ରାଜଧାନୀ ଭୁବନେଶ୍ୱରରୁ ଆଜି ୧୯୮ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ,୨ ମୃତ ଓ ୧୩୨ ସୁସ୍ଥ ।

0
327
bmc

ଇଏନ୍‌ଏନ୍ ବ୍ୟୁରୋ, ୧୭/୦୮/୨୦-ଆଜି ରାଜଧାନୀ ଭୁବନେଶ୍ୱର (ବିଏମସି ଅଞ୍ଚଳ)ରୁ ୧୯୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୧୩୨ ଜଣ ସୁସ୍ଥ ହୋଇଛନ୍ତି । ୨ ଜଣଙ୍କର ମୃତ୍ୟୁ ହୋଇଛି । ଚିହ୍ନଟ ହୋଇଥିବା ୧୯୮ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୧୦୪ ଜଣ କ୍ୱାରେଣ୍ଟାଇନ୍ ସେଣ୍ଟରୁ ଚିହ୍ନଟ ହୋଇଛନ୍ତି ଓ ୯୪ ଜଣ ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି । ଏଥି ସହ ରାଜଧାନୀ ଭୁବନେଶ୍ୱରରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୫,୪୮୭ ରେ ପହଞ୍ଚିଛି। ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ ଆଜି ଆରୋଗ୍ୟ ହୋଇଥିବା ୧୩୨ ଆକ୍ରାନ୍ତଙ୍କୁ ମିଶାଇ ୩,୫୬୭ ଜଣ ଆରୋଗ୍ୟ ହୋଇଛନ୍ତି । ୧,୮୮୭ ଜଣ ଚିକିତ୍ସାଧିନ ଥିବା ବେଳେ ୨୭ ଜଣଙ୍କର ମୃତ୍ୟୁ ହୋଇଛି ।

LEAVE A REPLY

Please enter your comment!
Please enter your name here