ବିଶାଳ ଗହ୍ୱର ଠାବ

0
209

ଇଏନ୍‌ଏନ୍ ବ୍ୟୁରୋ, ୦୭/୦୯/୨୦- ସାଇବେରୀୟ ତୁନ୍ଦ୍ରା ଅଞ୍ଚଳରେ ଏକ ବିଶାଳ ଗହ୍ୱର ଠାବ କରାଯାଇଛି । ଏହାର ଗଭୀରତା ପ୍ରାୟ ୩୦ ମିଟର ହୋଇଥିବା ବେଳେ ପ୍ରସ୍ଥ ପ୍ରାୟ ୨୦ ମିଟର । ଏହାର ଆକାରକୁ ବିଚାର କଲେ ପ୍ରଚଣ୍ଡ ବିସ୍ପୋରଣ ଯୋଗୁଁ ଏଭଳି ସୃଷ୍ଟି ହୋଇଥିବାର ଅନୁମାନ କରାଯାଉଛି । ୨୦୧୩ ମସିହାରୁ ସମ୍ପୃକ୍ତ ଅଞ୍ଚଳରେ ଏଭଳି ଗହ୍ୱର ଠାବ କରାଯିବା ଏହା ନବମ ଘଟଣା । ସାଇବେରିଆର ଉତ୍ତର-ପଶ୍ଚିମ ୟାମାଲ ଉପଦ୍ୱୀପ ଅଞ୍ଚଳର ଏକ ତୈଳ ଓ ଗ୍ୟାସ କ୍ଷେତ୍ରାଞ୍ଚଳରେ ପ୍ରଥମେ ଯେତେବେଳେ ଏଭଳି ଗହ୍ୱର ଠାବ କରାଯାଇଥିଲା ତାକୁ ନେଇ ଚର୍ଚ୍ଚା ଲାଗି ରହିଛି । କୌଣସି ଉଲ୍‌କା ପିଣ୍ଡର ପ୍ରଭାବ, ୟୁଏଫଓ ଲ୍ୟାଣ୍ଡଂ କିମ୍ବା ଗୋପନ ଅଣ୍ଡରଗ୍ରାଉଣ୍ଡ ସାମରିକ ଅସ୍ତ୍ରାଗାରରେ ବିସ୍ପୋରଣ ଯୋଗୁ ଏଭଳି ଗହ୍ୱର ହୋଇଥିବା ନେଇ ଚର୍ଚ୍ଚା ଲାଗି ରହିଛି । କିନ୍ତୁ ବିଶେଷଜ୍ଞଙ୍କ କହିବା ଅନୁଯାୟୀ ବିପୁଳ ପରିମାଣର ମିଥେନ ଗ୍ୟାସ୍ ଗଚ୍ଛିତ ରହିବା ପରେ ତାହା ବିସ୍ପୋରଣ ହୋଇ ଏଭଳି ଗହ୍ୱର ସୃଷ୍ଟି ହୋଇଛି । ଏହାର ପ୍ରଭାବରେ ସମ୍ପୃକ୍ତ ଅଞ୍ଚଳର ପରିବେଶ ଅଧିକ ଉତ୍ତପ୍ତ ରହିବ । କିନ୍ତୁ ଅନେକ ବିଶେଷଜ୍ଞ ଏଭଳି ଗହ୍ୱର ସୃଷ୍ଟି ହେବାର କାରଣ ସମ୍ପର୍କରେ କୌଣସି ଠୋସ୍ ତଥ୍ୟ ପ୍ରଦାନ କରିପାରି ନାହାଁନ୍ତି ।

LEAVE A REPLY

Please enter your comment!
Please enter your name here