ଅଟଳ ଇନକ୍ୟୁବେଶନ ସେଣ୍ଟର ପକ୍ଷରୁ ବିଜ୍‌ନେସ୍ ପ୍ଲାନ୍ ପ୍ରତିଯୋଗୀତା ବିଚାର-୧.୦ର ଗ୍ରାଣ୍ଡ ଫିନାଲେ ଅନୁଷ୍ଠିତ ।

0
380

ଇଏନ୍‌ଏନ୍ ବ୍ୟୁରୋ, ୨୪/୦୮/୨୦- ଭୁବନେଶ୍ୱରସ୍ଥିତ ଅଟଳ ଇନକ୍ୟୁବେଶନ୍ ସେଣ୍ଟର-ନାଳନ୍ଦା ଇନଷ୍ଟିଚ୍ୟୁଟ ଅଫ୍ ଟେକ୍ନୋଲୋଜି ଫାଉଣ୍ଡେଶନ, ଓଡ଼ିଶାର ପ୍ରଥମ ଅଟଳ ଇନକ୍ୟୁବେଶନ୍ ସେଣ୍ଟର । ଏହା ଭାରତ ସରକାରଙ୍କ ନୀତି ଆୟୋଗର ଅଟଳ ଇନୋଭେଶନ ମିଶନ ଦ୍ୱାରା ପରିଚାଳିତ ହେଉଛି । ଅଟଳ ଇନକ୍ୟୁବେଶନ୍ ସେଣ୍ଟର -ନାଳନ୍ଦାରେ ଆବଶ୍ୟକ କୋ-ୱାର୍କିଂ ସ୍ପେଶ୍‌, ଲ୍ୟାବ ସୁବିଧା, ସ୍ୱତନ୍ତ୍ର ସୁବିଧା ସୁଯୋଗ, ଉପଯୁକ୍ତ ପରାମର୍ଶ ସୁବିଧା, ବ୍ୟାପକ ଶିଳ୍ପ ଏବଂ ନିବେଶ ସୁଯୋଗ ସହିତ ଆଇନଗତ ଆକାଉଙ୍ଗି ସେବା ଉପଲବ୍ଧ କରାଇଥାଏ । ଦେଶର ଯୁବବର୍ଗଙ୍କ ମଧ୍ୟରେ ଇନୋଭେଶନ୍ ଏବଂ ଉଦ୍ୟୋଗୀକ ଉତ୍ସାହ ବୃଦ୍ଧି କରାଇବା ଏହାର ମୁଖ୍ୟ ଲକ୍ଷ୍ୟ ।
ଅଟଳ ଇନକ୍ୟୁବେଶନ୍ ସେଣ୍ଟର-ନାଳନ୍ଦା ପକ୍ଷରୁ ୨୦୨୦ ଜୁଲାଇରେ ବିଜ୍‌ନେଶ୍ ପ୍ଲାନ ପ୍ରତିଯୋଗୀତା ବିଚାର-୧.୦ ଅନୁଷ୍ଠିତ ହୋଇଥିଲା । ଏଥିରେ ଷ୍ଟାର୍ଟଅପ୍ ଉଦ୍ୟୋଗୀ, ଇନୋଭେଟର ଏବଂ ଶିକ୍ଷାର୍ଥୀମାନେ ସେମାନଙ୍କର ବିଜ୍‌ନେସ୍ ପ୍ଲାନ୍ ଉପସ୍ଥାପନ କରିଥିଲେ । ୧ ଲକ୍ଷ ଟଙ୍କାର ନଗଦ ପୁରସ୍କାର ଶ୍ରେଷ୍ଠ ବିଚାରଧାରା ଉପସ୍ଥାପନ କରିଥିବା ପ୍ରତିଯୋଗୀଙ୍କୁ ପ୍ରଦାନ କରାଯାଇଥିଲା । ଜାତୀୟସ୍ତରରେ ୧୭୫ ଜଣ ପ୍ରତିଯୋଗୀ ବିଭିନ୍ନ କ୍ଷେତ୍ରରୁ ବିଚାରରେ ଅଂଶଗ୍ରହଣ କରିଥିଲେ । ଷ୍ଟାର୍ଟଅପ୍ ଓଡ଼ିଶାରେ ଭୁବନେଶ୍ୱର ନାଳନ୍ଦା ଇନଷ୍ଟିଚ୍ୟୁଟ ଅଫ୍ ଟେକ୍ନୋଲୋଜି ଏବଂ ଟିଆଇଇ ମିଳିତ ଭାବେ ସହାୟତା ପ୍ରଦାନ କରାଯାଇଥିଲା । ଅଟଳ ଇନକ୍ୟୁବେଶନ୍ ସେଂଟର-ନାଳନ୍ଦା