ଚନ୍ଦ୍ର କକ୍ଷରେ ବର୍ଷେ ପୂରଣ କଲା ଚନ୍ଦ୍ରଯାନ-୨

0
179

ଇଏନ୍‌ଏନ୍ ବ୍ୟୁରୋ, ୨୧/୦୮/୨୦- ଭାରତର ଦ୍ୱିତୀୟ ଚନ୍ଦ୍ର ଅଭିଯାନ ‘ଚନ୍ଦ୍ରାୟନ-୨’ ଚନ୍ଦ୍ର କକ୍ଷରେ ୧ ବର୍ଷ ପୂରଣ କରିଛି । ଏଥିରେ ଖଞ୍ଜାଯାଇଥିବା ସମସ୍ତ ଯନ୍ତ୍ରପାତି ଠିକ୍ ଏବଂ ଭଲ ଭାବେ କାର୍ଯ୍ୟ କରୁଥିବା ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ (ଇସ୍ରୋ) ପକ୍ଷରୁ କୁହାଯାଇଛି । ଚନ୍ଦ୍ରଯାନ-୨ରେ ପର୍ଯ୍ୟାପ୍ତ ପରିମାଣର ଇନ୍ଧନ ମହଜୁଦ ରହିଛି । ଯାହା ଆଗାମି ୭ ବର୍ଷ ପାଇଁ କାର୍ଯ୍ୟ କରିପାରିବ ବୋଲି ଇସ୍ରୋ ସୂଚନା ଦେଇଛି । ୨୦୧୯ ଜୁଲାଇ ୨୨ରେ ଚନ୍ଦ୍ରଯାନ-୨ ର ଉତ୍‌କ୍ଷେପଣ କରାଯାଇଥିଲା । ଅଗଷ୍ଟ ୨୦ ତାରିଖ ଦିନ ଏହା ଚନ୍ଦ୍ରର କକ୍ଷପଥରେ ପହଞ୍ଚିଥିଲା । ଇସ୍ରୋ କହିଛି ଯେ ଯଦିଓ ଲ୍ୟାଣ୍ଡର ‘ବିକ୍ରମ’ ଚନ୍ଦ୍ରର ଦକ୍ଷିଣ ପୃଷ୍ଠରେ ସଫ୍ଟ ଲ୍ୟାଣ୍ଡିଙ୍ଗ କରିବାରେ ବିଫଳ ହୋଇଥିଲା, କିନ୍ତୁ ଅର୍ବିଟର ସଫଳତାର ସହ ଚନ୍ଦ୍ର କକ୍ଷରେ ସ୍ଥାନିତ ହୋଇଥିଲା । ଏଥିରେ ୮ ଟି ବୈଜ୍ଞାନିକ ଉପକରଣ ଖଞ୍ଜାଯାଇଥିଲା । ଯାହା ଠିକ୍ ଭାବରେ କାର୍ଯ୍ୟ କରୁଛି । ଏକ ବର୍ଷ ମଧ୍ୟରେ ଅର୍ବିଟର ଚନ୍ଦ୍ର ଚାରିପାଖରେ ୪,୪୦୦ ଅର୍ବିଟ୍ ଠାରୁ ଏହା ଅଧିକ କାର୍ଯ୍ୟ କରି ସାରିଲାଣି ।

ଭାରତର ଚନ୍ଦ୍ରାୟନ-୨ ଅଭିଯାନ, ଚନ୍ଦ୍ରପୃଷ୍ଠରେ ରୋଭର ବିକ୍ରମ କୁ ସଫ୍ଟ ଲ୍ୟାଣ୍ଡ କରାଇବା ପ୍ରଥମ ପ୍ରୟାସ ଥିଲା । କିନ୍ତୁ ବିକ୍ରମ ଚନ୍ଦ୍ର ପୃଷ୍ଠରେ ହାର୍ଡ଼ ଲ୍ୟାଣ୍ଡିଙ୍ଗ କରିଥିଲା । ଅର୍ବିଟରେ ଲାଗିଥିବା ଶକ୍ତିଶାଳି କ୍ୟାମେରା ଠିକ୍ ଭାବରେ କାର୍ଯ୍ୟକରୁଛି । ଏହା ଚନ୍ଦ୍ରର ବାହ୍ୟ ବାତାବରଣ ସଂମ୍ପର୍କରେ ତଥ୍ୟ ପ୍ରଦାନ କରୁଛି । ଯାହା ସ୍ପେଶ ସାଇନ୍ସ ଡ଼ାଟା ସେଣ୍ଟର (ଆଇଏସଏସଡ଼ିସି) ରେ ପହଞ୍ଚୁଛି ଏବଂ ସେଠାରେ ଏହି ତଥ୍ୟକୁ ବିଶ୍ଳେଷଣ କରାଯାଉଥିବା ସୂଚନା ଦେଇଛି ଇସ୍ରୋ ।

LEAVE A REPLY

Please enter your comment!
Please enter your name here