ଆଜି ମହାପ୍ରଭୁଙ୍କ ଅଧର ନୀତି । ରାତି ୮ଟାରେ ଲାଗିବ ଭୋଗ ।

0
758

ଭୁବନେଶ୍ୱର,୦୩/୦୭/୨୦- ଆଜି ତ୍ରୟୋଦଶୀ ତିଥିରେ ରଥାରୁଢ଼ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଅଧରପଣା ଭୋଗ ଲାଗି କରାଯିବ। ଠାକୁରଙ୍କ ମଧ୍ୟାହ୍ନ ଧୂପ ଲାଗି କରାଯିବା ପରେ ଅଧରପଣା ପ୍ରସ୍ତୁତି କାର୍ଯ୍ୟ ଆରମ୍ଭ ହେବ । ଅଧର ଉଚ୍ଚା ତୁମ୍ବାକୃତି ମାଟିପାତ୍ରରେ ପଣା ପ୍ରସ୍ତୁତ ହେବ । ଭୋଗ ସ୍ୱମ୍ପନ୍ନ ପରେ ରଥ ଉପରେ ହାଣ୍ଡି ଭଙ୍ଗା ଯିବ ।କିମ୍ବଦନ୍ତୀ ଅନୁଯାଇ ଉକ୍ତ ଭୋଗ ପଣା ପାଶ୍ୱର୍ ଦେବାଦେବୀ, ଅଶରୀରୀ, ଚଣ୍ଡି ଓ ଚାମୁଣ୍ଡାଙ୍କ ଉଦ୍ଦେଶ୍ୟରେ ସମର୍ପଣ କରାଯାଏ । ପ୍ରତି ରଥରେ ଦାରୁ ବିଗ୍ରହଙ୍କ ଉଦ୍ଦେଶ୍ୟରେ ୩ଟି ଲେଖାଏଁ ହାଣ୍ଡି ପଣା ଭୋଗ କାରାଯିବ ।

ଶ୍ରୀମନ୍ଦିର ପ୍ରଶାସନ, ରାଘାବାଦାସ ମଠ ଓ ବଡ଼ଓଡ଼ିଆ ମଠ ପକ୍ଷରୁ ସମସ୍ତ ପ୍ରସ୍ତୁତି କରାଯାଇ ଥାଏ । ପାରମ୍ପାରିକ କୁମ୍ଭାରମାନେ ହାଣ୍ଡି ପ୍ରସ୍ତୁତି କରି ଯୋଗାଇଥାନ୍ତି । ଛାଚି, ସର, କଦଳୀ, ଛେନା, ଗୋଲମରିଚ, କର୍ପୂର ଓ ଜାଇଫଳ ଆଦି ପଣା ସାମଗ୍ରୀ ପହଞ୍ଚାଯାଏ। ମହାପ୍ରଭୁଙ୍କ ସେବକମାନେ ପଣା ପ୍ରସ୍ତୁତ କରିବେ। ଆଜି ସନ୍ଧ୍ୟା ୮ଟାରେ ମହପ୍ରଭୁଙ୍କ ଠାରେ ଅଧର ପଣା ଭୋଗ ଲଗାଯିବା ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସମୟ ଧାର୍ଯ୍ୟ ହୋଇଛି ।

ଇଏନ୍‌ଏନ୍ ନ୍ୟୁଜ ପଢିବା ପାଇଁ ସବସ୍କ୍ରାଇବ କରିବା ସହ ଆମ ଫେସବୁ,ଟ୍ୟୁଟର ପେଜକୁ ଭିଜିଟ କରନ୍ତୁ ଏବଂ ଆପଣଙ୍କ ମତାମତ ଦେବାକୁ ଜମାରୁ ଭୁଲିବେନୀ । ଆପଣଙ୍କ ମତାମତ ଆମକୁ ଆଗକୁ ଯିବାରେ ସାହାଯ୍ୟ କରିବ ।

ଭୁବନେଶ୍ୱରରୁ ଚୌଧୁରୀ ରାଜନାରାୟଣ

LEAVE A REPLY

Please enter your comment!
Please enter your name here