ପକ୍ଷରୁ ଆବେଦନଗୁଡ଼ିକୁ ବଚାରକ ମଣ୍ଡଳୀଙ୍କ ଦ୍ୱାରା ଯାଞ୍ଚ କରାଯାଇ ଶ୍ରେଷ୍ଠ ୩ ଉଦ୍ୟୋଗୀଙ୍କୁ ସର୍ଟଲିଷ୍ଟ୍ କରାଯାଇଥିଲା । ସେମାନଙ୍କୁ ସ୍ୱାନ୍ତନାମୂଳକ ପୁରସ୍କାର ଏବଂ ସ୍ୱତନ୍ତ୍ର ପୁରସ୍କାର ପ୍ରଦାନ କରାଯାଇଥିଲା । ୨୦୨୦ ଅଗଷ୍ଟ ୨୩ରେ ଭଚ୍ୟୁଆଲ୍ ମୋଡ୍ ସିଡ୍ୟୁଲ୍‌ରେ ଆୟୋଜିତ ଗ୍ରାଣ୍ଡ ଫାଇନାଲ୍‌ରେ ବିଚାର ଆବେଦନକାରୀଙ୍କୁ ପରିଚିତି ପ୍ରଦାନ ସହିତ ପୁରସ୍କାର ପ୍ରଦାନ କରାଯାଇଛି ।
ପ୍ରତିଯୋଗିତାରେ ଓଡ଼ିଶାର ନୋଭୋଲ୍ୟୁଶନ ଫୁଡ୍ ଆଣ୍ଡ୍ ବେଭ୍ରେଜ୍ ପ୍ରା.ଲିଃ.କୁ ୫୧,୦୦୦ ଟଙ୍କାର ପୁରସ୍କାର ପ୍ରଦାନ କରାଯାଇଥିଲା । ସେହିପରି ରନର୍ସ ଅପ୍ ପୁରସ୍କାର ଇଲେକ୍ଟ୍ରିକ ଭେହିକିଲ୍ କ୍ଷେତ୍ରରେ ଅଗ୍ରଣୀ ଥିବା ଓଡ଼ିଶାର ନେକ୍ସ୍‌ସ୍ ପାୱାରକୁ ପ୍ରଦାନ କରାଯାଇଥିଲା । ସେହିପରି ପଶ୍ଚିମବଙ୍ଗର ଏଗିପାନ୍ ଆନିମଲ ବାୟୋକେୟାରକୁ ଦ୍ୱିତୀୟ ରନର୍ସ ଅପ୍ ପୁରସ୍କାର ପ୍ରଦାନ କରାଯାଇଛି । ଏହା ସହିତ ଇନ୍ଦୋରର ମମ୍‌ସ୍କାର୍ଟ, କାନପୁରର ହାଇବ୍ରିଡ୍ ଟ୍ରେଡ୍ ମିଲ୍ ଇଲେକ୍ଟ୍ରିକ୍ ସ୍କୁଟର ଏବଂ ଭୁବନେଶ୍ୱର ପ୍ରୋଟ୍ରାନି ସ୍କିଲ୍ଡ୍ ଲର୍ଣ୍ଣିଂ ଆଦି ୩ଟି ଟିମ୍‌କୁ ୫୦୦୦ଟଙ୍କାର ସ୍ୱାନ୍ତନାମୂଳକ ପୁରସ୍କାର ପ୍ରଦାନ କରାଯାଇଛି । ଦୁର୍ଗାପୁରର ପ୍ରିକ୍‌ଲେସ୍ ଏବଂ ଲକ୍ଷ୍ନୌର ଆଲୋସେଲ୍ ଆଦି ୨ଟି ଟିମ୍‌କୁ ୨୫୦୦ଟଙ୍କାର ସ୍ୱତନ୍ତ୍ର ପୁରସ୍କାର ପ୍ରଦାନ କରାଯାଇଛି ।


ଓଡ଼ିଶା ସରକାରଙ୍କ ଏମ୍‌ଏସ୍‌ଏମ୍‌ଇ ବିଭାଗ ମୁଖ୍ୟ ସଚିବ ଆଇଏଏସ୍ ସତ୍ୟବ୍ରତ ସାହୁ ମୁଖ୍ୟ ଅତିଥିଭାବେ ଯୋଗଦେଇ ରାଜ୍ୟର ବିଭିନ୍ନ ଇନୋଭେଟିଭ୍ ଉଦ୍ୟାଗୀଙ୍କ ସମ୍ପର୍କରେ ଅବଗତ କରାଇଥିଲେ । ବିଶ୍ୱସ୍ତରରେ ସେମାନେ କିଭଳି ସଫଳ ରହିଛନ୍ତି ତାହା ଉପରେ ସେ ଆଲୋକପାତ କରିଥିଲେ ।
