ଓଡ଼ିଶାରେ ଆକ୍ରାନ୍ତଙ୍କ ସଂଖ୍ୟା ୮୦ ହଜାର ପାର । ୨୪ ଘଣ୍ଟମଧ୍ୟରେ ୨,୯୪୯/୧୦ ।

0
312

ଇଏନ୍‌ଏନ୍ ବ୍ୟୁରୋ, ୨୪/୦୮/୨୦- ରାଜ୍ୟରେ ଦୃତ ଗତିରେ ବଢ଼ି ଚାଲିଛି କରୋନା ସଂକ୍ରମଣ । ଗତ ୫ ଦିନଧରୀ ଲଗାତାର ଭାବେ ଦୈନିକ ସଂକ୍ରମଣ ସଂଖ୍ୟା ୨,୫୦୦ ରୁ ଅଧିକ ରହିଛି । ରାଜ୍ୟର ପ୍ରାୟ ସମସ୍ତ ଜିଲ୍ଳାରୁ କରୋନା ପଜିଟିଭ ଚିହ୍ନଟ ହେବାରେ ଲାଗିଛନ୍ତି । ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୨,୯୪୯ ଜଣ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି ଓ ୧୦ ଜଣ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି । ଏଥି ସହ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮୦ ହାଜର ପାର କରି ୮୧ ହଜାର ୪୯୭ ରେ ପହଞ୍ଚିଛି ଓ ମୃତ୍ୟୁ ସଂଖ୍ୟା ୪୧୯ କୁ ବୃଦ୍ଧି ହୋଇଛି ।
ରାଜ୍ୟର ସମସ୍ତ ଜିଲ୍ଲାରୁ ଆଜି ୨,୯୪୯ ଜଣ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏଥିମଧ୍ୟରୁ କ୍ୱାରେଣ୍ଟାଇନ ସେଣ୍ଟରରୁ ୧,୮୨୬ ଜଣ ରହିଥିବା ବେଳେ ୧,୧୨୩ ଜଣ ସ୍ଥାନୀୟ ଅଞ୍ଚଳରୁ ରହିଛନ୍ତି । ଆଜି ଖୋର୍ଦ୍ଧା ଜିଲ୍ଲା ଓ ଗଞ୍ଜାମ ଜିଲ୍ଲାକୁ ପଛରେ ପକାଇ କଟକ ଜିଲ୍ଲାରୁ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କଟକ ଜିଲ୍ଲାରୁ ୫୮୯ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧା ଜିଲ୍ଲାରୁ ୪୭୪ ଜଣ, ଯାଜପୁର ଜିଲ୍ଲାରୁ ୨୧୫ ଜଣ, କୋରାପୁଟ ଜିଲ୍ଳାରୁ ୧୮୧ ଜଣ, ଗଞ୍ଜାମ ଜିଲ୍ଲାରୁ ୧୭୯ ଜଣ, ମୟୂରଭଞ୍ଜ ଜିଲ୍ଲାରୁ ୧୫୬ ଜଣ, ରାୟଗଡ଼ା ଜିଲ୍ଲାରୁ ୧୪୩ ଜଣ ଓ ସମ୍ବଲପୁର ଜିଲ୍ଲାରୁ ୧୦୪ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିଭଳି ଅନୁଗୁଳରୁ ୧, ବାଲେଶ୍ୱରରୁ ୮୮, ବରଗଡ଼ରୁ ୬୨, ଭଦ୍ରକରୁ ୬୬, ବଲାଙ୍ଗିରରୁ ୫୭, ବୌଦ୍ଧରୁ ୩, ଦେବଗଡ଼ରୁ ୨, ଢ଼େଙ୍କାନାଳରୁ ୧୩, ଗଜପତିରୁ ୩, ଜଗତସିଂହପୁରରୁ ୫୧, ଝାରସୁଗୁଡ଼ାରୁ ୨୦, କଳାହାଣ୍ଡିରୁ ୩୦, କନ୍ଧମାଳରୁ ୩୪, କେନ୍ଦ୍ରାପଡ଼ାରୁ ୫୬, କେନ୍ଦୁଝରରୁ ୩୦, ମାଲକାନାଗିରିରୁ ୭୮, ନବରଙ୍ଗପୁରରୁ ୨୬, ନୟାଗଡ଼ରୁ ୯୩, ନୂଆପଡ଼ାରୁ ୨, ପୁରୀରୁ ୮୬, ସୋନପୁରରୁ ୨୬, ଓ ସୁନ୍ଦରଗଡ଼ ଜିଲ୍ଲାରୁ ୮୧ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।


