ରାଜଧାନୀ ଭୁବନେଶ୍ୱରରୁ ଆଜି ୨୪୭ ଆକ୍ରାନ୍ତ ଚିହ୍ନଟ ଓ ୧୦୩ ସୁସ୍ଥ

0
342
bmc

ଇଏନ୍‌ଏନ୍ ବ୍ୟୁରୋ, ୧୪/୦୮/୨୦- ଆଜି ରାଜଧାନୀ ଭୁବନେଶ୍ୱର (ବିଏମସି ଅଞ୍ଚଳ)ରୁ ୨୪୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୧୦୩ ଜଣ ସୁସ୍ଥ ହୋଇଛନ୍ତି । ଚିହ୍ନଟ ହୋଇଥିବା ୨୪୭ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୧୪୮ ଜଣ କ୍ୱାରେଣ୍ଟାଇନ୍ ସେଣ୍ଟରୁ ଚିହ୍ନଟ ହୋଇଛନ୍ତି ଓ ୯୯ ଜଣ ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି । ଏଥି ସହ ରାଜଧାନୀ ଭୁବନେଶ୍ୱରରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪,୮୪୨ ରେ ପହଞ୍ଚିଛି । ଏଥି ମଧ୍ୟରୁ ଆଜି ଆରୋଗ୍ୟ ହୋଇଥିବା ୧୦୩ ଆକ୍ରାନ୍ତଙ୍କୁ ମିଶାଇ ୩,୧୧୮ ଜଣ ଆରୋଗ୍ୟ ହୋଇଛନ୍ତି । ୧,୬୯୫ ଜଣ ଚିକିତ୍ସାଧିନ ଥିବା ବେଳେ ୨୩ ଜଣଙ୍କର ମୃତ୍ୟୁ ହୋଇଛି ।

LEAVE A REPLY

Please enter your comment!
Please enter your name here