ଏହି ଅବସରରେ ନୀତି ଆୟୋଗ ମିଶନ ନିର୍ଦ୍ଦେଶକ ଡ. ରାମନନ୍ ରାମନାଥନ୍ ସମ୍ମାନୀୟ ଅତିଥିଭାବେ ଯୋଗଦେଇ ରାଜ୍ୟର ଦକ୍ଷତା ଏବଂ ଲୁକ୍କାୟୀତ ରହିଥିବା ବହୁ ସମ୍ମାବନା ଉପରେ ସୂଚନା ଦେଇଥିଲେ । ରାଜ୍ୟ ତଥା କେନ୍ଦ୍ର ସରକାରଙ୍କ ମିଳିତ ଉଦ୍ୟମ ଦ୍ୱାରା ଏହାର ବିକାଶ ସମ୍ଭବ ବୋଲି ସେ କହିଥିଲେ । ଏହା ସହିତ ଅଟଳ ଇନକ୍ୟୁବେଶନ ସେଣ୍ଟର ଏବଂ ଅଟଳ ଲ୍ୟାବ୍ ଇନୋଭେଶନ ତଥା ଉଦ୍ୟୋଗୀକ ବିକାଶ ପାଇଁ କିଭଳି ଗୁରୁତ୍ୱପୂର୍ଣ୍ଣ ତାହା ସେ ଅବଗତ କରାଇଥିଲେ ।


ଏହି ଅବସରରେ ନାଲକୋର ପୂର୍ବତନ ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ଡ. ତପନ କୁମାର ଚାନ୍ଦ୍ ସମ୍ମାନୀୟ ବକ୍ତା ଭାବେ ଯୋଗଦେଇ ରାଜ୍ୟର ଶିଳ୍ପ ବିକାଶ ପାଇଁ ଆବଶ୍ୟକ ଗୁରୁତ୍ୱପୂର୍ଣ୍ଣ ଦିଗ ଉପରେ ଆଲୋକପାତ କରିଥିଲେ । ରାଜ୍ୟରେ ଉଦ୍ୟୋଗୀକ କ୍ଷେତ୍ର ପ୍ରସ୍ତୁତି ଉପରେ ସେ ଗୁରୁତ୍ୱାରୋପ କରିଥିଲେ । ଏହି ଅବସରରେ ନାଲକୋ ଏଚ୍‌ଆର୍ ନିର୍ଦ୍ଦେଶକ ରାଧେଶ୍ୟାମ ମହାପାତ୍ର, ଆର୍‌ଆଇଏନ୍‌ଏଲ୍ ପର୍ସେନୋଲ୍ ନିର୍ଦ୍ଦେଶକ କେ.ସି. ଦାସ ବକ୍ତା ଭାବେ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଏଆଇସି-ଏନ୍‌ଆଇଟିଏଫ୍ ଅଧ୍ୟକ୍ଷ ମଳୟ କୁମାର ପାଢ଼ୀ, ଏଆଇସି-ଏନ୍‌ଆଇଟିଏଫ୍ ଗଭର୍ଣ୍ଣିଂ କାଉନସିଲ୍ ସଦସ୍ୟ ସେକ୍ରେଟାରୀ ଏବଂ ନିର୍ଦ୍ଦେଶକ ଧର୍ମେନ୍ଦ୍ର କୁମାର ଶ୍ରୀବାସ୍ତବ ଏବଂ ଭାରତ ସରକାରଙ୍କ ନୀତି ଆୟୋଗ ଅଟଳ ଇନୋଭେଶନ୍ ମିଶନ(ଏଆଇଏମ୍‌) ପ୍ରୋଗ୍ରାମ୍ ନିର୍ଦ୍ଦେଶକ ଇଶିତା ଅଗ୍ରୱାଲ ପ୍ରମୁଖ ଅତିଥି ଭାବେ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here