କରୋନା ପ୍ରଭାବ- ଆର୍‌ବିଆଇର ଆକଳନ, ବଢ଼ିବ ଏନ୍‌ପିଏ ।

0
927

ଇଏନ୍‌ଏନ୍ ବ୍ୟୁରୋ, ୨୫/୦୭/୨୦୨୦- ଭାରତୀୟ ବ୍ୟାଙ୍କିଙ୍ଗ ବ୍ୟବସ୍ଥା ନିରାପଦ ଏବଂ ଭଲ ସ୍ଥିତିରେ ଅଛି କିନ୍ତୁ ମୋଟ ଅନାଦାୟ ଋଣ ପରିସମ୍ପତ୍ତି (ଜିଏନ୍‌ପିଏ) ବହୁ ମାତ୍ରାରେ ବଢ଼ିଯାଇପାରେ । ୨୦୨୧ ମାର୍ଚ୍ଚ ସୁଦ୍ଧା ଏହା ୮.୫% ରୁ ୧୨.୫% କୁ ସମ୍ପ୍ରସାରିତ ହୋଇପାରେ ବୋଲି ପୂର୍ବାନୁମାନ କରିଛି ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ) । ଅତି ଖରାପ ସ୍ଥିତିରେ ଜିଏନ୍‌ପିଏ ଅନୁପାତ ୧୪.୭% କୁ ବଢ଼ିପାରେ ବୋଲି ଆର୍‌ବିଆଇ ଏହାର ଦ୍ୱିବାର୍ଷିକ ଆର୍ଥୀକ ସ୍ଥିରତା ରିପୋର୍ଟ (ଏଫ୍‌ଏସ୍‌ଆର୍‌)ରେ ଉଲ୍ଲେଖ କରିଛି । ତେବେ କୌଣସି ପ୍ରକାର ପ୍ରତିକୂଳ ପରିସ୍ଥିତିକୁ ସାମ୍ନା କରିବା ପାଇଁ ବ୍ୟାଙ୍କଗୁଡ଼ିକ ଯଥେଷ୍ଟ ମାତ୍ରାରେ ସକ୍ଷମ ଅଛନ୍ତି ବୋଲି ସର୍ବୋଚ୍ଚ ବ୍ୟାଙ୍କ ପ୍ରକାଶ କରିଛି । କୋଭିଡ଼-୧୯ ମହାମାରୀ ମଧ୍ୟରେ ବ୍ୟାଙ୍କ ଏବଂ ଅନ୍ୟ ଆର୍ଥୀକ ପ୍ରତିଷ୍ଠାନଗୁଡ଼ିକ ଆଗରେ ଥିବା ରିସ୍କ ଏଫ୍‌ଏସ୍‌ଆର୍ ରେ ଉଲ୍ଲେଖ କରାଯାଇଛି । ମାର୍ଚ୍ଚ ପର୍ଯ୍ୟନ୍ତ ଆର୍ଥୀକ ତଥ୍ୟ ଏଥିରେ ସାମିଲ କରାଯାଇଛି । ସମସ୍ତ ନିୟାମକମାନଙ୍କ ସହଯୋଗରେ ଏହି ରିପୋର୍ଟ ପ୍ରସ୍ତୁତ କରାଯାଇଥିାଏ । ଆର୍‌ବିଆଇ ଗଭର୍ଣ୍ଣରଙ୍କ ମଞ୍ଜୁରି ପରେଏହା ଉନ୍ମୋଚନ କରାଯାଏ । ଆର୍‌ବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ କହିଛନ୍ତି ଯେ, କୋଭିଡ଼-୧୯ ର ସଂକ୍ରମଣ ଏବଂ ଏହାର ଭୟାବହତା ସର୍ବୋଚ୍ଚ ରହିଛି । ଏଥି ପାଇଁ ସୃଷ୍ଟି ହୋଇଥିବା ଅସ୍ଥିରତା ଇତିହାସରେ କେବେ ଦେଖିବାକୁ ମିଳି ନଥିଲା । ଭାରତୀୟ ଅର୍ଥବ୍ୟବସ୍ଥା ସଙ୍କଟଜନକ ପରିସ୍ଥିତ ସାମ୍ନା କରୁଥିବା ସମୟରେ ଏହି ବିପଦ ମାଡ଼ି ଆସିଛି । ଅଭିବୃଦ୍ଧି ପୂର୍ବରୁ ହିଁ ଧୀମା ଥିଲା । କରୋନା ପରିସ୍ଥିତିକୁ ଆହୁରି ଖରାପ କରି ଦେଇଛି । ତେବେ ସୁଧାର ଦେଖିବାକୁ ମିଳିଲାଣି ବୋଲି ଆର୍‌ବିଆଇ ଗଭର୍ଣ୍ଣର ପ୍ରକାଶ କରିଛନ୍ତି ।

LEAVE A REPLY

Please enter your comment!
Please enter your name here