ବନ୍ୟା ଜଳ ନିଷ୍କାସନ ପାଇଁ ତଳମୁଣ୍ଡରେ ସତର୍କତା ସୂଚନା ଜାରି କରାଯାଇଛି, ୫ଦିନ ମଧ୍ୟରେି ୨୦ରୁ୫୦ ମିମି ବର୍ଷା ହୋଇଛି ।
ଇଏନ୍ଏନ୍ ବ୍ୟୁରୋ,୨୩/୬/୨୦– ଆସନ୍ତା ୨୫ ତାରିଖରେ ହୀରାକୁଦ ବନ୍ଧରୁ ବର୍ଷର ପ୍ରଥମ ବନ୍ୟାଜଳ ଛଡାଯିବ । ଏନେଇ ବନ୍ଧ କର୍ତ୍ତୁପକ୍ଷ ବିଧିବଦ୍ଧ ଭାବେ ଘୋଷଣା କରିଛନ୍ତି । ଚଳିତବର୍ଷ ଠିକ ସମୟରେ ମୌସମୀ ବର୍ଷା ହୋଇଥିବାରୁ ହୀରାକୁଦର ଜଳସ୍ତର ୬୧୫ ଫୁଟ ଅତିକ୍ରମ କରିସାରିଛି ।
ନିୟମ ମୁତାବକ ଜୁଲାଇ ୧ ତାରିଖ ସୁଦ୍ଧା ସର୍ବନିମ୍ନ ୫୯୫ ଫୁଟ ରହିବା କଥା । କିନ୍ତୁ ମୌସୁମୀ ବର୍ଷାରେ ଜଳଭଣ୍ଡାରରେ ଜଳସ୍ତର ବୃଦ୍ଧି ପାଇ ୨୦ ଫୁଟ ଅଧିକ ଜଳ ଥିବାରୁ ଜଳ ନିଷ୍କାସନ ଜରୁରୀ । ବନ୍ୟା ଜଳ ନିଷ୍କାସନ ପାଇଁ ତଳମୁଣ୍ଡରେ ସତର୍କତା ସୂଚନା ଜାରି କରାଯାଇଛି । ହୀରାକୁଦରେ କ୍ରମାଗତ ଭାବେ ୫ଦିନ ଧରି ହାରାହାରି ୨୦ରୁ୫୦ ମିମି ପର୍ଯ୍ୟନ୍ତ ବର୍ଷା ହୋଇ ଆସିଛି ।