ରାଜ୍ୟରେ ୨୪ ଘଣ୍ଟା ମଧ୍ୟରେ ୧,୨୧୫ ଆକ୍ରାନ୍ତ, ୭ ମୃତ ।

0
333

ଇଏନ୍‌ଏନ୍ ବ୍ୟୁରୋ, ୨୮/୦୭/୨୦- ରାଜ୍ୟରେ ହୁ ହୁ ହୋଇ ବଢ଼ିବାରେ ଲାଗିଛି କରୋନା ସଂକ୍ରମଣ । ଦିନକୁ ହଜାର ହଜାର ଆକ୍ରାନ୍ତ ଚିହ୍ନଟ ହେବାରେ ଲାଗିଛି । ୨୪ ଘଣ୍ଟା ମଧ୍ୟେ ରାଜ୍ୟରେ ୧,୨୧୫ ଜଣ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏବଂ ୭ ଜଣଙ୍କର ମୃତ୍ୟୁ ହୋଇଛି । ଏଥି ସହ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୮ ହଜାର ୧୦୭ ହୋଇଛି । ଏବଂ ମୃତକଙ୍କ ସଂଖ୍ୟା ୧୫୪ ରେ ପହଞ୍ଚିଛି ।
ରାଜ୍ୟରେ ଚିହ୍ନଟ ହୋଇଥିବା ୧,୨୧୫ ଆକ୍ରାନ୍ତ ୨୮ ଟି ଜିଲ୍ଲାରୁ ରହିଛନ୍ତି । ସେଥିମଧ୍ୟରୁ ୭୫୩ ଜଣ କ୍ୱାରେଣ୍ଟାଇନ ସେଣ୍ଟରୁ ହୋଇଥିବା ବେଳେ ୪୬୨ ଜଣ ସ୍ଥାନୀୟ ୍ରଞ୍ଚଳରୁ ରହିଛନ୍ତି । ଗଞ୍ଜାମ ଜିଲ୍ଲାରେ ସର୍ବାଧିକ ୩୩୨ ଜଣ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧା ଜିଲ୍ଲାରେ ୩୧୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିଭଳି ଅନୁଗୁଳରୁ ୧୧, ବାଲେଶ୍ୱରରୁ ୨୯, ବରଗଡ଼ରୁ ୧୦, ଭଦ୍ରକରୁ ୨, ବଲାଙ୍ଗିରରୁ ୨୧, ବୌଦ୍ଧରୁ ୨, କଟକରୁ ୬୦, ଦେବଗଡ଼ରୁ ୧, ଢ଼େଙ୍କାନାଳରୁ ୧, ଗଜପତିରୁ ୮୯, ଜଗତସିଂହପୁରରୁ ୪୭, ଯାଜପୁରରୁ ୨୦, ଝରସୁଗୁଡ଼ାରୁ ୨, କଳାହାଣ୍ଡିରୁ ୮, କନ୍ଧମାଳରୁ ୧୪, କେନ୍ଦ୍ରାପଡ଼ାରୁ ୧୪, କେନ୍ଦୁଝରରୁ ୭୭, କୋରାପୁଟରୁ ୭୩, ମାଲକାନାଗିରିରୁ ୧୪, ମୟରୁଭଞ୍ଜରୁ ୨୨, ନୟାଗଡ଼ରୁ ୭, ନୂଆପଡ଼ାରୁ ୮, ପୁରୀରୁ ୧୧, ରାୟଗଡ଼ାରୁ ୨୪, ସୋନପୁରରୁ ୨ ଓ ସୁନ୍ଦରଗଡ଼ ଜିଲ୍ଲାରୁ ୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଗଞ୍ଜାମ ଜିଲ୍ଳାରେ ସର୍ବାଧିକ ୯,୫୦୧ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।


ମୃତ୍ୟୁ ହୋଇଥିବା ୭ ଜଣ ୪ ଟି ଜିଲ୍ଲାରୁ ରହିଛନ୍ତି । ସେଥିମଧ୍ୟରୁ ୩ ଜଣ ଗଞ୍ଜାମ ଜିଲ୍ଳାର, ୨ ଜଣ ରାୟଗଡ଼ା ଜିଲ୍ଳାର, କଟକ ଜିଲ୍ଳା ଓ ଖୋର୍ଦ୍ଧା ଜିଲ୍ଲାରୁ ଜଣେ ଜଣେ ଆକ୍ରାନ୍ତ ରହିଛନ୍ତି । ମୋଟ ମୃତକଙ୍କ ମଧ୍ୟରୁ ଗଞ୍ଜାମ ଜିଲ୍ଳାରୁ ୮୫ ଜଣ, ଖୋର୍ଦ୍ଧା ଜିଲ୍ଲାରୁ ୧୯ ଜଣ, କଟକ ଜିଲ୍ଲା ରୁ ୧୧ ଜଣ, ଗଜପତି ଜିଲ୍ଳାରୁ ୯ ଜଣ, ରାୟଗଡ଼ା ଓ ସୁନ୍ଦରଗଡ଼ ଜିଲ୍ଳାରୁ ୬ ଛଅ ଜଣ, ପୁରୀ, କେନ୍ଦ୍ରାପଡ଼ା, ଜଗତସିଂହପୁର, ଭଦ୍ରକ, ବାଲେଶ୍ୱର ଓ ଅନୁଗୁଳ ଜିଲ୍ଲାରୁ ୨ ଦୁଇ ଜଣ ଏବଂ ବରଗଡ଼ ଯାଜପୁର, ଝାରସୁଗୁଡ଼ା, କନ୍ଧମାଳ, ମାଲକାନାଗିରି ଓ ନୟାଗଡ଼ ଜିଲ୍ଲାରୁ ଜଣେ ଜଣେ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି ।

ରାଜ୍ୟରେ ମୋଟ ୪ ଲକ୍ଷ ୭୬ ହଜାର ୫୬୦ ଟି ନମୂନା ପରୀକ୍ଷଣ ହୋଇଛି । ସେଥିମଧ୍ୟରୁ ୨୮,୧୦୭ ଟି ପଜିଟିଭ ଥିବା ବେଳେ ଅନ୍ୟଗୁଡ଼ିକ ନେଗେଟିଭ ରହିଛି । ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ ୧୭,୩୭୪ ଜଣ ଆରୋଗ୍ୟ ହୋଇଛନ୍ତି । ୧୦,୫୪୪ ଜଣ ଚିକିତ୍ସିତ ହେଉଥିବା ବେଳେ ୧୫୪ ଜଣଙ୍କର ମୃତ୍ୟୁ ହୋଇଛି ।

LEAVE A REPLY

Please enter your comment!
Please enter your name here