ଇଏନ୍ଏନ୍ ବ୍ୟୁରୋ, ୧୮/୦୯/୨୦- ରାଜଧାନୀ ଭୁବନେଶ୍ୱରରେ ଦୃତ ଗତିରେ ବଢ଼ିବାରେ ଲାଗିଛି କରୋନା ସଂକ୍ରମଣ । ଆଜି ବିଏମସି ଅଞ୍ଚଳରୁ ୩୦୫ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ୯୦ ଜଣ କ୍ୱାରେଣ୍ଟାଇନ ସେଣ୍ଟରୁ ରହିଥିବା ବେଳେ ୨୧୫ ଜଣ ସ୍ଥାନୀୟ ଅଞ୍ଚଳରୁ ରହିଛନ୍ତି । ୨୪ ଘଣ୍ଟା ମଧ୍ୟରେ ୫୧୭ ଜଣ ଆରୋଗ୍ୟ ହୋଇଛନ୍ତି ଓ ଜଣେ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି । ଏହାକୁ ମିଶାଇ ଭୁବନେଶ୍ୱରରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୭,୯୨୫ ରେ ପହଞ୍ଚିଛି । ସେଥିମଧ୍ୟରୁ ୧୩,୬୩୧ ଜଣ ଆରୋଗ୍ୟ ହୋଇଛନ୍ତି । ୪,୨୧୨ ଜଣ ଚିକିତ୍ସାଧିନ ଥିବା ବେଳେ ୬୮ ଜଣଙ୍କର ମୃତ୍ୟୁ ହୋଇଛି ।



