ବିରାଟଙ୍କ ଟେଷ୍ଟ ଦଳ ସବୁଠାରୁ ଶ୍ରେଷ୍ଠ-ଗାଭାସ୍କର

0
114

ଇଏନ୍‌ଏନ୍ ବ୍ୟୁରୋ, ୨୪/୦୮/୨୦୨୦- ବିରାଟ କୋହଲିଙ୍କ ନେତୃତ୍ୱାଧୀନ ଟେଷ୍ଟ ଦଳ ସର୍ବକାଳୀନ ଶ୍ରେଷ୍ଠ ଦଳ ବୋଲି କହିଛନ୍ତି କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ ସୁନୀଲ ଗାଭାସ୍କର । ଉଚ୍ଚକୋଟିର ବୋଲିଂ ବିଭାଗ ଦଳକୁ ଆହୁରି ଅଧିକ ସନ୍ତୁଳିତ କରିଛି । କୋହଲିଙ୍କ ନେତୃତ୍ୱରେ ଭାରତ ଅନ୍ତର୍ଜାତୀୟ କ୍ରିକେଟ କାଉନସିଲ (ଆଇସିସି) ଟେଷ୍ଟ ର‌୍ୟାଙ୍କିଙ୍ଗର ଶୀର୍ଷସ୍ଥାନ ଅଧିକାର କରିଛି । ଏଥି ସହିତ ଭାରତ ବିଶ୍ୱ ଟେଷ୍ଟ ଚମ୍ପିୟନଶିପ୍ ପଏଣ୍ଟ ତାଲିକାରେ ମଧ୍ୟ ଶୀର୍ଷ ସ୍ଥାନ ରେ ରହିଛି । ୨୦୧୮-୧୯ ରେ ଅଷ୍ଟ୍ରେଲିଆରେ ଭାରତର ସିରିଜ ବିଜୟ ସବୁଠାରୁ ଉଲ୍ଲେଖନୀୟ ଘଟଣା ସାବ୍ୟସ୍ତ ହୋଇଛି ।
ସନ୍ତୁଳନ, କୌଶଳ, ସ୍ୱାଭାବ, ଦୃଷ୍ଟିକୋଣରୁ ବିଚାର କଲେ ଏହି ଦଳ ସର୍ବକାଳୀନ ଶ୍ରେଷ୍ଠ ଦଳ । ଏହାଠାରୁ ଉନ୍ନତ ଭାରତୀୟ ଦଳ ଗଠନ ସମ୍ଭବ ହେବ ବୋଲି ଚିନ୍ତା କରିପାରୁନାହିଁ ବୋଲି ଇଣ୍ଡିଆ ଟୁଡ଼େ ଇ-କନକ୍ଲେଭ ଇନ୍ସପିରେଶନ ସିରିଜ୍‌ରେ ଗାଭାସ୍କର କହିଛନ୍ତି । ବୋଲିଂ ବିବିଧତା ଦଳକୁ ସ୍ୱତନ୍ତ୍ର କରି ଗଢ଼ି ତୋଳିଛି ।

ଭାରତ ଏବେ ବିଶ୍ୱର ଯେ କୌଣସି ସ୍ଥାନ, ପିଚ୍‌, ଓ ପରିସ୍ଥିତିରେ ମ୍ୟାଚ ଜିତିବାକୁ ସକ୍ଷମ । ଯେକୌଣସି ପ୍ରକାର ଉଇକେଟ୍‌ରେ ଭାରତ ବିଜୟୀ ହୋଇପାରିବ । ତେଣୁ କୌଣସି ସ୍ଥିତିର ସହାୟତା ଜରୁରୀ ନୁହେଁ । ତେବେ ବ୍ୟାଟିଂ ଦୃଷ୍ଟି କୋଣରୁ ଦେଖିବାକୁ ଗଲେ ୧୯୮୦ର ଦଳଗୁଡ଼ିକ ସହ ଏହି ଦଳର ସମାନତା ରହିଛି । ତେବେ ସେତେବେଳେ କୋହଲିଙ୍କ ଦଳଭଳି ବୋଲର ନ ଥିଲେ ବୋଲି ଗାଭାସ୍କର କହିଛନ୍ତି । ଭାରତୀୟ ଦଳରେ ଏବେ ବିଶ୍ୱସ୍ତରୀୟ ବୋଲର ରହିଛନ୍ତି । ବୋଲିଂରେ ମଧ୍ୟ ଭିନ୍ନତା ରହିଛି । ଟେଷ୍ଟ ଫର୍ମାଟ୍‌ରେ ଏକ ପ୍ରବାଦ ରହିଛି ଯେ, ଯଦି ୨୦ ଟି ଉଇକେଟ ଅକ୍ତିଆର ନ କରିବ ତେବେ ମ୍ୟାଚ ଜିତିବା ସମ୍ଭବ ନୁହେଁ ।

LEAVE A REPLY

Please enter your comment!
Please enter your name here