ଓଡ଼ିଶାରେ ଆଜି ୨,୬୦୨/୧୦

0
4659

ଇଏନ୍‌ଏନ୍ ବ୍ୟୁରୋ, ୩୧/୦୮/୨୦- ସମଗ୍ର ରାଜ୍ୟରେ ଦୃତ ଗତିରେ ମାଡ଼ି ଚାଲିଛି କରୋନା ସଂକ୍ରମଣ । ଇତି ମଧ୍ୟରେ ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୧ ଲକ୍ଷ ଅତିକ୍ରମ କରିଛି । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ସମସ୍ତ ଜିଲ୍ଲାରୁ ୨,୬୦୨ ଜଣ ନୂଆ ପଜିଟିଭ ଚିହ୍ନଟ ହୋଇଥିବା ବେଳେ ୧୦ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଏଥି ସହ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧ ଲକ୍ଷ ୩ ହଜାର ୫୩୬ ରେ ପହଞ୍ଚିଛି ଓ ମୃତ୍ୟୁ ସଂଖ୍ୟା ୪୯୨ କୁ ବୃଦ୍ଧି ହୋଇଛି ।
ରାଜ୍ୟରେ ୩୦ଟି ଜିଲ୍ଲାରୁ ଚିହ୍ନଟ ହୋଇଥିବା ୨,୬୦୨ ଆକ୍ରାନ୍ତଙ୍କ ମଧ୍ୟରୁ ୧,୫୬୧ ଜଣ କ୍ୱାରେଣ୍ଟାଇନ ସେଣ୍ଟରୁ ଓ ୧,୦୪୧ ଜଣ ସ୍ଥାନୀୟ ଅଞ୍ଚଳରୁ ରହିଛନ୍ତି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୬୧ ଜଣ ଚିହ୍ନଟ ହୋଇଛନ୍ତି । କଟକ ଜିଲ୍ଲାରୁ ୨୩୬ ଜଣ, ଗଞ୍ଜାମ ଜିଲ୍ଲାରୁ ୧୯୦ ଜଣ, କେନ୍ଦ୍ରାପଡ଼ା ଜିଲ୍ଲାରୁ ୧୨୮ ଜଣ, କୋରାପୁଟରୁ ୧୨୭ ଜଣ, ଯାଜପୁର ଜିଲ୍ଲାରୁ ୧୦୩ ଜଣ ଓ ବାଲେଶ୍ୱର ଜିଲ୍ଲାରୁ ୧୦୩ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
ସେହିଭଳି ଅନୁଗୁଳରୁ ୪, ବରଗଡ଼ରୁ ୮୨, ଭଦ୍ରକରୁ ୪୭, ବଲାଙ୍ଗିରରୁ ୪୨, ବୌଦ୍ଧରୁ ୯, ଦେବଗଡ଼ରୁ ୩, ଢ଼େଙ୍କାନାଳରୁ ୬୭, ଗଜପତି ୭, ଜଗତସିଂହପୁରୁ ୮୨, ଝାରସୁଗୁଡ଼ାରୁ ୮୫, କଳାହାଣ୍ଡିରୁ ୬୩, କନ୍ଧମାଳରୁ ୧୭, କେନ୍ଦୁଝରରୁ ୮୬, ମାଲକାନାଗିରିରୁ ୮୦, ମୟୁରଭଞ୍ଜରୁ ୭୨, ନବରଙ୍ଗପୁରରୁ ୧୮, ନୟାଗଡ଼ରୁ ୯୧, ନୁଆପଡ଼ାରୁ ୧୬, ପୁରୀରୁ ୪୬, ରାୟଗଡ଼ାରୁ ୫୪, ସମ୍ବଲପୁରରୁ ୭୮, ସୋନପୁରରୁ ୨୧ ଓ ସୁନ୍ଦରଗଡ଼ ଜିଲ୍ଲାରୁ ୧୯ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।


ରାଜ୍ୟରେ ମୃତ୍ୟୁ ହୋଇଥିବା ୧୦ ଜଣ ଆକ୍ରାନ୍ତ ୬ ଟି ଜିଲ୍ଳାରୁ ରହିଛନ୍ତି । ସେଥିମଧ୍ୟରୁ କନ୍ଧମାଳ ଜିଲ୍ଲା ଓ ଖୋର୍ଦ୍ଧା ଜିଲ୍ଲାରୁ ୩ ଜଣ ଲେଖାଏଁ ଏବଂ ସୁନ୍ଦରଗଡ଼, ରାୟଗଡ଼ା, ନୟାଗଡ଼ ଓ ଗଞ୍ଜାମ ଜିଲ୍ଳାରୁ ଜଣେ ଜଣେ ଆକ୍ରାନ୍ତ ରହିଛନ୍ତି । ଏଥି ସହ ଗଞ୍ଜାମ ଜିଲ୍ଲାରୁ ୧୯୦ ଜଣ ଓ ଖୋର୍ଦ୍ଧା ଜିଲ୍ଲାରୁ ୬୫ ଜଣଙ୍କର ମୃତ୍ୟୁ ହୋଇଛି । ସେହିଭଳି ଅନୁଗୁଳରୁ ୪, ବାଲେଶ୍ୱରରୁ ୧୧, ବରଗଡ଼ରୁ ୯, ଭଦ୍ରକରୁ ୮, ବଲାଙ୍ଗିରରୁ ୫, କଟକରୁ ୩୧, ଢ଼େଙ୍କାନାଳରୁ ୨, ଗଜପତିରୁ ୧୮, ଜଗତସିଂହପୁରରୁ ୪, ଯାଜପୁରରୁ ୬, ଝାରସୁଗୁଡ଼ାରୁ ୧, କଳାହାଣ୍ଡରୁ ୨, କନ୍ଧମାଳରୁ ୧୦, କେନ୍ଦ୍ରାପଡ଼ାରୁ ୩, କେନ୍ଦୁଝରରୁ ୬, କୋରାପୁଟରୁ ୩, ମାଲକାନାଗିରିରୁ୭, ମୟୁରଭଞ୍ଜରୁ ୩, ନବରଙ୍ଗପୁରରୁ ୨, ନୟାଗଡ଼ରୁ ୧୩, ପୁରୀରୁ ୧୩, ରାୟଗଡ଼ାରୁ ୨୪, ସମ୍ବଲପୁରରୁ ୧୪, ସୋନପୁରରୁ ୨, ସୁନ୍ଦରଗଡ଼ ଜିଲ୍ଲାରୁ ୩୬ ଜଣ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛନ୍ତି ।


ରାଜ୍ୟରେ ମୋଟ ୧୭ ଲକ୍ଷ ୮୯ ହଜାର ୪୩୩ ଟି ନମୂନା ପରୀକ୍ଷଣ କରାଯାଇଛି । ସେଥିମଧ୍ୟରୁ ୧,୦୩,୫୩୬ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ମୋଟ ପଜିଟିଭଙ୍କ ମଧ୍ୟରୁ ଗତ କାଲି ୨,୫୧୯ ଜଣ ଆକ୍ରାନ୍ତ ଆରୋଗ୍ୟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ ଆରୋଗ୍ୟଙ୍କ ସଂଖ୍ୟା ୭୩,୨୩୩ରେ ପହଞ୍ଚିଛି । ୨୯,୭୫୮ ଜଣ ପଜିଟିଭ ଚିକିତ୍ସାଧିନ ଥିବା ବେଳେ ୪୯୨ ଜଣଙ୍କର ମୃତ୍ୟୁ ହୋଇଛି ।

LEAVE A REPLY

Please enter your comment!
Please enter your name here