ରାଜ୍ୟର ୩୦ ଜିଲ୍ଳାରୁ ୧,୯୭୭ ଆକ୍ରାନ୍ତ ଚିହ୍ନଟ ଓ ୧୦ ମୃତ୍ୟୁ ।

0
300

ଇଏନ୍‌ଏନ୍ ବ୍ୟୁରୋ,୧୪/୦୮/୨୦- ରାଜ୍ୟରେ କମିବାର ନାଁ ଧରୁ ନାହିଁ କରୋନା ସଂକ୍ରମଣ । ଦିନକୁ ଦିନ ବଢ଼ିଚାଲିଛି ଆକ୍ରାନ୍ତଙ୍କ ସଂଖ୍ୟା । ରାଜ୍ୟର ସମସ୍ତ ଜିଲ୍ଳାରୁ ଚିହ୍ନଟ ହେବାରେ ଲାଗିଛନ୍ତି କରୋନା ଆକ୍ରାନ୍ତ । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ୩୦ ଟି ଜିଲ୍ଳାରୁ ୧,୯୭୭ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହି ସମୟ ମଧ୍ୟରେ ୧୦ ଜଣ କରୋନା ସଂକ୍ରମିତଙ୍କର ମୃତ୍ୟୁ ହୋଇଛି । ଏହାକୁ ମିଶାଇ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫୪,୬୩୦ ହୋଇଥିବା ବେଳେ ୩୨୪ ଜଣଙ୍କର ଜୀବନ ନେଇଛି ଏହି ମହାମାରୀ ।
ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ୩୦ ଟି ଜିଲ୍ଳାରୁ ୧,୯୭୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ କ୍ୱାରେଣ୍ଟାଇନ ସେଣ୍ଟରୁ ୧,୨୪୧ ଜଣ ଥିବା ବେଳେ ସ୍ଥାନୀୟ ଅଞ୍ଚଳରୁ ୭୩୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଳା ସୁବୁଠାରୁ ଆଗରେ ରହିଛି । ଖେର୍ଦ୍ଧା ଜିଲ୍ଳାରୁ ୩୩୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଗଞ୍ଜାମରୁ ଜିଲ୍ଳାରୁ ୨୮୦ ଜଣ, ମୟୁରଭଞ୍ଜ ଜିଲ୍ଳାରୁ ୧୨୦ ଜଣ, ଭଦ୍ରକ ଜିଲ୍ଳାରୁ ୧୧୮ ଜଣ, କଟକ ଜିଲ୍ଳାରୁ ୧୦୧ ଜଣ ଗଜପତି ଜିଲ୍ଳାରୁ ୯୩ ଜଣ, କୋରାପୁଟ ଜିଲ୍ଳାରୁ ୯୦ ଜଣ, ସୁନ୍ଦରଗଡ଼ ଜିଲ୍ଳାରୁ ୮୮ ଜଣ, ପୁରୀ ଜିଲ୍ଳାରୁ ୮୩ ଜଣ, ନୟାଗଡ଼ ଜିଲ୍ଳାରୁ ୭୫ ଜଣ ଓ ରାୟଗଡ଼ା ଜିଲ୍ଳାରୁ ୭୦ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
ସେହିଭଳି ଯାଜପୁରରୁ ୬୯ କନ୍ଧମାଳରୁ ୬୦, ସମ୍ବଲପୁରରୁ ୫୯, ବାଲେଶ୍ୱରରୁ ୫୬, ମାଲକାନାଗିରିରୁ ୫୨, କଳାହାଣ୍ଡିରୁ ୪୮, ଢ଼େଙ୍କାନାଳରୁ ୪୦, ଜଗତସିଂହପୁରରୁ ୩୪, ବରଗଡ଼ରୁ ୨୨, ନୂଆପଡ଼ାରୁ ୨୦, ନବରଙ୍ଗପୁରରୁ ୧୭, ଝାରସୁଗୁଡ଼ାରୁ ୧୧, କେନ୍ଦୁଝରରୁ ୧୦, ବଲାଙ୍ଗିରରୁ ୭, ସୋନପୁରରୁ ୭, କେନ୍ଦ୍ରାପଡ଼ାରୁ ୬, ବୌଦ୍ଧରୁ ୫, ଅନୁଗୁଳରୁ ୨, ଦେଓଗଡ଼ରୁ ୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଗଞ୍ଜାମ ଜିଲ୍ଳାରେ ସର୍ବାଧିକ ୧୪,୧୨୨ ଜଣ ଚିହ୍ନଟ ହୋଇଛନ୍ତି ଏବଂ ଖୋର୍ଦ୍ଧା ଜିଲ୍ଳାରୁ ୭,୭୮୪ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।


