥିଲେ । ୧୯୬୨-୬୫ ସେ କେମ୍ବ୍ରିଜ ଅନ୍ତର୍ଗତ ଟ୍ରିନିଟି କଲେଜରେ ଇଂଜିନିୟରଂରେ ନାମ ଲେଖାଇଥିଲେ କିନ୍ତୁ ପାଠ ସମାପ୍ତ କରି ପାରିନଥିଲେ । ୧୯୬୬ରେ ଲଣ୍ଡନର ଇଂପେରିଆଲ କଲେଜରେ ମୋକାଳିକାଲ ଇଂଜିନିୟରଂରେ ନାମ ଲେଖାଇଥିଲେ । ସେଠାରୁ ମଧ୍ୟ ସେ ଅଧାରୁ ପାଠ ଛାଡ଼ି ଦେଇଥିଲେ । ୧୯୬୬ରେ ଇନ୍ଧୀରା ଗାନ୍ଧୀ ପଧାନମନ୍ତ୍ରୀ ହେବାପରେ ସେ ଭାରତ ଫେରିଆସି ଥିଲେ । ଦିଲ୍ଳୀର ଫ୍ଲାଇଂ କ୍ଲବର ସଦସ୍ୟ ବନିଥିଲେ । ଆବଶ୍ୟକୀୟ ତାଲିମ ନେଇ ୧୯୭୦ରେ ଏୟାର ଇଣ୍ଡିଆରେ ବୈମାନିକ ଭାବେ ଯୋଗଦେଇଥିଲେ ।

 ଲଣ୍ଡନରେ ତାଙ୍କର ଆଣ୍ଟୋନିୟା ମାଇନୋଙ୍କ ସହ ଦେଖା ହୋଇଥିଲା ଏବଂ ତାଙ୍କୁ ରାଜୀବ ୧୯୬୮ ରେ ବିବାହ କରିଥିଲେ । ବିବାହ ପରେ ଆଣ୍ଟୋନିୟାଙ୍କ ନାମ ବଦଳାଇ ସୋନିଆ ଗାନ୍ଧୀ ରଖାଯାଇଥିଲା । ରାଜନୀତିକୁ ଆସିବା ପୂର୍ବରୁ ରାଜୀବଙ୍କ ର ରାଜନୀତିରେ କୌଣସି ଆଗ୍ରହ ନଥିଲା । ଇନ୍ଧିରା ଗାନ୍ଧୀ ପ୍ରଧାନମନ୍ତ୍ରୀ ଥିବା ସମୟରେ ହୋଇଥିବା ଜରୁରିକଳୀନ ପରିସ୍ଥିତିରେ ସେ ଜଣେ ଅଣ ରାଜନୈତିକ ବ୍ୟକ୍ତି ଭାବେ ଗଣା ଯାଉଥିଲା । ତାଙ୍କର ରାଜନୀତିକୁ ପ୍ରବେଶ ଆକସ୍ମିକ ଥିଲା ଓ ଅନ୍ତ ମଧ୍ୟ ଆକସ୍ମିକ ଭାବେ ହୋଇଥିଲା । ରାଜୀବ ଲଣ୍ଡନରେ ଥିବା ସମୟରେ ୨୩ ଜୁନ ୧୯୮୦ ରେ ଏକ ବିମାନ ଦୁର୍ଘଟଣାରେ ସାନଭାଇ ସଂଞ୍ଜୟଙ୍କର ମୃତ୍ୟୁ ହୋଇଥିଲା । ସେ ଲଣ୍ଡନରୁ ଫେରି ଭାଇଙ୍କର ଅନ୍ତିମ ସଂସ୍ଖାରରେ ଯୋଗ ଦେଇଥିଲେ । ଏହି ସମୟରେ ବଦରୀନାଥରୁ ଆସିଥିବା ସାଧୁ ଶଙ୍କରାଚାର୍ଯ୍ୟ ସ୍ୱାମୀ ସ୍ୱରୁପାନନ୍ଦ ଙ୍କ ସହିତ ଭେଟ ହୋଇଥିଲା । ସ୍ୱରୁପାନନ୍ଦ ରାଜୀବଙ୍କୁ ରାଜନୀତିରେ ପ୍ରବେଶ କରି ଦେଶ ସେବା କରିବା ପାଇଁ ପରାମର୍ଶ ଦେଇଥିଲେ । ଏଥିରେ ତାଙ୍କ ମା ଇନ୍ଧିରାଙ୍କ ସମର୍ଥ ମଧ୍ୟ ମିଳିଥିଲା । ତେଣୁ ସେ ବାଧ୍ୟ ହୋଇ ରାଜନୀତିରେ ପ୍ରବେଶ କରିଥିଲେ ।

