ଇଏନ୍ଏନ୍ ବ୍ୟୁରୋ ୨୫/୦୮/୨୦- ଆଜି ରାଜଧାନୀ ଭୁବନେଶ୍ୱର (ବିଏମସି ଅଞ୍ଚଳ)ରୁ ୩୩୧ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ୧୭୩ ଜଣ କ୍ୱାରେଣ୍ଟାଇନ ସେଣ୍ଟରୁ ଚିହ୍ନଟ ହୋଇଥିବା ବେଳେ ୧୫୯ ଜଣ ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି । ଏଥି ସହ ୧୬୩ ଜଣ ଚିକିତ୍ସା ପରେ ଆରୋଗ୍ୟ ହୋଇଛନ୍ତି ଓ ଜଣେ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି । ବିଏମସି ଅଞ୍ଚଳରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୭,୯୩୧ ରେ ପହଞ୍ଚିଥିବା ବେଳେ ୪,୭୨୬ଜଣ ଆରୋଗ୍ୟ ହୋଇଛନ୍ତି ଓ ୩,୧୬୨ ଜଣ ଚିକିତ୍ସାଧିନ ଅଛନ୍ତି । ରାଜଧାନୀ ଭୁବନେଶ୍ୱରରୁ ୩୪ ଜଣଙ୍କର କରୋନା ସଂକ୍ରମିତ ମୃତ୍ୟୁ ହୋଇ ସାରିଲାଣି ।