ମୃତ୍ୟୁ ହୋଇଥିବା ୧୦ ଜଣ ଆକ୍ରାନ୍ତ ୫ଟି ଜିଲ୍ଳାରୁ ରହିଛନ୍ତି । ଗଞ୍ଜାମ ଜିଲ୍ଳାରୁ ୪ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ପୁରୀ ଜିଲ୍ଲାରୁ ୩ ଜଣଙ୍କର ମୃତ୍ୟୁ ହୋଇଛି । ସୁନ୍ଦରଗଡ଼, ସମ୍ବଲପୁର ଓ କଟକ ଜିଲ୍ଳାରୁ ଜଣେ ଜଣେ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି । ଏଥି ସହ ଗଞ୍ଜାମ ଜିଲ୍ଳାରେ ମୋଟ ମୃତ୍ୟୁ ସଂଖ୍ୟା ୧୫୦ ପାରକରି ୧୫୧ ହୋଇଛି । ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଳାରୁ ୪୨ ଜଣ, ସୁନ୍ଦରଗଡ଼ ଜିଲ୍ଲାରୁ ୨୧ ଜଣ, ଗଜପତି ଜିଲ୍ଳାରୁ ୧୬ ଜଣ, କଟକ ଓ ରାୟଗଡ଼ା ଜିଲ୍ଳାରୁ ୧୪ ଜଣ ଲେଖାଏଁ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି । ସେହିଭଳି ଅନୁଗୁଳରୁ ୩, ବାଲେଶ୍ୱରରୁ ୭, ବରଗଡ଼ରୁ ୩, ଭଦ୍ରକରୁ ୪, ଢ଼େଙ୍କାନାଳରୁ ୧, ଜଗତସିଂହପୁରରୁ ୨, ଯାଜପୁରରୁ ୩, ଝାରସୁଗୁଡ଼ାରୁ ୧, କଳାହାଣ୍ଡିରୁ ୨, କନ୍ଧମାଳରୁ ୬, କେନ୍ଦ୍ରାପଡ଼ାରୁ ୩, କେନ୍ଦୁଝରରୁ ୪, କୋରାପୁଟରୁ ୨, ମାଲକାନାଗିରିରୁ ୨, ମୟୁରଭଞ୍ଜରୁ ୩, ନବରଙ୍ଗପୁରରୁ ୧, ନୟାଗଡ଼ ଓ ପୁରୀରୁ ୮ ଜଣ ଲେଖାଏଁ ଓ ସମ୍ବଲପୁର ଜିଲ୍ଳାରୁ ୩ ଜଣ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି ।

ରାଜ୍ୟରେ ମୋଟ ୮ ଲକ୍ଷ ୭ ହଜାର ୮୨୬ ଟି ନମୂନା ପରୀକ୍ଷଣ କରାଯାଇଛି । ସେଥିମଧ୍ୟରୁ ୫୪,୬୩୦ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ ଗତକାଲି ୧,୪୨୨ ଜଣ ଆରୋଗ୍ୟ ହୋଇଥିବା ବେଳେ ମୋଟ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୩୭,୯୦୦ ରେ ପହଞ୍ଚିଛି । ୧୬,୩୫୩ ଜଣ ଚିକିତ୍ସାଧିନ ଅଛନ୍ତି ଓ ୩୨୪ ଜଣଙ୍କର ମୃତ୍ୟୁ ହୋଇଛି ।

LEAVE A REPLY

Please enter your comment!
Please enter your name here