ରାଜଧାନୀ ଭୁବନେଶ୍ୱରରୁ ଆଜି ୨୭୭ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ଓ ୧୩୩ ସୁସ୍ଥ ।

0
572
bmc

ଇଏନ୍‌ଏନ୍ ବ୍ୟୁରୋ, ୧୫/୦୮/୨୦- ଆଜି ରାଜଧାନୀ ଭୁବନେଶ୍ୱର (ବିଏମସି ଅଞ୍ଚଳ)ରୁ ୨୭୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୧୩୩ ଜଣ ସୁସ୍ଥ ହୋଇଛନ୍ତି । ଚିହ୍ନଟ ହୋଇଥିବା ୨୭୭ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୧୮୧ ଜଣ କ୍ୱାରେଣ୍ଟାଇନ୍ ସେଣ୍ଟରୁ ଚିହ୍ନଟ ହୋଇଛନ୍ତି ଓ ୯୬ ଜଣ ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି । ଏଥି ସହ ରାଜଧାନୀ ଭୁବନେଶ୍ୱରରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୫,୧୧୯ ରେ ପହଞ୍ଚିଛି। ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ ଆଜି ଆରୋଗ୍ୟ ହୋଇଥିବା ୧୩୩ ଆକ୍ରାନ୍ତଙ୍କୁ ମିଶାଇ ୩,୨୫୧ ଜଣ ଆରୋଗ୍ୟ ହୋଇଛନ୍ତି । ୧,୮୩୯ ଜଣ ଚିକିତ୍ସାଧିନ ଥିବା ବେଳେ ୨୩ ଜଣଙ୍କର ମୃତ୍ୟୁ ହୋଇଛି ।

LEAVE A REPLY

Please enter your comment!
Please enter your name here