 ରାଜୀବ ୩୧ ଅକ୍ଟୋବର ୧୯୮୪ ରୁ ୨ ଡ଼ିସେମ୍ବର ୧୯୮୯ ପର୍ଯ୍ୟନ୍ତ ଦେଶରେ ପ୍ରଧାନମନ୍ତ୍ରୀ ହୋଇଥିଲେ । ଏହି ସମୟରେ ୧୯୮୮ ରେ ଚୀନ ଯାତ୍ରା ତାଙ୍କର ଐତିହାସିକ ପଦକ୍ଷେପ ରହିଥିଲା । ଦେଶରେ ଆଇଟି କ୍ରାନ୍ତିର ମୂଳଦୁଆ ପକାଇଥିଲେ ରାଜୀବ ।  ଦେଶର ଅର୍ଥ ବ୍ୟବସ୍ଥା କୁ ସୁଦୃଢ଼ କରିବା ପାଇଁ ନିବେଶକଙ୍କୁ ସୁଯୋଗ ଦେଇଥିଲେ । ଦେଶର ପଞ୍ଚାୟତିରାଜ ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ ପଦକ୍ଷେପ ନେଇଥିଲେ । ମତଦାନ ପାଇଁ ବୟସ ସୀମାକୁ ୨୧ ରୁ ୧୮ କରିଥିଲେ । ଯେଉଁଥି ପାଇଁ ସେ ସର୍ବଦା ମନେ ରହିବେ । ୧୯୯୧ ମସିହା ନିର୍ବାଚନ ପ୍ରଚାର ସମୟରେ ୨୧ ମେ ରେ ଆତ୍ମଘାତି ବୋମାବିସ୍ପୋରଣରେ ତାଙ୍କର ମୃତ୍ୟୁ ହୋଇଥିଲା। ୧୯୯୧ ତାଙ୍କୁ ଭାରତରତ୍ନ ପ୍ରଦାନ କରାଯାଇଥିଲା।

                ରାଜୀବ ଗାନ୍ଧୀଙ୍କ ୭୬ ତମ ଜନ୍ମ ବାର୍ଷିକୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ସାଂସଦ ରାହୁଲ ଗାନ୍ଧୀ ପ୍ରମୁଖ ଶ୍ରଦ୍ଧାଞ୍ଜଳୀ ଜଣାଇଛନ୍ତି । ରାହୁଲ ଭାବ ବିଭୋଳ ହୋଇ ତାଙ୍କ ଟ୍ୱିଟ ରେ ଲେଖିଛନ୍ତି ଯେ, ତାଙ୍କ ସମୟରେ ସେ ଜଣେ ଆଗୁଆ ଚିନ୍ତାଧାରାର ବ୍ୟକ୍ତିତ୍ୱ ଥିଲେ । ସେ ଜଣେ ଦୟାଳୁ ଏବଂ ସ୍ନେହି ବ୍ୟକ୍ତି । ତାଙ୍କୁ ପିତା ଭାବେ ପାଇ ମୁଁ ନିଜକୁ ଭାଗ୍ୟବାନ ମନେ କରେ । ଆମେ ତମକୁ ଆଜି ଆଉ ପ୍ରତିଦିନ ମନେ ପକାଉ ବୋଲି ଲେଖିଛନ୍ତି ।

LEAVE A REPLY

Please enter your comment!
Please enter your name here