ଆଜି ମୃତ୍ୟୁ ହୋଇଥିବା ୧୦ ଜଣ ଆକ୍ରାନ୍ତ ୫ ଟି ଜିଲ୍ଲାରୁ ରହିଛନ୍ତି । ସେଥିମଧ୍ୟରୁ ଗଞ୍ଜାମ ଜିଲ୍ଲାରୁ ୫ ଜଣ ଓ ସୁନ୍ଦରଗଡ଼ ଜିଲ୍ଲାରୁ ୨ ଜଣ ଥିବା ବେଳେ ରାୟଗଡ଼ା, ନୟାଗଡ଼ ଓ କଟକ ଜିଲ୍ଲାରୁ ଜଣେ ଜଣେ ସଂକ୍ରମିତ ରହିଛନ୍ତି । ଗଞ୍ଜାମ ଜିଲ୍ଲାରେ ସର୍ବାଧିକ ୧୭୯ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଖୋର୍ଦ୍ଧା ଜିଲ୍ଲାରୁ ୫୪ ଜଣ, ସୁନ୍ଦରଗଡ଼ ଜିଲ୍ଲାରୁ ୨୮ ଜଣ, ରାୟଗଡ଼ା ଜିଲ୍ଲାରୁ ୨୧ ଜଣ ଓ କଟକ ଜିଲ୍ଲାରୁ ୨୫ ଜଣଙ୍କର ମୃତ୍ୟୁ ହୋଇଛି । ସେହିଭଳି ଅନୁଗୁଳରୁ ୪, ବାଲେଶ୍ୱରରୁ ୮, ବରଗଡ଼ରୁ ୫, ଭଦ୍ରକରୁ ୬, ବଲାଙ୍ଗିରରୁ ୩, ଢ଼େଙ୍କାନାଳରୁ ୨, ଗଜପତିରୁ ୧୭, ଜଗତସିଂହପୁରରୁ ୨, ଯାଜପୁରରୁ ୪, ଝାରସୁଗୁଡ଼ାରୁ ୧, କଳାହାଣ୍ଡିରୁ ୨, କନ୍ଧମାଳରୁ ୭, କେନ୍ଦ୍ରାପଡ଼ାରୁ ୩, କେନ୍ଦୁଝରରୁ ୫, କୋରାପୁଟରୁ ୩, ମାଲକାନାଗିରିରୁ ୪, ମୟୂରଭଞ୍ଜରୁ ୩, ନବରଙ୍ଗପୁରରୁ ୧, ନୟାଗଡ଼ରୁ ୧୨, ପୁରୀରୁ ୧୦, ସମ୍ବଲପୁରରୁ ୮ ଜଣ ଓ ସୋନପୁର ଜିଲ୍ଲାରୁ ୨ ଜଣଙ୍କର କରୋନା ସଂକ୍ରମିତ ମୃତ୍ୟୁ ହୋଇଛି ।


ଗତ ୨୪ ଘଣ୍ଟାମଧ୍ୟରେ ରାଜ୍ୟରୁ ୬୦,୯୦୯ ଟି ନମୂନା ପରୀକ୍ଷଣ ହୋଇଛି । ଏଥି ସହ ରାଜ୍ୟରେ ମୋଟ ନମୂନା ପରୀକ୍ଷଣ ସଂଖ୍ୟା ୧୩ ଲକ୍ଷ ୬୩ ହଜାର ୬୨୦ କୁ ବୃଦ୍ଧି ହୋଇଛି । ସେଥିମଧ୍ୟରୁ ୮୧,୪୭୯ ଟି ପଜିଟିଭ ଚିହ୍ନଟ ହୋଇଛି ଓ ଅନ୍ୟ ନମୂନା ଗୁଡ଼ିକ ନେଗେଟିଭ ରହିଛି । ୫୪,୪୦୬ ଜଣ ଚିକିତ୍ସା ପରେ ଆରୋଗ୍ୟ ହୋଇଥିବା ବେଳେ ୨୬,୬୦୧ ଜଣ ଚିକିତ୍ସାଧିନ ଅଛନ୍ତି । ୪୧୯ ଜଣଙ୍କର କରୋନା ସଂକ୍ରମିତ ମୃତ୍ୟୁ ହୋଇଛି ।

LEAVE A REPLY

Please enter your comment!
Please enter your name here